July 1, 2025
Home » ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ

ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ

0
WhatsApp Image 2025-01-27 at 7.14.34 PM

ନବରଙ୍ଗପୁର ସହର ସ୍ଥିତ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ମାନ୍ୟବର , ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟଅତିଥି ରୂପେ ଯୋଗ ଦେଇ ସକାଳ ଘ ୮.୩୦ ମି ସମୟରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମବେତ ପ୍ୟାରେଡ ର ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ପ୍ରାତଃ ଘ ୪.୩୦ମି ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ଵାରା ରାମଧୂନ୍ ପରିବେଷଣ ,ସକାଳ ୭.୦୦ ଘ ସମୟରେ ସହର ର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଭାତ ଫେରି,ସକାଳ ୭.୩୦ ମି ସମୟରେ ସହରର ସମସ୍ତ ସରକାରୀ ଓ ବେସକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ମୂଖ୍ୟଅତିଥୀ ନିଜ ବକ୍ତବ୍ୟରେ ନବରଙ୍ଗପୁର ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀମାନଂକ ତ୍ୟାଗ,ବଳିଦାନ, ପାପଡ଼ାହାଣ୍ଡି ଗୁଳିକାଣ୍ଡରେ ସହିଦ ହୋଇଥିବା ମାଟିର ବୀର ସନ୍ତାନ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଦେଶ ପ୍ରୀତି,ସମ୍ବିଧାନ ପ୍ରତି ଅଙ୍ଗୀକାର ବଦ୍ଧ,ଜିଲ୍ଲା ,ରାଜ୍ୟ ତଥା ଦେଶର ବିକାଶ ଦିଗରେ ସରକାରଂକ ବିଭିନ୍ନ ପଦକ୍ଷେପ ଉପରେ କହିଥିଲେ।ଶ୍ରୀ ଜଗନ୍ନାଥ ମନ୍ଦିର ୫୦୦ କୋଟିର କର୍ପସ ଫଣ୍ଡ,ଓଡ଼ିଆ ଅସ୍ମିତା ସୁରକ୍ଷା ଓ ବିକାଶ ପାଇଁ ୨୦୦ କୋଟି କର୍ପସ୍ ଫଣ୍ଡ,ସୁଭଦ୍ରା ଯୋଜନା, ଚାଷୀ ଙ୍କ ପାଇଁ ଧାନ ର କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ର ଇନ୍ ପୁଟ,ପି ଏମ କିଶାନ, ସି ଏମ କିଶାନ୍,କାମଧେନୁ ଯୋଜନା ଉପରେ ବିଶେଷ ବକ୍ତବ୍ୟ ରଖି ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ପାଇଁ ସରକାର ସବୁବେଳେ ଜିଲ୍ଲାକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି କହିଥିଲେ ।ପତାକା ମଞ୍ଚରେ ମୂଖ୍ୟ ଅତିଥୀ ଙ୍କ ସହ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ଉପସ୍ଥିତ ଥିଲେ ।
ପ୍ୟାରେଡ ପଡ଼ିଆ ରେ ମୋଟ ୨୮ ଟି ଶିକ୍ଷାନୁଷ୍ଠାନ ଓ ପୋଲିସ ପ୍ଲାଟୁନ୍ ସହ ଶାରୀରିକ କ୍ରୀଡା କୌଶଳ ଓ ସାଂସ୍କୃତିକ ବିଚିତ୍ରା ରେ ୧୧ ଟି ଶିକ୍ଷାନୁଷ୍ଠାନ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଙ୍କଠାରୁ ପ୍ୟାରେଡ ପ୍ରତିଯୋଗିତା ର ବିଜୟୀ ଦଳ ରନିଂ ସିଲ୍ଡ ଓ କପ୍ ଗ୍ରହଣ କରିଥିଲେ। ସିନିଅର ଗ୍ରୁପ( ଏ )ଏନ୍ ସି ସି ରେ ଏନ୍ ଏନ୍ ସି ନବରଙ୍ଗପୁର କଲେଜ (ବିଜେତା), ଏନ୍ ଏନ୍ ସି ଏକଲବ୍ୟ ମୋଡେଲ ଆବାସିକ ବିଦ୍ୟାଳୟ( ଉପ ବିଜେତା), ସିଭିଲିଏନ୍ ଗ୍ରୁପ (ବି)ରେ କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର( ବିଜେତା), ରେଡକ୍ରସ ଆର୍ ସି ଡି ହାଇସ୍କୁଲ୍ ( ଉପ ବିଜେତା),କଲେଜ ସ୍ତର ଗ୍ରୁପ ରେ ସ୍ମାର୍ଟ ଗୁରୁକୁଳ, ସିଭିଲ ଏନ୍ ସିନିୟର୍ ଜବାହର ନବୋଦୟ ବିଦ୍ୟାଳୟ ଖାତୀଗୁଡା( ବିଜେତା), ପରେଣ୍ଟ ପ୍ରାଇଡ ପବ୍ଲିକ ସ୍କୁଲ ( ଉପ ବିଜେତା), ସିଭିଲୀଏନ୍ ଜୁନିଅର ରେ ପରେଣ୍ଟ ପ୍ରାଇଡ୍ ପବ୍ଲିକ ସ୍କୁଲ ( ବିଜେତା) ଟେକ୍ ଗୁରୁକୁଳ (ଉପ ବିଜେତା) ରୂପେ ବିବେଚିତ ହୋଇ ମୁଖ୍ୟ ଅତିଥି ଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ। ପ୍ୟାରେଡ ବିଚାରକ ଭାବେ କ୍ରୀଷ୍ଣା କୁମାର ସିଂ ସି ଆର୍ ପି ଏଫ୍ ୧୨ ବାଟାଲିୟନ,ବିଜୟ କୁମାର ସିଂ ଏନ୍ ସି ସି ଅଧିକାରୀ,ଶ୍ରୀମତି ଦିବ୍ୟକାନ୍ତି ଲାକ୍ରା,ଡି ଏସ ପି ଉପସ୍ଥିତ ଥିଲେ। ଶ୍ରେଷ୍ଠ କର୍ମଚାରୀ ରୂପେ ବିବେଚିତ ଶ୍ରେଷ୍ଠ ଶିଶୁ ବିକାଶ ପ୍ରକଲ୍ପ ଅଧିକାରୀ ମିନତି ଦାସ( ଡ଼ାବୁଗାଁ ବ୍ଲକ୍) ଶ୍ରେଷ୍ଠ ମହିଳା ପରିଦର୍ଶିକା ମନିଷା କବିରାଜ( ରାଇଘର ବ୍ଲକ) ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ ସାବିତ୍ରୀ ପାଇକ,ନବରଙ୍ଗପୁର, ଶ୍ରେଷ୍ଠ ଅଗ୍ରଣୀ ଅଗ୍ନିଶମ ସେବା ଅଧିକାରୀ କମଳା କାନ୍ତ ଦାସ, ଶ୍ରେଷ୍ଠ ଅଗ୍ନିସେବା କର୍ମଚାରୀ ସାରଥୀ ପଟେଲ,ଶ୍ରେଷ୍ଠ ପୁରୁଷ ଚାଷୀ ଶଙ୍କର ପଟ୍ଟନାୟକ , ଶ୍ରେଷ୍ଠ ମହିଳା ଚାଷୀ ଲକ୍ଷ୍ମୀ ଭତ୍ରା, ଝରିଗାଁ, ଶ୍ରେଷ୍ଠ ଡାକ୍ତର ଡ ଅଜିତ ଦାସ, ଏମ୍ ଓ, ଧୋଡ୍ରା, ଝରିଗାଁ, ଶ୍ରେଷ୍ଠ ଫାର୍ମାସୀ ପ୍ରକାଶ ଚନ୍ଦ୍ର ବିଶ୍ବାଳ, ଲବ୍ରୋଟରୀ ଟେକ୍ ନିସିଏନ୍ ବିଶ୍ଵ ମୋହନ ନାୟକ, ନର୍ସିଂ ଅଧିକାରୀ ସୁପ୍ରଭା ପଣ୍ଡା,ଉମରକୋଟ, ଏମ ପି ଏଚ୍ଚ ଡବ୍ଲୁ ( ମହିଳା) ମୀନାକ୍ଷି ମଜିତା ପାତ୍ର,ପୂଜାରିଗୁଡ଼ା, ଶ୍ରେଷ୍ଠ ଆଶା କର୍ମୀ ଡାଳିମ୍ବ ମାଝୀ , ଝରିଗାଁ,ନବରଙ୍ଗପୁର ପୌରପାଳିକା ଶ୍ରେଷ୍ଟ ସଫେଇ କର୍ମଚାରୀ ( ପୁରୁଷ) ବିଘ୍ନ ନାୟକ, ଶ୍ରେଷ୍ଠ ମହିଳା ସଫେଇ କର୍ମଚାରୀ ବାସନ୍ତୀ ହରିଜନ, ଆଇ ଏସ ଆର୍ ଡି ୱାନ ଷ୍ଟପ ସେଣ୍ଟର୍ ସଖୀ ଓ ଶକ୍ତି ସଦନ, ଡ଼ାବୁ ଗାଁ ମୁଖ୍ୟ ଅତିଥିଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ।ଶ୍ରେଷ୍ଠ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ରେ ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରଥମ,ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ୱିତୀୟ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତୃତୀୟ ସ୍ଥାନ ହାସଲ କରିଥିଲେ।ପଡିଆ କାର୍ଯ୍ୟକ୍ରମ ପରେ ମୂଖ୍ୟ ଅତିଥୀ ଡାକ୍ତରଖାନା ଓ ଉପ କାରାଗାର ର ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଅପରାହ୍ନ ୩.୦୦ ଘ ସମୟରେ ପୋଲିସ ଏକାଦଶ ଏବଂ ଜିଲ୍ଲା ଓକିଲ ସଂଘ ଏକାଦଶ ମଧ୍ୟରେ ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ପୋଲିସ ଏକାଦଶ ବିଜୟୀ ହୋଇ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ଠାରୁ ଟ୍ରଫି ଓ ସାର୍ଟିଫିକେଟ ଗ୍ରହଣ କରିଥିଲେ। ସନ୍ଧ୍ୟା ୬.୩୦ ମି଼ ସମୟରେ ସ୍ଥାନୀୟ ଆର୍ ସି ଡି ହାଇସ୍କୁଲ୍ ଠାରେ ସାଂସ୍କୃତିକ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ,ତହସିଲଦାର କୈଳାଶ ତ୍ରିପାଠୀ ,ନବରଙ୍ଗପୁର ବି ଡି ଓ ସୁନିଲ ଖୂରା, ତେନ୍ତୁଳିଖୁଣ୍ଟି ବି ଡି ଓ ମନୋଜ ପାଣିଗ୍ରାହୀ ଉପସ୍ଥିତ ଥିଲେ।ସ୍କୁଲ୍ କଲେଜ ର ଛାତ୍ର ଛାତ୍ରୀ ମାନଂକ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା, ସଂଗୀତ,ଚିତ୍ରାଙ୍କନ, କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ଗଣ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ। ସନ୍ଧ୍ୟା କାର୍ଯ୍ୟକ୍ରମ ର ପରିଚାଳନା ଓ ସଂଯୋଜନା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା କରିଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଧନ୍ୟବାଦ୍ ଦେଇଥିଲେ। । ପ୍ୟାରେଡ ପଡ଼ିଆର ସମସ୍ତ କାର୍ଯ୍ୟକ୍ରମ କୁ ଡି ଆଇ ପି ଆର୍ ଓ ପରିଚାଳନା କରିଥିଲେ ଏବଂ ସୁଚନା ଓ ଲୋକ ସମ୍ପର୍କ ବିଭାଗ ଓ ସଂସ୍କୃତି ବିଭାଗ ର କର୍ମଚାରୀ ସହଯୋଗ କରିଥିଲେ।ଷ୍ଟାଡିୟମ୍ ଠାରେ ଦିବା କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମହେଶ୍ୱର ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ନବୀନ ଚନ୍ଦ୍ର ନାୟକ, ସି ଡି ଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ପୌରପରିଷଦ ଅଧ୍ୟକ୍ଷ କୁନୁ ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ,ନିମନ୍ତ୍ରିତ ସହର ର ବିଶିଷ୍ଟ ବ୍ୟକ୍ତି, ଜନ ପ୍ରତିନିଧି,ଗଣ ମାଧ୍ୟମ ପ୍ରତିନିଧି,ଶିକ୍ଷାନୁଷ୍ଠାନ କର୍ମକର୍ତା,ବେସରକାରୀ ଅନୁଷ୍ଠାନ କର୍ମକର୍ତା,ବହୁ ସଂଖ୍ୟାରେ ସହର ବାସିନ୍ଦା ଉପସ୍ଥିତ ଥିଲେ।

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *