February 22, 2026
Home » ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

0
WhatsApp Image 2026-01-28 at 2.01.01 PM

ନବରଙ୍ଗପୁର ସହର ସ୍ଥିତ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ନବରଙ୍ଗପୁର ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସକାଳ ଘ ୮.୩୦ ମି ସମୟରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମବେତ ପ୍ୟାରେଡ ର ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ପ୍ରାତଃ ଘ ୪.୩୦ମି ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ଵାରା ରାମଧୂନ୍ ପରିବେଷଣ ,ସକାଳ ୭.୦୦ ଘ ସମୟରେ ସହର ର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଭାତ ଫେରି,ସକାଳ ୭.୩୦ ମି ସମୟରେ ସହରର ସମସ୍ତ ସରକାରୀ ଓ ବେସକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ମୂଖ୍ୟଅତିଥି ନିଜ ବକ୍ତବ୍ୟରେ ନବରଙ୍ଗପୁର ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀମାନଂକ ତ୍ୟାଗ,ବଳିଦାନ, ପାପଡ଼ାହାଣ୍ଡି ଗୁଳିକାଣ୍ଡରେ ସହିଦ ହୋଇଥିବା ମାଟିର ବୀର ସନ୍ତାନ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଦେଶ ପ୍ରୀତି,ସମ୍ବିଧାନ ପ୍ରତି ଅଙ୍ଗୀକାର ବଦ୍ଧ,ଜିଲ୍ଲାର ସାମଗ୍ରିକ ବିକାଶ ଦିଗରେ ସରକାରଂକ ବିଭିନ୍ନ ଯୋଜନା ଓ ପଦକ୍ଷେପ ଉପରେ କହିଥିଲେ।ନବରଙ୍ଗପୁର ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ରରେ ଆୟୁଶ୍ମାନ ଭାରତ ଯୋଜନାରେ ୫ ଲକ୍ଷ ହିତାଧିକାରୀଙ୍କୁ ସେବା,ସୁଭଦ୍ରା ଯୋଜନାରେ ଜିଲ୍ଲାରେ ଏପର୍ଯ୍ୟନ୍ତ ୨,୮୬,୦୨୪ ଜଣ ହିତାଧିକାରୀ ୩ ଟି କିସ୍ତି ପାଇବା ସଫଳତା,ଜାନୁଆରୀ ୨୦୨୭ ସୁଦ୍ଧା ୫ କୋଟି ଟଙ୍କା ବ୍ୟୟ ରେ ଆଦିବାସୀ ସଂଗ୍ରହାଳୟ ନିର୍ମାଣ,ଡିସେମ୍ବର ୨୦୨୬ ସୁଦ୍ଧା ୨ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ରେ ଜନଜାତି ଗୋଷ୍ଠୀ ସମାଜ ଭବନ ନିର୍ମାଣ,୬ କୋଟି ୯୬ ଲକ୍ଷ ଟଙ୍କା ମଞ୍ଜୁର ରେ ମଣ୍ଡେଇ ପଡିଆ ର ବିକାଶ, ପାପଡ଼ାହାଣ୍ଡି ସହିଦ ମିନାର ସ୍ମୃତି ପାର୍କ ପାଇଁ ୬ କୋଟି ଓ ହୀର୍ଲି ଡଙ୍ଗର ବିକାଶ ପାଇଁ ୫ କୋଟି ଟଙ୍କା ମଞ୍ଜୁର , ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ପରିଷ୍କାର ଓ ଦୀର୍ଘ ସ୍ଥାୟୀ ପାନୀୟ ଜଳ ଯୋଗାଣ,ଜିଲ୍ଲାରେ ୯ ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ର ନିର୍ମାଣ ଏବଂ ପ୍ରତ୍ୟେକ ୩୯ କୋଟି ଟଙ୍କା ବ୍ୟୟରେ ନୂତନ ଭାବେ ୭ ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ,ଜଳ ସେଚନ ବିଭାଗ ର ଟୁରି – ଗୁଣିଥାଟ ପ୍ରକଳ୍ପ ଦ୍ବାରା ୯୧୩୫ ହେକ୍ଟର ଜମି ଜଳସେଚନ, ଜାତୀୟ ରାଜପଥ ୨୬ ର ଓସାରି କରଣ,ଭାରତ ମାଳା ପ୍ରକଳ୍ପ, ଜୁନାଗଡ – ନବରଙ୍ଗପୁର ଏବଂ ନବରଙ୍ଗପୁର – ଜୟପୁର ରେଳପଥ ଯୋଗୁ ଜିଲ୍ଲାରେ ଗମନାଗମନ,ପରିବହନ ଉନ୍ନତି ଯୋଗୁ ଶିଳ୍ପାୟନ ଓ ବହୁଳ ନିଯୁକ୍ତିର ନୂତନ ସମ୍ଭାବନା,୧୦ ଟି ବ୍ଲକରେ ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ,ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଜାତୀୟ ସ୍ତରରେ କ୍ରୀଡା ରେ ପ୍ରତିନିଧିତ୍ଵ , ହିର୍ଲୀ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ର ଆଦର୍ଶ ଯୁବ ଗ୍ରାମସଭା ରେ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାରକୁ ପ୍ରଶଂସା କରି ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ପାଇଁ ସରକାର ସବୁବେଳେ ଜିଲ୍ଲାକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି କହିଥିଲେ ।ପତାକା ମଞ୍ଚରେ ମୂଖ୍ୟ ଅତିଥିଙ୍କ ସହ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ ଉପସ୍ଥିତ ଥିଲେ ।ପ୍ୟାରେଡ ପଡ଼ିଆ ରେ ମୋଟ ୨୭ ଟି ଶିକ୍ଷାନୁଷ୍ଠାନ ଓ ପୋଲିସ ପ୍ଲାଟୁନ୍ ସହ ଶାରୀରିକ କ୍ରୀଡା କୌଶଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନରେ ୯ ଟି ଶିକ୍ଷାନୁଷ୍ଠାନ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଙ୍କଠାରୁ ପ୍ୟାରେଡ ପ୍ରତିଯୋଗିତା ର ବିଜୟୀ ଦଳ ରନିଂ ସିଲ୍ଡ ଓ କପ୍ ଗ୍ରହଣ କରିଥିଲେ। ସିନିଅର ଗ୍ରୁପ ଏନ୍ ସି ସି ରେ ବିଜେତା ଦଳ ଏନ୍ ଏନ୍ ସି ନବରଙ୍ଗପୁର ଡିଗ୍ରୀ କଲେଜ ଏବଂ ଉପ ବିଜେତା ମୋଡେଲ ଡିଗ୍ରୀ କଲେଜ,ଜୁନିଅର ଗ୍ରୁପ ଏନ୍ ଏନ୍ ସି ରେ ବିଜେତା ଦଳ ଏନ୍ ସି ସି କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଉପ ବିଜେତା ଆର୍ ସି ଡି ହାଇସ୍କୁଲ, ସ୍କାଉଟ, ଗାଇଡ ଓ ରେଡକ୍ରସ ଗ୍ରୁପ୍ ରେ ବିଜେତା ଦଳ ଆର୍ ସି ଡି ହାଇସ୍କୁଲ ଏବଂ ଉପ ବିଜେତା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସିନିୟର୍ ସିଭିଲିଏନ ଗ୍ରୁପ ରେ ବିଜେତା ସ୍ମାର୍ଟ ଗୁରୁକୁଳ ଏବଂ ଉପବିଜେତା ଶିକ୍ଷା ବିଜ୍ଞାନ କଲେଜ, ଜୁନିଅର ସିଭିଲିଏନ ଗ୍ରୁପ ରେ ବିଜେତା ଜବାହର ନବୋଦୟ ବିଦ୍ୟାଳୟ ( ଖାତି ଗୁଡ଼ା) ଏବଂ ଉପ ବିଜେତା ପେରେ ଣ୍ଟସ୍ ପ୍ରାଇଡ ପବ୍ଲିକ ସ୍କୁଲ, ସବ ଜୁନିଅର ଗ୍ରୁପ ରେ ବିଜେତା ଟେକ୍ ନୋ ଗୁରୁକୁଳ ଏବଂ ଉପ ବିଜେତା ପେରେଣ୍ଟସ୍ ପ୍ରାଇଡ୍ ପବ୍ଲିକ ସ୍କୁଲ ରୂପେ ବିବେଚିତ ହୋଇ ମୁଖ୍ୟ ଅତିଥି ଙ୍କ ଠାରୁ ଟ୍ରଫି ଓ ସାର୍ଟି ଫିକେଟ ଗ୍ରହଣ କରିଥିଲେ। ହୀର୍ଲୀ ବ୍ରାସବ୍ୟାଣ୍ଡ ଦଳ କୁ ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।ନବରଙ୍ଗପୁର ଡିଗ୍ରୀ କଲେଜ ର ୫ ଜଣ ଏନ୍ ସି ସି କ୍ୟାଡେଟ ବିଜୁ ବେହେରା,ଚିନ୍ମୟ ଭତରା,ରାହୁଲ ପ୍ରଧାନ,କେ ହରିଶ, ହେମନ୍ତ ଗୌଡ ଙ୍କୁ ନୂଆଦିଲ୍ଲୀ ଆର୍ ଡି ସି କ୍ୟାମ୍ପ୍ ରେ ଯୋଗଦାନ କରି କୃତିତ୍ୱ ହାସଲ କରିଥିବାରୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଶ୍ରେଷ୍ଠ କର୍ମଚାରୀ ରୂପେ ବିବେଚିତ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ ରାଧାରାଣୀ ମାଝୀ, ମାରଙ୍ଗପାଲି, ଶ୍ରେଷ୍ଠ ଆଶା କର୍ମୀ କଳ୍ପନା ଦତ୍ତ, ବଡକୁମାରୀ, ପୁଜାରୀଗୁଡ଼ା ସି ଏଚ୍ ସି, ଶ୍ରେଷ୍ଠ ସ୍ବାସ୍ଥ୍ୟ କର୍ମୀ ଜ୍ୟୋସ୍ନା ରାଣୀ ମାଝୀ, ଏ ଏନ୍ ଏମ,ଦେବଗାଁ ସି ଏଚ ସି,ଶ୍ରେଷ୍ଠ ସଫେଇ କର୍ମଚାରୀ ହିମାଂଶୁ ବିଷୋୟୀ, ଜିଲ୍ଲାମୁଖ୍ୟ ଡାକ୍ତରଖାନା,ନବରଙ୍ଗପୁର, ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ରୂପେ ଗାଁ କଲ୍ୟାଣ ସମିତି,ସିନ୍ଧି ଗାଁ ସି ଏଚ ସି, ସାନମସିଗାଁ, ଶ୍ରେଷ୍ଠ ଜନ ଆରୋଗ୍ୟ ସମିତି , ନନ୍ଦାହାଣ୍ଡି ପଞ୍ଚାୟତ, ପୌରପାଳିକା ନବରଙ୍ଗପୁର ଦ୍ଵାରା ମନୋନୀତ ଶ୍ରେଷ୍ଠ ପୁରୁଷ ସଫେଇ କର୍ମଚାରୀ ଅମିତ ହରିଜନ,ଶ୍ରେଷ୍ଠ ମହିଳା ସଫେଇ କର୍ମଚାରୀ ବିମଳା ଜନୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ ଯାଇଥିଲେ।ଶ୍ରେଷ୍ଠ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପ୍ରଥମ,ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଗ ଦ୍ୱିତୀୟ ଏବଂ ଜିଲ୍ଲା ଶିକ୍ଷା ବିଭାଗ ତୃତୀୟ ସ୍ଥାନ ହାସଲ କରିଥିଲେ।ପଡିଆ କାର୍ଯ୍ୟକ୍ରମ ପରେ ମୂଖ୍ୟ ଅତିଥି ଜିଲ୍ଲା ମୂଖ୍ୟ ଡାକ୍ତରଖାନା ଓ ଉପ କାରାଗାର ର ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଅପରାହ୍ନ ୩.୦୦ ଘ ସମୟରେ ଜିଲ୍ଲା ଶିକ୍ଷା ବିଭାଗ ଏକାଦଶ ଏବଂ ଜିଲ୍ଲା ଓକିଲ ସଂଘ ଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସୀମିତ ଓଭର କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଓକିଲ ସଂଘ ଏକାଦଶ ବିଜୟୀ ହୋଇ ମୁଖ୍ୟ ଅତିଥିଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ।

 

ସନ୍ଧ୍ୟା ୬.୩୦ ମି଼ ସମୟରେ ସ୍ଥାନୀୟ ଆର୍ ସି ଡି ହାଇସ୍କୁଲ୍ ଠାରେ ସନ୍ଧ୍ୟା ସାଂସ୍କୃତିକ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଡ଼ ମହେଶ୍ବର ମହାନ୍ତି ଏବଂ ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ଵଜିତ ବର୍ମନ୍, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଉପସ୍ଥିତ ଥିଲେ।ସ୍କୁଲ୍ କଲେଜ ର ଛାତ୍ର ଛାତ୍ରୀ ମାନଂକ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା, ଭଳି ସଂଗୀତ,ଚିତ୍ରାଙ୍କନ, କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ଗଣ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ। ସନ୍ଧ୍ୟା କାର୍ଯ୍ୟକ୍ରମ ର ପରିଚାଳନା ଓ ସଂଯୋଜନା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା କରିଥିବାବେଳେ ଆର୍ ସି ଡି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୁଦୀପ୍ତ ଦାସ ଧନ୍ୟବାଦ୍ ଦେଇଥିଲେ। । ପ୍ୟାରେଡ ପଡ଼ିଆର ସମସ୍ତ କାର୍ଯ୍ୟକ୍ରମ କୁ ଡି ଆଇ ପି ଆର୍ ଓ ପରିଚାଳନା କରିଥିଲେ ଏବଂ ସୁଚନା ଓ ଲୋକ ସମ୍ପର୍କ ବିଭାଗ ଓ ସଂସ୍କୃତି ବିଭାଗ ର କର୍ମଚାରୀ ସହଯୋଗ କରିଥିଲେ।ଷ୍ଟାଡିୟମ୍ ଠାରେ ଦିବା କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ୍, ସି ଡି ଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ,ନିମନ୍ତ୍ରିତ ସହର ର ବିଶିଷ୍ଟ ବ୍ୟକ୍ତି, ଜନ ପ୍ରତିନିଧି,ଗଣ ମାଧ୍ୟମ ପ୍ରତିନିଧି,ଶିକ୍ଷାନୁଷ୍ଠାନ କର୍ମକର୍ତା,ବେସରକାରୀ ଅନୁଷ୍ଠାନ କର୍ମକର୍ତା,ବହୁ ସଂଖ୍ୟାରେ ସହର ବାସିନ୍ଦା ଉପସ୍ଥିତ ଥିଲେ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *