ନବରଙ୍ଗପୁର ଜିଲ୍ଲାପାଳଙ୍କ ମୁଖ୍ୟ ଡ୍ରାଇଭର ସରକାରୀ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ନବରଙ୍ଗପୁର ଜିଲ୍ଲାପାଳଙ୍କ ମୁଖ୍ୟ ଡ୍ରାଇଭର ସରକାରୀ ଚାକିରିରୁ ଅବସର ନେଇଛନ୍ତି । ଏହି ଅବସରରେ ତା:୧.୦୫.୨୦୨୫ ରିଖ ଦିନ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ତରଫରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ମୁଖ୍ୟ ଡ୍ରାଇଭର କେ. ଭେଙ୍କଟ ରାଓଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l ନବରଙ୍ଗପୁର ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଉପସ୍ଥିତିରେ ହୋଇଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ କେ. ଭେଙ୍କେଟ ରାଓଙ୍କ କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା, ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗ କୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିବା ସହିତ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରି, ପରିବାର ସହ ଅବସର କାଳୀନ ବାକି ସମୟ ଶୁଭଙ୍କର ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହି ଅବସରରେ ଶ୍ରୀ ରାଓ ଙ୍କୁ ପ୍ରୋଭିଜିନାଲ ପେନସନ ପ୍ରଦାନ କରାଯାଇ ଥିଲା l ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ, ଗୀତାଞ୍ଜଳି ବେହେରା, ମୀରା ନାୟକ, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ହେମନ୍ତ ସୌରା, ବିନାୟକ ଖାଡ଼ଙ୍ଗା, ଅଶ୍ୱିନ ମାଝୀ, ଶିବ ଶଙ୍କର ପାଢି, ଜିଲ୍ଲା ମଙ୍ଗଳ ଅଧିକାରୀ ରବିନ୍ଦ୍ର ପନକା,ଜିତେନ୍ଦ୍ର ଚୌଧୁରୀ, ବିଜୟ ସାହୁ, ସୁରେଶ ପଟ୍ଟନାୟକ, ଜିତେନ୍ଦ୍ର ଚୌଧୁରୀ, ସତ୍ୟନାରାୟଣ ସାହୁ, ରାମ ଚନ୍ଦ୍ର ରଘୁ ମଣ୍ଡଳ, ସଞ୍ଜୀବ ପଣ୍ଡା,ଦିବାକର ପଟନାୟକ, ସୁରଚି ବେହେରା, ସୀତାରାମ ବେହେରା, ପ୍ରଣତି ମାଝୀ, କବିତା ବ୍ରହ୍ମା,ଗଗନ ବିଶୋଇ, ହିମାଂଶୁ ଶେଖର ପଟନାୟକ, ରିନା ପାତ୍ର ପ୍ରମୁଖ ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ