July 5, 2025
Home » ନବମ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା l

ନବମ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା l

0
WhatsApp Image 2025-04-15 at 2.19.54 PM (1)

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍। ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ, ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ନୂତନ ଭାବରେ ନବମ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ତଥା ସ୍ବାଗତ ସମ୍ବର୍ଦ୍ଧନା ଆୟୋଜିତ ହୋଇଯାଇଛି। ପ୍ରଥମେ ସକାଳେ ସମସ୍ତ ଶିକ୍ଷକ ଛାତ୍ରଛାତ୍ରୀ ଗହଣରେ ବିଦ୍ୟାଳୟ ସମ୍ମୁଖରେ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ବିଦ୍ୟାଳୟକୁ ସ୍ବାଗତ କରାଯିବ ସହିତ ନବମ ଶ୍ରେଣୀ କକ୍ଷ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା ।


ସଭାରେ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଯୋଗଦେଇ ଜୀବନରେ ଉତ୍ତମ ଚରିତ୍ର ଗଠନରେ ବିଦ୍ୟାଳୟ ଶିକ୍ଷା ଅତି ଗୁରୁତ୍ଵ ପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ। ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ମଞ୍ଚ।ସିନ ହୋଇ ଶୃଙ୍ଖଳା ଛାତ୍ର ଛାତ୍ରୀ ମାନଙ୍କ ଜୀବନର ଉତ୍ତମ ଅଳଙ୍କାର ବୋଲି ମତ ବ୍ୟକ୍ତ କରିଥିଲେ। ସଭାର ପ୍ରାରମ୍ଭରେ ଅତିଥିମାନେ ଅଗ୍ରପୂଜ୍ୟ ଗଜ।ନନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟର ଛାତ୍ରୀ ପୂଜାରାଣୀ ଦୀପ , ଅନ୍ତରା ଜାଲ,ଝରଣା ସାହୁ, ଅନୁପମା, କରିଷ୍ମା,ଅନିମା, ପ୍ରଜ୍ଞା କୁଦେଇ ଏହି ଅବସରରେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।ସଭାରେ ପୂଜାରଣି ଦୀପ, ଝରଣା ସାହୁ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିବେଳେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭାକୁ ସଂଯୋଜନା କରିଥିଲେ ।ଶେଷରେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯକ୍ରମକୁ କିରଣ କୁମାର ପଟେଲ, ସ୍ନିଗ୍ଧା ପ୍ରଧାନ, ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, ମୀନକେତନ ଦାସ, ସୁରଜ୍ ଖମାରୀ , ଅଙ୍କେତ , ବିକାଶ, ଗୋବର୍ଦ୍ଧନ ,ଅମିତ୍ ଓ ସମୀର କଠାର ସହଯୋଗ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *