July 1, 2025
Home » ନବରଙ୍ଗପୁର ଝିଅ ହାସଲ କଲେ ମନସ୍ତତ୍ତ୍ୱ ବିଜ୍ଞାନରେ ସ୍ବର୍ଣ୍ଣ ପଦକ …

ନବରଙ୍ଗପୁର ଝିଅ ହାସଲ କଲେ ମନସ୍ତତ୍ତ୍ୱ ବିଜ୍ଞାନରେ ସ୍ବର୍ଣ୍ଣ ପଦକ …

0
WhatsApp Image 2024-11-11 at 11.19.23 AM

ଚଳିତ ବର୍ଷ ରମାଦେବୀ ସ୍ୱୟଂଶାସିତ ମହିଳା ବିଶ୍ୱବିଦ୍ୟାଳୟରେ ମନସ୍ତତ୍ତ୍ୱ ବିଜ୍ଞାନରେ ଶୀର୍ଷ ସ୍ଥାନ ଅଧିକାର କରି ସ୍ନାତକୋତ୍ତର ଡିଗ୍ରୀରେ ନଫିସା ତୁରୁକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ରମାଦେବୀ ସ୍ୱୟଂଶାସିତ ମହିଳା ବିଶ୍ୱବିଦ୍ୟାଳୟରେ ଅନ୍ତର୍ଗତ ୧୪ ଟି ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ ମାନଙ୍କ ମଧ୍ୟରୁ ନଫିସା ତୁରୁକ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।
ସୁଶ୍ରୀ ନଫିସା ତୁରୁକ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ନିଜ ଜନ୍ମ ମାଟି ନବରଙ୍ଗପୁରରେ ଖୁସିର ଲହରୀ ଖେଳିଯାଇଛି ।
ପ୍ରକାଶ ଥାଉକି, ସୁଶ୍ରୀ ନଫିସା ତୁରୁକ ନବରଙ୍ଗପୁର ଜିଲ୍ଲା ନିବାସୀ ସେନାପତି ସାହିର ପିତା ଆଇନଜୀବୀ ସଞ୍ଜୟ କୁମାର ତୁରୁକ ଏବଂ ମାତା ସଞ୍ଜିତା ତୁରୁକଙ୍କ ଜ୍ୟେଷ୍ଠ କନ୍ୟା ଅଟନ୍ତି । ସୁଶ୍ରୀ ନଫିସା ତୁରୁକ ତାଙ୍କର ପ୍ରାଥମିକ ଶିକ୍ଷା ନବରଙ୍ଗପୁର ପବ୍ଲିକ ସ୍କୁଲରୁ ଆରମ୍ଭ କରିବା ପରେ ଯୁକ୍ତ ଦୁଇ ନବରଙ୍ଗପୁର ମହାବିଦ୍ୟାଳୟରେ ଅଧୟନ କରିଥିଲେ । ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା ପାଇଁ ଶୈଳବାଳା ମହିଳା ମହାବିଦ୍ୟାଳୟ କଟକ ଠାରେ ଅଧ୍ୟୟନ କରିଥିଲେ ।
ବିଶେଷ କରି ସେ ପ୍ରାଥମିକ ଶିକ୍ଷା ଅଧ୍ୟୟନ କରିଥିବା ନବରଙ୍ଗପୁର ପବ୍ଲିକ ସ୍କୁଲର ଅଧ୍ୟକ୍ଷା ,ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଏବଂ ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହିତ ଅଧ୍ୟାପକ ଅଧ୍ୟାପିକା ନିଜର ସହପାଠିନୀ ମହଲରେ ଖୁସିର ଲହରୀ ସ୍ରୁଷ୍ଟି ହେବା ସହ ବିଭିନ୍ନ ସ୍ଥାନରୁ ସୁଶ୍ରୀ ତୁରୁକଙ୍କୁ ଶୁଭେଚ୍ଛା ଜଣାଉଛନ୍ତି l

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *