February 12, 2026
Home » ନବରଙ୍ଗପୁର ଜିଲ୍ଲାରେ ଜାତୀୟ କୃମି ନାଶକ ଦିବସ -୨୦୨୬ ( ଫେବୃଆରୀ ରାଉଣ୍ଡ)ପାଳନ

ନବରଙ୍ଗପୁର ଜିଲ୍ଲାରେ ଜାତୀୟ କୃମି ନାଶକ ଦିବସ -୨୦୨୬ ( ଫେବୃଆରୀ ରାଉଣ୍ଡ)ପାଳନ

0
WhatsApp Image 2026-02-10 at 5.47.18 PM

 

ନବରଙ୍ଗପୁର ସ୍ଥାନୀୟ ପି ଏମ ଶ୍ରୀ ରାଜା ଚୈତନ୍ୟ ଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ-୨୦୨୬( ଫେବୃଆରୀ ରାଉଣ୍ଡ) ର ଶୁଭାରମ୍ଭ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ମଳୟ ପ୍ରଧାନ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଡି ଏମ ଓ ଡ଼ ସୁଶାନ୍ତ ଶତପଥୀ, ଏ ଡି ଏମ ଓ ଡ଼ ମଳୟ ତ୍ରିପାଠୀ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ। ଏ ଡି ଏମ ଓ ଡ଼ ତ୍ରିପାଠୀ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ କୃମି ନାଶକ ଦିବସ ର ଉଦ୍ଦେଶ୍ୟ, ବଟିକା ସେବନ ର ଉପକାରିତା, କୃମିର ପ୍ରତିଷେଧକ ବ୍ୟବସ୍ଥା,ରକ୍ତହୀନତା,ସ୍ୱଚ୍ଛତା ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ସମସ୍ତ ଅତିଥିଗଣ କୃମିନାଶକ ବଟିକା ସେବନ କଲେ କିଭଳି ନିଜେ ଶାରୀରିକ ଓ ମାନସିକ ଭାବେ ସକ୍ଷମ ରହିବା, ପାଠ ପଢା ରେ ଉନ୍ନତିକରିବା,ସଚେତନତା ସୃଷ୍ଟି , ପ୍ରଚାର ପ୍ରସାର ଉପରେ ବିଶେଷ ରୂପେ କହିଥିଲେ। ଅତିଥି ମାନେ ଛାତ୍ର ଛାତ୍ରୀ ଙ୍କୁ କୃମିନାଶକ ବଟିକା ଖାଇବାକୁ ଦେଇ ଦିବସ ର ଶୁଭାରମ୍ବ କରିଥିଲେ। କୃମିନାଶକ ସିରପ ବା ବଟିକା ଗୋଷ୍ଠୀ ସ୍ତରରେ ବ୍ୟାପକ ଭାବେ ସେବନ କରିବା ଦ୍ଵାରା କୃମିର କୁପ୍ରଭାବ କୁ କମାଇବା ସହ ବ୍ୟକ୍ତି ର ସାମଗ୍ରିକ ବିକାଶରେ ସହାୟକ ହେବା ଏହି ଦିବସ ପାଳନର ଲକ୍ଷ୍ୟ୧ ରୁ ୧୯ ବର୍ଷ ବୟସ୍କ ସମସ୍ତ ଶିଶୁ , କିଶୋର, କିଶୋରୀ ଏବଂ ୨୦ ବର୍ଷ ରୁ ୨୪ ବର୍ଷ ବୟସ୍କ ( ଗର୍ଭବତୀ ବା ପ୍ରସୂତି ଅବସ୍ଥା ରେ ନ ଥିବା ) ସମସ୍ତ ମହିଳାଙ୍କୁ କୃମି ନାଶକ ଔଷଧ ସେବନ କରିବାକୁ ଦିଆଯିବ।ନବରଙ୍ଗପୁର ଜିଲ୍ଲାରେ ୫ ବର୍ଷ ରୁ କମ୍ ପ୍ରାୟ ୧,୧୩,୩୫୩ଜଣ ଶିଶୁଙ୍କୁ କୃମି ନାଶକ ସିରପ ଦିଆଯିବ।୬ ବର୍ଷରୁ ୧୯ ବର୍ଷ ବୟସ୍କ ୩,୨୮,୯୬୦ ଜଣ ଶିଶୁ/ କିଶୋର କିଶୋରୀ ଙ୍କୁ କୃମି ନାଶକ ବଟିକା ଦିଆଯିବ। ୨୦ ବର୍ଷରୁ ୨୪ ବର୍ଷ ବୟସ୍କ ( ଗର୍ଭବତୀ ବା ପ୍ରସୂତି ଅବସ୍ଥା ରେ ନ ଥିବା) ପ୍ରାୟ ୩୫,୮୭୬ଜଣ ମହିଳାଙ୍କୁ କୃମିନାଶକ ଔଷଧ ସେବନ କରିବାକୁ ଦିଆଯିବ।ଏହି କୃମି ନାଶକ ବଟିକା/ ସିରପର ସେବନ ଜିଲ୍ଲା ର ସମସ୍ତ ବ୍ଲକ୍ ଓ ସହରାଞ୍ଚଳରେ ଥିବା ସମସ୍ତ ୨୩୦୬ ଟି ଅଙ୍ଗନବାଡ଼ି କେନ୍ଦ୍ର ଏବଂ ୧୯୬୫ ଟି ସରକାରୀ/ ବେସରକାରୀ ବିଦ୍ୟାଳୟ ମାନଙ୍କରେ ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ପ୍ରଶିକ୍ଷିତ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିଶ୍ଚିତ କରାଯିବ। ବୈଠକ ରେ ଆର୍ ସି ଡି ସ୍କୁଲର ଛାତ୍ର ଛାତ୍ରୀ ଙ୍କ ସମେତ ଡି ପି ଏମ ଏନ୍ ଏଚ ଏମ ଶଙ୍କର ଆଚାର୍ଯ୍ୟ,ଏ ଡି ପି ଏ ଚ ସି ଓ ରାମହରି ପଣ୍ଡା,ସ୍ବାସ୍ଥ୍ୟ ବିଭାଗ ର କର୍ମଚାରୀ, ଗଣ ମାଧ୍ୟମ ପ୍ରତିନିଧି, ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *