ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ନବରଙ୍ଗପୁର ନୁଆବନ୍ଧ ସାହି ସ୍ଥିତ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଦିବା ୧୧.୩୦ ମି ସମୟରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଓ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ଯୋଗ୍ୟ ବିବେଚିତ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ ସହ ନିର୍ମାଣ ଶ୍ରମିକ ମାନଙ୍କୁ ସଚେତନ କରାଗଲା। ଏହି ଅବସରରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ମାନ୍ୟବର ବିଧାୟକ ଝରିଗାଁ ନରସିଂହ ଭତରା,ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପାଢ଼ୀ, ମାନ୍ୟବର ଲୋକସଭା ସାଂସଦଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ, ମଣ୍ଡଳ ଶ୍ରମ ଆୟୁକ୍ତ କୁବେର ବେହେରା, ଭାରତୀୟ ମଜଦୂର ସଂଘ ସଭାପତି ପରମେଶ୍ବର ବିଷୋୟୀ ପ୍ରମୁଖ ମଞ୍ଚାସିନ ଥିଲେ।ବିଭିନ୍ନ ଶ୍ରମିକ ସଂଘର କର୍ମକର୍ତ୍ତା ବିଷ୍ଣୁ ବିଷୋୟୀ,ଖଗେଶ୍ବର ବିଷୋୟୀ,ଅରୁଣ ପୂଜାରୀ,ରାମ ବିଷୋୟୀ,ସୁଜିତ ହିଆଲ,ନରସିଂହ ନାୟକ,ପ୍ରସାଦ ନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦ୍ଵାରା ଶ୍ରମିକ ମାନଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ,ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ସହାୟତା ରାଶି ପ୍ରଦାନ ଉପରେ ସବିଶେଷ ତଥ୍ଯ ଉପସ୍ଥାପନ କରିଥିଲେ।
ଅତିଥିଗଣ ନିଜନିଜର ବକ୍ତବ୍ୟରେ ଶ୍ରମିକମାନେ ହେଉଛନ୍ତି ରାଷ୍ଟ୍ର ଓ ଭିତ୍ତିଭୂମିର ବିକାଶର କର୍ଣ୍ଣଧାର,ତାଙ୍କର ଉନ୍ନତି ହେଲେ ରାଷ୍ଟ୍ରର ଉନ୍ନତି ସମ୍ବବ ହେବ ଏବଂ ହିତାଧିକାରୀ ଶ୍ରମିକ ଯେପରି ପଞ୍ଜୀକୃତ ହୋଇ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଉଚିତ ସହାୟତା ପାଇପାରିବେ ତାଉପରେ ବିଶେଷ ସଚେତନତାର ଆବଶ୍ୟକ ସହ ବିଭାଗୀୟ ପଦକ୍ଷେପ ଉପରେ ଗୁରୁତ୍ବ ଦେଇ ଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ରାଜ୍ୟ ସରକାର ନିର୍ମାଣ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ବିଶେଷ ଗୁରୁତ୍ବ ଦେଇ ଶିକ୍ଷା, ମୃତ୍ୟୁକାଳୀନ, ବିବାହ, ପ୍ରସୂତିକାଳୀନ , ଅନ୍ୟେଷ୍ଟି କ୍ରିୟା,ଦୁର୍ଘଟଣା ଜନିତ ମୃତ୍ୟୁ/ ଅକ୍ଷମ, ଦୂରାରୋଗ୍ୟ ବ୍ୟାଧି ନିମନ୍ତେ ଆର୍ଥିକ ସହାୟତା ଯୋଗାଉଛନ୍ତି ଏବଂ ଏଥିପାଇଁ ସମସ୍ତ ଶ୍ରମିକ ନିଜ ନିଜ ର ନାମ ଅନ ଲାଇନ୍ ମାଧ୍ୟମରେ ପଞ୍ଜୀକୃତ କରିବା, ଦାଦନ ଶ୍ରମିକ ଭାବେ ବାହାରକୁ ଯିବାକୁ ମନା କରିବା, ଆବାସ ଯୋଜନାର ସହାୟତା ନେବା ଓ ସରକାରଂକ ବିଭିନ୍ନ ଜନ ହିତକର ଯୋଜନାରେ ସାମିଲ ହେବାକୁ ଆହ୍ଵାନ କରିଥିଲେ। ଶ୍ରମ ବିଭାଗର ତଥ୍ୟ ଅନୁସାରେ ଜିଲ୍ଲାରେ ଏପର୍ଯ୍ୟନ୍ତ ୧,୧୬,୫୭୯ ଜଣ ନିର୍ମାଣ ଶ୍ରମିକ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଛନ୍ତି। ଆର୍ଥିକ ବର୍ଷ ୨୦୨୪-୨୫ ରେ ୧୧,୫୧୦ ଜଣ ପଞ୍ଜୀକୃତ ହୋଇଛନ୍ତି।୨୦୨୪-୨୫ ଆର୍ଥିକ ବର୍ଷରେ ୪୨୧୬ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ୧୪,୧୨,୩୦,୨୦୦/- ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରିଥିଲେ କରାଯାଇଛି। ୨୦୧୩ ରୁ ୩୧.୩.୨୦୨୫ ପର୍ୟ୍ୟନ୍ତ ୨୬,୦୦୬ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କୁ ୬୪,୫୦,୬୦,୨୦୪/- ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।
ଉକ୍ତ ସମାରୋହରେ ୫୮ ଜଣ ହିତାଧିକାରୀଙ୍କୁ ଟ. ୪,୪୬,୦୦୦/- (ଶିକ୍ଷା ସହାୟତା), ୧୧୬ଜଣ ହିତାଧିକାରୀଙ୍କୁ ଟ.୫୮,୦୦,୦୦୦/- (ବିବାହ ସହାୟତା) , ୨୩ ଜଣ ହିତାଧିକାରୀଙ୍କୁ ଟ॰ ୨୩,୦୦,୦୦୦/-(ପ୍ରସୂତିକାଳୀନ ସହାୟତା), ୩୨ଜଣ ହିତାଧିକାରୀଙ୍କୁ ଟ॰ ୮୪,୦୦,୦୦୦/-(ମୃତ୍ୟୁ କାଳୀନ ସହାୟତା), ୫୫ ଜଣ ହିତାଧିକାରୀଙ୍କୁ ଟ॰ ୨,୭୫,୦୦୦/-(ଅନ୍ତୋଷ୍ଟିକ୍ରିୟା) ସହାୟତା ସହାୟତା ରାଶି, ଏବଂ ୨ ଜଣ ଅଣସଙ୍ଗଠିତ ଶ୍ରମିକଙ୍କୁ ଟ.୪,୦୦,୦୦୦/-(ମୃତ୍ୟୁ କାଳୀନ ସହାୟତା) ସର୍ବ ମୋଟ ୨୮୪ ହିତାଧିକାରୀଙ୍କୁ ଟ॰ ୧,୫୧,୫୧,୬୦୦/-(ନିର୍ମାଣ ଶ୍ରମିକ ସହାୟତା) ଡିବିଟି ମାଧ୍ୟମରେ ତାଙ୍କ ଜମା ଖାତାକୁ ପ୍ରଦାନ କରାଯାଉଛି। ସମାରୋହରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ମୋଟ ୧୭ ଜଣ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶି ଡମି ଚେକ୍ ଏବଂ ୫୦ ଜଣ ନୂତନ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ପ୍ରାୟ ୩୦୦ ଜଣ ଶ୍ରମିକ ଭାଇ ଭଉଣୀ, ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ମାନସ ରଞ୍ଜନ ଖୋସଲା, ସହକାରୀ ଶ୍ରମ ଅଧିକାରୀ, ଉମରକୋଟ, ମୀନା କୁମାରୀ, ସହକାରୀ ଶ୍ରମ ଅଧିକାରୀ, ଡାବୁଗାଁ, ସଂଗ୍ରାମ ଭୂମିଆ, ସହକାରୀ ଶ୍ରମ ଅଧିକାରୀ, ପାପଡାହାଣ୍ଡି, ନବରଙ୍ଗପୁର ମଣ୍ଡଳ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟ।ଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ ଦେଇଥିଲେ
।
ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ