February 6, 2026
Home » ନବରଙ୍ଗପୁରରେ ୧୪୦ ଜଣ ବରିଷ୍ଠ ନାଗରିକ ଙ୍କ ଅଯୋଧ୍ୟା–ବାରାଣାସୀ ଅଭିମୁଖେ ଯାତ୍ରା

ନବରଙ୍ଗପୁରରେ ୧୪୦ ଜଣ ବରିଷ୍ଠ ନାଗରିକ ଙ୍କ ଅଯୋଧ୍ୟା–ବାରାଣାସୀ ଅଭିମୁଖେ ଯାତ୍ରା

0
WhatsApp Image 2026-01-17 at 2.56.45 PM

 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଅଯୋଧ୍ୟା ଓ ବାରାଣାସୀ ଯାତ୍ରା ପାଇଁ ବିବେଚିତ ତୀର୍ଥଯାତ୍ରୀମାନଙ୍କୁ ନେଇ ଆଜି ୪ ଟି ବସ ରାୟଗଡ଼ା ଯାତ୍ରା କରିଛି। ଏହି ଅବସରରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପତାକା ଦେଖାଇ ଯାତ୍ରାର ଶୁଭାରମ୍ବ କରିଥିଲେ ଓ ତୀର୍ଥଯାତ୍ରୀ ମାନଙ୍କୁ ଉତ୍ସାହ ଓ ଶୁଭେଛା ଜଣାଇଥିଲେ।ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏକ ବିଶେଷ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ବିଭିନ୍ନ ବ୍ଲକରୁ ଆସିଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀମାନଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଡାକ୍ତରମାନଙ୍କ ଦ୍ୱାରା ରକ୍ତଚାପ, ଶରୀରିକ ସ୍ଥିତି ଓ ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ, ଯାତ୍ରା ପାଇଁ ଉପଯୁକ୍ତ ମୋଟ ୧୪୦ ଜଣ ତୀର୍ଥଯାତ୍ରୀଙ୍କୁ ସୁସ୍ଥ ଘୋଷଣା କରାଯାଇଥିଲା। ସମସ୍ତ ଚିକିତ୍ସା ପ୍ରକ୍ରିୟା ସମାପ୍ତି ପରେ ୦୫ ଜଣ ଏସ୍କର୍ଟ ଅଫିସରଙ୍କ ସହଯୋଗରେ ତୀର୍ଥଯାତ୍ରୀ ଅଯୋଧ୍ୟା–ବାରାଣାସୀ ଅଭିମୁଖେ ଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ( ରାଜସ୍ବ)ବିଶ୍ୱଜିତ ଚନ୍ଦ୍ର ବର୍ମନ , ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ପାତ୍ର, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଘାସିରାମ ହରିଜନ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସହ ସମସ୍ତ ବ୍ଲକର ସମାଜ ସୁରକ୍ଷା ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଯୋଜନା ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ବରିଷ୍ଠ ନାଗରିକମାନେ ଜୀବନରେ ପବିତ୍ର ତୀର୍ଥଯାତ୍ରାର ଆଧ୍ୟାତ୍ମିକ ଅନୁଭୂତି ଲାଭ କରୁଥିବାରୁ ସରକାରଙ୍କ ଏହି ପ୍ରୟାସ ସାର୍ବଜନୀନ ଭାବେ ପ୍ରଶଂସା ଲାଭ କରିଛି।

Leave a Reply

Your email address will not be published. Required fields are marked *