February 23, 2026
Home » ନବରଙ୍ଗପୁର ଜିଲ୍ଲାର ଲୋକମହୋତ୍ସବ ମଣ୍ଡେଇ-୨୫ ଶୁଭାରମ୍ଭ

ନବରଙ୍ଗପୁର ଜିଲ୍ଲାର ଲୋକମହୋତ୍ସବ ମଣ୍ଡେଇ-୨୫ ଶୁଭାରମ୍ଭ

0
WhatsApp Image 2025-12-13 at 5.22.00 PM

ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ କାର୍ଯ୍ୟକ୍ରମରେ ସଭାପତିତ୍ବରେ ନବରଙ୍ଗପୁର ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ-୨୫ର ଶୁଭାରମ୍ଭ ହୋଇଯାଇଛି। ମଣ୍ଡେଇ-୨୫ର ଶୁଭାରମ୍ଭ ପୂର୍ବସରରେ ପ୍ରଥମେ ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀଙ୍କ ପୀଠରେ ମଧ୍ୟାହ୍ନ ସାଢ଼େ ୨ଟାରେ ପୂଜାର୍ଚ୍ଚନା କରାଯାଇ ଆଜ୍ଞାମାଳ ନନେବା ପରେ ଏକ ବିଶାଳ ମଶାଲ ଶୋଭାଯାତ୍ରାରେ ବାହାରିଥିଲା। ସାଂସ୍କୃତିକ ଲୋକନୃତ୍ୟ, ଲୋକବେଶଧାରୀ ଆଦିଙ୍କ ସହ ବାଲିଚାଙ୍ଗୁଡି ସହ ଭୀମାଭୀମାଣି ଆଦି ସମେତ କଳାକାରମାନେ ମଣ୍ଡେଇ ନୃତ୍ୟରେ କଣ୍ଢେଇ ନୃତ୍ୟ ପ୍ରଦର୍ଶନ କରିନେଇ ଏକ ଭବ୍ୟ ଶୋଭାଯାତ୍ରା‌ରେ ବାହାରି ମଣ୍ଡେଇ ପଡ଼ିଆରେ ପହଞ୍ଚିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜଗତର ନାଥ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରାଙ୍କ ନିକଟରେ ସମସ୍ତ ଅତିଥିଗଣଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯିବା ପରେ ରାଷ୍ଟ୍ରୀୟ ଗାନ ବନ୍ଦେ ମାତରଂ ଗାନ କରାଯାଇ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ମଞ୍ଚାସିନ ଥିବା ଅତିଥିଙ୍କ ଦ୍ଵାରା ମଣ୍ଡେଇ ୨୦୨୫ ପୋଷ୍ଟର ଉନ୍ମୋଚନ କରାଯାଇଥିଲା।ଡିସେମ୍ବର ୧୨- ୧୪ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲାର ଲୋକମହୋତ୍ସବ ମଣ୍ଡେଇ-୨୫ ଜାରି ରହିବ।

ଡିସେମ୍ବର ୧୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ।ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ଜେନା, ବରେଣ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନନୀତ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନ୍ନା ଖାନ, ନବରଙ୍ଗପୁର ସାଂସଦ ପ୍ରତିନିଧି,ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ଝରିଗାଁ ବିଧାୟକ ନରସିଂ ଭତରା,ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ପୌର ଅଧ୍ୟକ୍ଷ କୁନୁ ନାୟକ, ବିଜେପି ଜିଲ୍ଲା ସଭାପତି ଯୋଗଦେଇ ମଣ୍ଡେଇ ମଞ୍ଚରେ ମଞ୍ଚାସିନ ଥିଲେ। ମୁଖ୍ୟଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ନବରଙ୍ଗପୁର ଲୋକନୃତ୍ୟ ଢ଼େମସା ନବରଙ୍ଗପୁରକୁ ବିଶ୍ବରେ ସ୍ବତନ୍ତ୍ର ପରିଚୟ ଦେଇପାରିଛି। ଏହି ଆମ ନବରଙ୍ଗପୁର ପବିତ୍ର ମାଟି, ସଂସ୍କୃତି ଓ ପରମ୍ପରା ପାଇଁ ଆଜି ଆମେ ଗର୍ବିତ। ନବରଙ୍ଗପୁର ଆଦିବାସୀ ଲୋକ ସଂସ୍କୃତି, କଳା, ପରମ୍ପରାକୁ ମଣ୍ଡେଇ ଉତ୍ସବ ମାଧ୍ୟମରେ ଏହାର ଐତିହ୍ୟ , ପାରମ୍ପରିକ କୃଷି, ସଭ୍ୟତା,ବିଶ୍ୱାସ ନେଇ ପରିପ୍ରକାଶ କରୁଛି। ଏହାକୁ ବଞ୍ଚାଇବା ପାଇଁ ଆମ ସମସ୍ତଙ୍କ ଗୁରୁଦାୟିତ୍ଵ ରହିଛି ବୋଲି ତାଙ୍କ ଭାଷଣରେ କହିଥିଲେ।

ମଞ୍ଚାସିନ ଥିବା ଅତିଥିଗଣ ଲୋକ ମହୋତ୍ସବ ମଣ୍ଡେଇର ପ୍ରାରମ୍ଭ ଓ ଏହାର ମହତ୍ତ୍ଵ ବିଷୟରେ ନେଇ କହିବା ସହ ଜିଲ୍ଲାପଳଙ୍କ ଅଧ୍ୟକ୍ଷତା ନେତୃତ୍ୱରେ ଜିଲ୍ଲା ପ୍ରଶାସନ,ଦିନରାତି କାମ କରିଥିବା ସମସ୍ତଙ୍କ ଯୋଗୁଁ ଏହି ମଣ୍ଡେଇ ଉତ୍ସବକୁ ମହାସମାରୋହର ସହ ପାଳିତ ହୋଇପାରିଛି ବୋଲି ପ୍ରଶଂସା କରି ଧନ୍ୟବାଦ ଅର୍ପଣ କରିଥିଲେ। ମଣ୍ଡେଇ ୨୦୨୫ ଉପଲକ୍ଷେ ଓରମାସର ମୋଟ ୪୦୦ଷ୍ଟଲ ମଧ୍ୟରେ ପଲ୍ଲୀଶ୍ରୀ ମେଳାରେ ୧୫୦ଟି ଷ୍ଟଲ, ବିଭିନ୍ନ ବିଭାଗର ୯୦ଟି ପ୍ରଦର୍ଶନୀ ଷ୍ଟଲ, ୧୧୦ଟି ବାଣିଜ୍ୟିକ ଷ୍ଟଲ ସହ ୫୦ଟି ଖାଦ୍ୟ ଷ୍ଟଲ ରହିଥିଲା। ପ୍ରଥମ ଦିନରେ ଉକ୍ତ ସମସ୍ତ ଷ୍ଟଲରେ ଏକ କୋଟି ସତାଅସି ଲକ୍ଷ ଟଙ୍କା ମୋଟ ବିକ୍ରି ହୋଇଥିବା ନେଇ ଓରମାସ ସିଇଓ ରୋଶନ କାର୍ତ୍ତିକ ସୂଚନା ଦେଇଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ଦିନର ମୁଖ୍ୟ ଆକର୍ଷଣ ଥିଲା ଭୁବନେଶ୍ଵର ବିଶିଷ୍ଟ ଓଡିଆ ଚଳଚ୍ଚିତ୍ର ଗାୟିକା ନାଭ୍ୟା ଜୟତି ଓ ଦଳର ମେଲୋଡି ନାଇପ୍ସ ସହ ଓଡିଶୀ ନୃତ୍ୟ-ନମାମି ଇନଷ୍ଟିଟ୍ୟୁଟ ପଫର୍ମିଙ୍ଗ ଆର୍ଟ,ଲକ୍ଷ୍ମୀସାଗର ଭୁବନେଶ୍ୱର.,ରାଇଘର ବ୍ଲକର ଗୋଣ୍ଡି ନୃତ୍ୟ,ମହାରାଷ୍ଟ୍ର ଲାବନୀ ନୃତ୍ୟ,ଚନ୍ଦାହାଣ୍ଡି ବ୍ଲକର ଘୁମୁରା ନୃତ୍ୟ,ବରଗଡ କଳାଜୀବୀର ଡାଲଖାଇ ନୃତ୍ୟ, ଉମରକୋଟ ବ୍ଲକର ଗୋଡି ବାଜା, କଳାହାଣ୍ଡି ଭବାନିପାଟଣା ପ୍ରତିଭା ଅନୁଷ୍ଠାନର ସିଙ୍ଗାରି ( ବାଜାସାଲ ),ମା ମଙ୍ଗଳା ନୃତ୍ୟ କଳା ଅନୁଷ୍ଠାନ ନରେନ୍ଦ୍ରପୁର, ଗଞ୍ଜାମର ରଣସ୍ପା ନୃତ୍ୟ ରହିଥିଲା। ଶୀତୁଆ ସନ୍ଧ୍ୟାରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାକୁ ନବରଙ୍ଗପୁର ଜିଲ୍ଲା ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ଆସିଥିବା ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *