February 5, 2026
Home » ନବରଙ୍ଗପୁର ସାଂସଦ (ଲୋକସଭା) ଓ ବିଧାୟକ ନବରଙ୍ଗପୁରଙ୍କ ଦ୍ଵାରା ହିତାଧିକାରୀଙ୍କୁ ସହାୟତା ଭତ୍ତା ପ୍ରଦାନ ଓ ସମୀକ୍ଷା ବୈଠକ

ନବରଙ୍ଗପୁର ସାଂସଦ (ଲୋକସଭା) ଓ ବିଧାୟକ ନବରଙ୍ଗପୁରଙ୍କ ଦ୍ଵାରା ହିତାଧିକାରୀଙ୍କୁ ସହାୟତା ଭତ୍ତା ପ୍ରଦାନ ଓ ସମୀକ୍ଷା ବୈଠକ

0
WhatsApp Image 2026-01-23 at 2.21.25 PM

 

ନବରଙ୍ଗପୁର ସ୍ଥାନୀୟ ପଞ୍ଚାୟତ ସମିତି ନବରଙ୍ଗପୁର କାର୍ଯ୍ୟାଳୟ ଠାରେ ମାନ୍ୟବର ସାଂସଦ ଲୋକସଭା ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଏବଂ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ବରେଣ୍ୟ ଅତିଥି ଭାବେ ପରିଦର୍ଶନ ପୂର୍ବକ ସମୀକ୍ଷା ବୈଠକ ରେ ଯୋଗ ଦେଇ ହିତାଧିକାରୀମାନଙ୍କୁ ସହାୟତା ଭତ୍ତା ପ୍ରଦାନ କରିଥିଲେ।ଲୋକସଭା ସାଂସଦ ଉପସ୍ଥିତ ବ୍ଲକ୍ ଅଧିକାରୀଙ୍କୁ ନେଇ ବିକଶିତ ଭାରତ, ନିଶ୍ଚିତ ରୋଜଗାର, ଆଜିବୀକା ମିଶନ ( ଗ୍ରାମୀଣ) ୨୦୨୫ ର ଆଭିମୁଖ୍ୟ,ଅଧିନିୟମ,ଉପକାରିତା ଓ ପ୍ରଣୟନ ଉପରେ ବିଶେଷ ଆଲୋଚନା କରିଥିଲେ। ଅଧିକାରୀ ମାନେ ନିଜ ନିଜ ବିଭାଗ ରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ଏବଂ ସାଧାରଣ ଜନତା ଙ୍କୁ ଅଧିକ ରୁ ଅଧିକ ସେବା ପ୍ରଦାନ ଉପରେ ଗୁରୁତ୍ବ ଦେଇ ତା ଉପରେ ଏକ ସୁପରିକଳ୍ପିତ କାର୍ଯ୍ୟ ଖସଡା ଆସନ୍ତା ୨୦.୨.୨୦୨୬ ସୁଦ୍ଧା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଲୋକସଭା ସାଂସଦ ଉପସ୍ଥିତ ବିଭିନ୍ନ ଯୋଜନାର ୩୨ ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ପେନସନ ଭତ୍ତା,୪୧ ଜଣଙ୍କୁ ଗ୍ରାମୀଣ ଆବାସ ଯୋଜନା ପ୍ରୋତ୍ସାହନ ରାଶି ,୧୨୭ ଜଣଙ୍କୁ ବସୁନ୍ଧରା ଯୋଜନାରେ ଭତ୍ତା,୧୬ ଜଣଙ୍କୁ ନୂଆ ରାସନ୍ କାର୍ଡ ପ୍ରଦାନ କରିଥିଲେ । ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ଭତରା,ବି ଡି ଓ ସୁନିଲ ଖରା, ତହସିଲଦାର,ସହାୟକ ନିର୍ବାହୀ ଯନ୍ତ୍ରୀ,ବ୍ଲକ୍ ସ୍ତରୀୟ ଅଧିକାରୀ ଓ ଅନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *