January 15, 2025
Home » ନବରଙ୍ଗପୁର ଜିଲ୍ଲାପାଳଙ୍କ ବଦଳି,ନୁତନ ଜିଲ୍ଲାପାଳ ଭାବେ ଯୋଗ ଦେବେ ଆଇଏଏସ ଡ. ଶୁଭଙ୍କର ମହାପାତ୍ର

ନବରଙ୍ଗପୁର ଜିଲ୍ଲାପାଳଙ୍କ ବଦଳି,ନୁତନ ଜିଲ୍ଲାପାଳ ଭାବେ ଯୋଗ ଦେବେ ଆଇଏଏସ ଡ. ଶୁଭଙ୍କର ମହାପାତ୍ର

0

 

ଓଡ଼ିଶା ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ, ଭୁବନେଶ୍ୱର ଦ୍ୱାରା ୦୭ ଅଗଷ୍ଟ ୨୦୨୪ ତାରିଖରେ ଜାରି ବିଜ୍ଞପ୍ତି ଅନୁଯାୟୀ ୧୯ ଜଣ ଜିଲ୍ଲାପାଳଙ୍କୁ ସ୍ଥାନାନ୍ତର କରାଯାଇଛି । ୭୭ତମ ସ୍ୱାଧିନତା ଦିବସ ପାଳନ ପୁର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ସରକାରଙ୍କ ଏହା ପ୍ରଥମ ଥର ପାଇଁ ରାଜ୍ୟରେ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି । କେନ୍ଦ୍ରାପଡା, ବାଲେଶ୍ୱର, ବୈଦ୍ଧ, ଜଗତସି°ହପୁର, ମାଲକାନଗିରି, କାଳାହାଣ୍ଡି, ସମ୍ବଲପୁର, ନୟାଗଡ଼, ରାୟଗଡ, ସୁନ୍ଦରଗଡ, ଦେଓଗଡ, ନୁଆପଡା, ଢେଙ୍କାନାଳ, କାନ୍ଧମାଳ, ଭଦ୍ରକ, କଟକ, ମୟୂରଭଞ୍ଜ, ଜାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି ହୋଇଛି ।
ଏଥି ମଧ୍ୟରୁ ରାଜ୍ୟ ସରକାର ୨୦୧୮ ବ୍ୟାଚର ଆଇଏଏସ ଡକ୍ଟର ଶୁଭଙ୍କର ମହାପାତ୍ର ଭାପ୍ରସେ ଙ୍କୁ ନବରଙ୍ଗପୁର ଜିଲ୍ଲାର ନୁତନ ଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି । ସେ ବର୍ତମାନ ଓଡ଼ିଶା ଗ୍ରାମୀଣ ବିକାଶର ନିର୍ଦ୍ଦେଶକ ଦାୟୀତ୍ୱରେ ଅଛନ୍ତି । ସେହିପରି ନବରଙ୍ଗପୁରରେ ଜିଲ୍ଲାପାଳ ଶ୍ରୀ କମଳଲୋଚନ ମିଶ୍ର ଆଇଏଏସ ଙ୍କୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପଦବୀ ରାଜ୍ୟ ତଥା ଆଇଏଏସ୍ କ୍ୟାଡରରେ ପ୍ରଦାନ କରାଯାଇଥିବା ଅତିରିକ୍ତ ସଚିବ ପଦବୀ ସହିତ ସମାନ ବୋଲି ଘୋଷଣା କରାଯାଇଛି।
ପ୍ରକାଶ ଥାଉ କି ଯେ ଏକକାଳୀନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଜାନୁୟାରୀ ୨୨, ୨୦୨୪ରେ ସୋମବାର ଦିନ ଓଡିଶା ବିଜେଡି ସରକାର ୩୮ଟି ଆଇଏଏସ୍ ଅଧିକାରୀଙ୍କ ସମେତ ୧୭ଟି ଜିଲ୍ଲାପାଳଙ୍କୁ ସ୍ଥାନାନ୍ତର କରିଥିଲେ ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *