ନାଳନ୍ଦା ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚଳିତ ବର୍ଷର ବିଜ୍ଞାନ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

ଜୟପ୍ରକାଶ ନଗର ଦ୍ୱିତୀୟ ଲାଇନରେ ଅବସ୍ଥିତ ନାଳନ୍ଦା ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚଳିତ ବର୍ଷର ବିଜ୍ଞାନ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ଗୁରୁବାର ଅପରାହ୍ନରେ ଅନୁଷ୍ଠାନ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଏବଂ ପ୍ରତିଷ୍ଠାତା କାଳୀ ଚରଣ ସାହୁ ଉକ୍ତ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଏବଂ ପରେ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ।
ଏହି ପରିପ୍ରେକ୍ଷୀରେ, ଅନୁଷ୍ଠାନର ଅଧ୍ୟକ୍ଷ ଏବଂ ପ୍ରତିଷ୍ଠାତା କାଳୀ ଚରଣ ସାହୁ କହିଛନ୍ତି ଯେ ବିଦ୍ୟାଳୟ ୯୯.୨ ପ୍ରତିଶତ ହାରରେ ସଫଳତା ହାସଲ କରି ଏହାର ପ୍ରତିଷ୍ଠା ବୃଦ୍ଧି କରିଥିବା ବେଳେ, ପ୍ରାୟ ୮୪ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି, ପ୍ରତିଷ୍ଠାନର ମୋଟ ୫୦୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୧ ଜଣ A-୧ ନମ୍ବର ହାସଲ କରି ବିଦ୍ୟାଳୟକୁ ଗର୍ବିତ କରିଛନ୍ତି ।ଅନୁଷ୍ଠାନର ସମସ୍ତ ଶିକ୍ଷକଙ୍କ ଉଚ୍ଚମାନର ଶିକ୍ଷାଦାନ ପଦ୍ଧତି ଏବଂ ହଷ୍ଟେଲ ଇନଚାର୍ଜ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଉତ୍ସାହୀ ପ୍ରୟାସ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ଛାତ୍ରଛାତ୍ରୀମାନେ ପ୍ରତିକ୍ରିୟା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ, କଲେଜ ନିର୍ଦ୍ଦେଶକ ଉମାକାନ୍ତ ପାତ୍ର, ଅଧ୍ୟକ୍ଷ ମନୋଜ କୁମାର ସାହୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )