November 13, 2025
Home » ନାରୀ ସଶକ୍ତି କରଣ ପାଇଁ ମହିଳା କଲେଜ ରେ ସୁରକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ

ନାରୀ ସଶକ୍ତି କରଣ ପାଇଁ ମହିଳା କଲେଜ ରେ ସୁରକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ

0
WhatsApp Image 2025-08-20 at 2.39.43 PM

ନାରୀ ସୁରକ୍ଷିତ ହେଲେ ସମାଜ ସୁରକ୍ଷିତ ରହିବ: ଜିଲ୍ଲାପାଳ

ସୁବର୍ଣ୍ଣପୁର– ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ସୋନପୁର ଠାରେ ନାରୀ ସଶକ୍ତି କରଣ ପାଇଁ ମହିଳା ମାନଙ୍କ ର ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଓ ଭାରତ ବିକାଶ ପରିଷଦ ସୋନପୁର ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ର ସଫଳ ହୋଇପାରିଛି l ଫକୀର ମୋହନ କଲେଜ ବାଲେଶ୍ୱର ର ଛାତ୍ରୀ ଆତ୍ମlହୁତି ପରେ ସମଗ୍ର ଓଡିଶା ମର୍ମାହତ ,ଏଣୁ ବର୍ତ୍ତମାନ ର ଛାତ୍ରୀ ଓ ନାରୀ ସମାଜ ସଚେତନ ହେବା ଅନିର୍ଵାର୍ଯ୍ୟ ମନେକରି ଏହି କାର୍ଯ୍ୟକ୍ରମ ଟି ଜିଲ୍ଲା ପୋଲିସ ସହ ଏ ସଂଗଠନ ଆୟୋଜନ କରିଛି l ଏଥିରେ ଜିଲ୍ଲାପାଳ ଡ଼ଃ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଔପଚାରିକ ଶିକ୍ଷା ଓ ସମାଜ ପାଇଁ ଲଢ଼ିବା ଦୁଇଟା ଭିନ୍ନ ଭିନ୍ନ କଥା, କାରଣ ଅଶିକ୍ଷିତ ହେଲେ ବି ଜଣେ ନାରୀ ସମଗ୍ର ସମାଜ କୁ ସୁରକ୍ଷା ଦେବାରେ ଖୁବ୍ ଭୂମିକା ନିଭାଇ ପାରେ ବୋଲି ଜିଲ୍ଲାପାଳ କୋଡ଼ିଏ ବର୍ଷ ତଳେ ଏକ ମନ୍ଦିର ରେ ଘଟିଥିବା ନିଜ ମା ଙ୍କ ଏକ ସୁନ୍ଦର ଉଦାହରଣ ଦେଇ ଝିଅ ମାନଙ୍କ ଆତ୍ମ ବିଶ୍ୱାସ ବଢାଇ ଥିଲେ l ତାଙ୍କ ମା ମନ୍ଦିର ଦର୍ଶନ ଓ ଧ୍ୟାନ କରୁଥିବା ବେଳେ ଜଣେ ବିଧବା ମହିଳା ଙ୍କୁ ମନ୍ଦିର ପ୍ରବେଶ ପାଇଁ ପୂଜକ ବାରଣ କରିଥିବା ବେଳେ ମା ଙ୍କୁ ଏ କଥା ଖୁବ୍ ଆଘାତ କରିଥିଲା, ଶେଷରେ ସେ ମନ୍ଦିର ରେ କିଛି ଦିନ ଅଧିଆ ପଡ଼ି ବିଧବା ମହିଳା ପାଇଁ ଜିଦ୍ କରି ସମାଜ ଆଗରେ ଗ୍ରହଣୀୟ କରାଇଥିଲେ ବୋଲି ଜିଲ୍ଲାପାଳ ନିଜ ମା ଙ୍କ ଉଦାହରଣ ଦେଇ ଥିଲେ ଓ ପୁଅ ନ ଥିଲେ ଗୋଟେ ଝିଅ ବି ବାପା ମା ଙ୍କ କାନ୍ଧ ଦେଇ ପାରେ ମୁଖାଗ୍ନି ଦେଇପାରେ ବୋଲି କହି ନାରୀ କୌଣସି ଗୁଣରେ ରେ କମ୍ ନୁହନ୍ତି ଜଣେ ଅଶିକ୍ଷିତ ପୁରୁଷ ବା ନାରୀ ସମାଜ ପରିବର୍ତ୍ତନ କ୍ଷେତ୍ରରେ ବହୁତ୍ କିଛି କରିପାରେ ବୋଲି ଡଃ.ସାହୁ ମତ ରଖି ଥିଲେ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ କୁ ସୁରକ୍ଷା ଦେବା ନାରୀ ପ୍ରଥମେ ସାହସ ଯୋଟାଇବା, ଆତ୍ମ ବିଶ୍ୱାସ ରଖିବା ଜରୁରୀ ବୋଲି କହି ପ୍ରତ୍ୟେକ କ୍ଷେତ୍ରରେ ପୋଲିସ ବା ଆଇନ୍ ର ଆଶ୍ରୟ ନେବା କୁ ଓ ତାଙ୍କୁ ସୁରକ୍ଷା ଦେବା ଆମ ସମସ୍ତ ଙ୍କ ଦାୟିତ୍ବ କର୍ତ୍ତବ୍ୟ ବୋଲି ଏସପି ଶ୍ରୀ ନାୟକ କହି ଥିଲେ l ଦୁର୍ଯ୍ୟୋଧନ ସାହୁ ସଭାପତି ଭାରତ ବିକାଶ ପରିଷଦ ଓ ରିତାରାଣୀ ପୂଜହାରୀ ଅଧ୍ୟକ୍ଷା ବିଜୁପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ମଞ୍ଚାସିନ ରହି ନାରୀ ସମାଜ ପାଇଁ ବନ୍ଦନୀୟ ବୋଲି ମତ ରଖି ଥିଲେ l ସଭାପତି ଭାରତ ବିକାଶ ପରିଷଦ
ଦୁର୍ଯ୍ୟୋଧନ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ମହାବିଦ୍ୟାଳୟ ର ଅଧ୍ୟାପକ ମଦନ ସୁନ୍ଦର ଖେତି ସଭା ପରିଚାଳନା କରିଥିଲେ l. ମହିଳା ମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି, ଆଇନ ସଚେତନତା ଏବଂ ସେମାନଙ୍କ ଅଧିକାର ଓ କର୍ତ୍ତବ୍ୟ କୁ ଅବଗତ କରାଇବା ସକାଶେ ଏହି କାର୍ଯ୍ୟକ୍ରମ ରେ ପାଞ୍ଚ ଜଣ ମହିଳା ଡି ଏସ ପି ରେଣୁକା ସୁନା, ରାଜେଶ୍ୱରୀ ଭୋଇ, ପ୍ରମୁଖ ଙ୍କ ସହ ଅଧ୍ୟାପିକା ତଥା ସମାଜ ସେଵୀ ସୁନନ୍ଦା ସାହୁ ଆଇନଜୀବୀ ନନ୍ଦିନୀ ଶତପଥୀ ଆଇନଜୀବୀ ମଧୁମିତା ପରମ ଗୁରୁ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ସନ୍ଦେହ ଦୂର କରିଥିଲେ. I ଭାରତ ବିକାଶ ପରିଷଦ ର ସଦସ୍ୟ କ୍ଷୀରୋଦ ମେହେର,କବିତା ପଧାନ,ଶ୍ରଦ୍ଧlଞ୍ଜଳି ମିଶ୍ର, ପ୍ରମୋଦ କୁମାର ସାହୁ,ଦାମୋଦର ପଣ୍ଡା, ଜ୍ୟୋତିର୍ମୟ ମିଶ୍ର,ପଦ୍ମଲୋଚନ ମିଶ୍ର, ପ୍ରତିମା ରଥ, ହରିଶଙ୍କର ମିଶ୍ର, ଲଷ୍ମୀ ପ୍ରିୟା ପାଣିଗ୍ରାହୀ ଗୀତାଞ୍ଜଳି ମିଶ୍ର ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ l କଲେଜ୍ ଛାତ୍ରୀ ଙ୍କ ଦ୍ବାରା ନାରୀ ସଶକ୍ତି କରଣ ଓ ସଚେତନତା ଉପରେ ଚିତା କର୍ଷକ ନାଟକ ପରିବେଷଣ କରା ଯାଇଥିଲା l ଜିଲ୍ଲାପାଳ ଓ ଏସପି ଙ୍କୁ କଲେଜ୍ ଛାତ୍ରୀ ଙ୍କ ଦ୍ଵାରା ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l କାର୍ଯ୍ୟକ୍ରମ ଟି ବନ୍ଦେ ମାତରମ ଗାନ ସହିତ ଆରମ୍ଭ ହୋଇ ଜାତୀୟ ସଂଗୀତ ଗାନ ରେ ଶେଷ କରାଯାଇଥିଲା l ଶେଷରେ ସ୍ମିତା ରାଣୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *