April 3, 2026
Home » ନାଗା ମେଢ଼ ନୃତ୍ୟରେ ସାହି ଅଞ୍ଚଳ ଦୁଲିକିଥିଲା

ନାଗା ମେଢ଼ ନୃତ୍ୟରେ ସାହି ଅଞ୍ଚଳ ଦୁଲିକିଥିଲା

0
Screenshot 2026-04-03 142349

ପୁରୀ: ଶ୍ରୀରାମନବମୀ ଠାରୁ ଶ୍ରୀରାମଙ୍କ ଅଭିଷେକ ପର୍ଯ୍ୟନ୍ତ ଆଠ ସାହିର ଜାଗା ଆଖଡ଼ା ଗୁଡ଼ିକରୁ ସାହିଯାତ ବାହାରିଥାଏ, ଗତକାଲି ସୀତାଚୋରି ନୀତି ଅନୁଯାଇ କୁଣ୍ଢେଇ ବେଣ୍ଟ ସାହିରୁ ସାହିଯାତ ବାହାରି ବାଡ଼ିସାହି ଦୋଳମଣ୍ଡପ ସାହି ପରିକ୍ରମା କରି ବଡଦାଣ୍ଡ ଦେଇ ଜଗନ୍ନାଥ ବାଲହବ ପର୍ଯ୍ୟନ୍ତ ଯାଇଥିଲା, ଏହି ଅବସରରେ କୁଣ୍ଢେଇବେଣ୍ଟ ସାହିର ବିଭିର୍ଣ୍ଣ ଜାଗା ଆଖଡ଼ାରୁ ରାବଣ, ପଞ୍ଚସିରା, ନଶିରା, ନାଗା, ମେଢ଼, ଖଣ୍ଡା ଖେଳ, ବାଡ଼ିଖେଳ, ନିଆଁ ବନାଟି ଖେଳ ଆଦି ପଦର୍ଶନ କରିଥିଲେ, ସାହିଯାତ ପାରମ୍ପରିକ ସମରକଳା କୁ ଅଦ୍ୟାବଧି ଜୀବିତ ରଖିପାରିଛି, ମେଳଗୁଡିକ ବାଦୀସାହିରେ ପ୍ରବେଶ କଲା ପରେ ବାଦୀସାହିର ବିଭିର୍ଣ୍ଣ ସ୍ଥାନରେ ସାହିର ମୁରବୀମାନେ ଫୁଲ ମାଳ ପଣା ଆଦି ଦେଇ ସ୍ୱାଗତ କରିଥିଲେ, ସାହିଯାତ ଏକ ଭାଇଚାରାର ପରମ୍ପରା, ଆବାଳବୃଦ୍ଧବନିତା ବିଭିର୍ଣ୍ଣ ସ୍ଥାନରେ ସାମିଲୀ ହୋଇ ସାହିଯାତାକୁ ଉପଭୋଗ କରିଥିଲେ, ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ଜାତ ଚାଲିଥିଲା, ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁ ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *