ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ସୁରକ୍ଷିତ ଇଣ୍ଟରନେଟ ଦିବସ କର୍ମଶାଳା
ଇଲେକ୍ଟ୍ରୋନିକ୍ସ ଓ ସୁଚନା ବିଜ୍ଞାନ ମନ୍ତ୍ରଣାଳୟ,ଓଡ଼ିଶା ସରକାର ଓ ଭାରତ ସରକାର ତଥା ନବରଙ୍ଗପୁର ଜିଲ୍ଲା ପ୍ରଶାସନର ମିଳିତ ପ୍ରଚେଷ୍ଟା ରେ ତା ୧୧.୨.୨୦୨୫ ରିଖ ଦିନ ସ୍ଥାନୀୟ ମିଶନ ଶକ୍ତି ବୈଠକ ଗୃହରେ ସୁରକ୍ଷିତ ଇଣ୍ଟରନେଟ ଦିବସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଶ୍ବବ୍ୟାପୀ ପ୍ରତିବର୍ଷ ଫେବୃଆରୀ ମାସ ଦ୍ୱିତୀୟ ମଙ୍ଗଳବାର ଦିନ ଇଣ୍ଟର୍ନେଟ୍ ର ନିରାପଦ ବ୍ୟବହାର ଏବଂ ଦିନକୁ ଦିନ ବଢୁଥିବା ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥାଏ।

ଜିଲ୍ଲାପାଳ ନବରଙ୍ଗପୁର ଡ଼ା ଶୁଭଂକର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ କୁମାର ସେନ୍, ଏନ୍ ଆଇ ସି ଭୁବନେଶ୍ୱର ନିର୍ଦ୍ଦେଶିକା ସସ୍ମିତା ସାବତ, ଏନ୍ ଆଇ ସି ଜିଲ୍ଲା ସୁଚନା ବିଜ୍ଞାନ ଅଧିକାରୀ ,ନବରଙ୍ଗପୁର ବିଶ୍ବରଂଜନ ଭୂକ୍ତା , ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରାଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ,ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ସୁରକ୍ଷିତ ଇଣ୍ଟରନେଟ ଦିବସର ଉଦ୍ଦେଶ୍ୟ ଏବଂ ନିଜ ବ୍ୟବହାରରେ କିପରି ଇଣ୍ଟରନେଟର ସଦଉପଯୋଗ କରି ଜ୍ଞାନ ଆହରଣ କରିପାରିବେ ସେ ଦିଗରେ ଆଲୋଚନା କରିଥିଲେ।

ଜିଲ୍ଲାପାଳ ସୁରକ୍ଷିତ ଇଣ୍ଟରନେଟ ବ୍ୟବହାର ଓ ଜନ ସଚେତନତା ହିଁ ସାଇବର ଅପରାଧକୁ ରୋକିବା ପାଇଁ ଏକମାତ୍ର ଉପାୟ ବୋଲି କହିଥିଲେ। ଜିଲ୍ଲାପାଳ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଇଣ୍ଟରନେଟ ବ୍ୟବହାର,ସାଇବର ଅପରାଧ,ଓ ଟି ପି, ଫେକ ପ୍ରୋଫାଇଲ୍, ନକଲି ଲିଙ୍କ ଉପରେ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ ଏବଂ ଛାତ୍ର ଛାତ୍ରୀଙ୍କୁ ଅତି ଲୋଭ ଓ ସହଜ ବାଟ ରେ ଅର୍ଥ ଉପାର୍ଜନରେ ନ ପଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ବୈଷୟିକ ବିଶେଷଜ୍ଞ ଏନ୍ ଆଇ ସି ନିର୍ଦ୍ଦେଶିକା ସସ୍ମିତା ସାବତ ଇଣ୍ଟରନେଟର ନିରାପଦ ବ୍ୟବହାର,ସାଇବର ଅପରାଧ,ପାସୱାର୍ଡ ଚୟନ, ବିଭିନ୍ନ ପ୍ରକାରର ସାଇବର ଠକେଇ,ସ୍କ୍ୟାମ୍,ବ୍ୟକ୍ତିଗତ ତଥ୍ୟ ଚୋରି,ସୋସିଆଲ ମିଡିଆରେ ସତର୍କତା ଉପରେ ବିଶଦ ଭାବରେ ଅନସ୍କ୍ରିନ ମାଧ୍ୟମରେ ବୁଝାଇଥିଲେ ଏବଂ ସରକାର ଦ୍ଵାରା ଏ ଦିଗରେ ବିଭିନ୍ନ ପଦକ୍ଷେପ,ଆମର ଦାୟିତ୍ଵ ଓ ଏ ସମ୍ଭଧୀୟ ଜନ ସଚେତନତା ଉପରେ ମତ ରଖିଥିଲେ।ଏହି କର୍ମଶାଳାକୁ ସି ଏମ ଜି ଆଇ ଜିଲ୍ଲା ସଂଯୋଜକ ଅକ୍ଷୟ କୁମାର ପାଲ,ସାରଙ୍ଗ ଶତପଥୀ,ବିବେକ ରଞ୍ଜନ ଜେନା,ଶୁଭ୍ରାଂଶୁ ପାଢ଼ୀ,ନୀଳାଚଳ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ।
ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
