ନିଃଶୁଳ୍କ ଆକ୍ୟୁ ପ୍ରେସର୍ ଥେରାପି ଚିକିତ୍ସା ଶିବିର।
ଧର୍ମଗଡ ଜଗନ୍ନାଥ ସେବା ସମିତି ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଶ୍ରୀକୃଷ୍ଣ ଭବନ ଠାରେ ନିଃଶୁଳ୍କ ଆକ୍ୟୁ ପ୍ରେସର୍ ଥେରାପି ଚିକିତ୍ସା ଶିବିର ର ଶୁଭାରମ୍ଭ ହୋଇଛି।ମାନ୍ୟବର ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିବିରର ଉଦଘାଟନ କରିଥିଲେ। ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବରିଷ୍ଠ ଶିକ୍ଷାବିତ୍ ତଥା ସାହିତ୍ୟିକ ପ୍ରତାପ କିଶୋର ମୁଣ୍ଡ, ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ଡିଏସପି ଡୋଳାମଣି ଭୋଇ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ,ସମାଜସେବୀ କିଶୋର ଅଗ୍ରୱାଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଅଧ୍ୟାପକ ଲିଙ୍ଗରାଜ ପାତ୍ର କାର୍ଯକ୍ରମ ପରିଚାଳନା କରିଥଲେ।

ରାଜସ୍ଥାନ ଯୋଧପୁରରୁ ଆସିଥିବା ଆକ୍ୟୁ ପ୍ରେସର୍ ଥେରାପି ଡାକ୍ତର କୌଶଳ ସିଂ ରାଜ ପୁରୋହିତ ଓ ଡାକ୍ତର ତେଜରାଜ ଚୌଧୁରୀ ଙ୍କ ଦ୍ବାରା ସାତ ଦିନ ଧରି ଏହି ଶିବିର ଅନୁଷ୍ଠିତ ହେବ। ବିଭିନ୍ନ ରୋଗର ଉପଚାର ବିନା ଔଷଧ ରେ ଆକ୍ୟୁ ପ୍ରେସର୍ ଥେରାପି ଦ୍ବାରା ମାଗଣାରେ କରାଯିବ ଓ ପୀଡିତ ମାନେ ଏହାର ସୁଯୋଗ ନେବାକୁ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଥିଲେ।
kalahandi jilla ru bidyadhara sahu nka report
