February 5, 2025
Home » ନିଜକୁ ସୁସ୍ଥ ରଖିବା ସହ ଚରିତ୍ର ଗଠନ କରିବା ଦିଗରେ କ୍ରୀଡା ଏକ ମାଧ୍ୟମ

ନିଜକୁ ସୁସ୍ଥ ରଖିବା ସହ ଚରିତ୍ର ଗଠନ କରିବା ଦିଗରେ କ୍ରୀଡା ଏକ ମାଧ୍ୟମ

0

ପୁରୀ:ସହରର ଏକ ପୁରାତନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସନ୍ତୋଷୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ 34ତମ ଦୁଇଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଆଜି ଇଣ୍ଡୋର ଷ୍ଟାଡିଅମ ପରିସରରେ ଉଦଘାଟିତ ହୋଇଯାଇଛି, ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବ ରେ ରବୀନ୍ଦ୍ର ନାଥ ସେନାପତି ପ୍ରାକ୍ତନ ଜିଲ୍ଲା କ୍ରୀଡା ଅଧିକାରୀ ଉତ୍ସବ କୁ ଉଦଘାଟନ କରି କହିଲେ ଯେ ଛାତ୍ର ଓ ଛାତ୍ରୀ ମାନେ ନିଜକୁ ସୁସ୍ଥ ରଖିବା ସହ ଉତ୍ତମ ଚରିତ୍ର ଗଠନ କରିବା ଦିଗରେ କ୍ରୀଡା ଏକ ପ୍ରମୁଖ ଭୂମିକା, ଅଧ୍ୟୟନ କରିବା ସହ ଯୋଗ, ବ୍ୟାୟାମ ଓ ବିଭିର୍ଣ୍ଣ କ୍ରୀଡା କରିବା ଦ୍ୱାରା ନିଜକୁ ସମାଜରେ ଏକ ଉତ୍ତମ ମଣିଷ କରି ପାରିବେ,ଅବିଭାବକ ମାନେ ଶିକ୍ଷାଦାନ ସହ କ୍ରୀଡା ଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ,

ପ୍ରାରମ୍ଭରେ ବିଦ୍ୟାଳୟ ର ସମ୍ପାଦିକା ସୁଭାଷିନୀ ବଳିୟାରସିଂ ସୂଚନାଡେଇ କହିଲେ ଯେ ଏହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଆଜି ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ବିଭିର୍ଣ୍ଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୁର୍ତ୍ତିତ୍ୟ ହାସଲ କରିବା ସହ ବିଦ୍ୟାଳୟ କୁ ଗୌରବନୀତ୍ୱ କରିପାରିଛନ୍ତି, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ତଥା ପ୍ରାକ୍ତନ ନଗରପଲ ଶୁରେନ୍ଦ୍ର ନାଥ ଦାଶ ଅଧ୍ୟକ୍ଷତା କରି କହିଲେଯେ ଏହି ବିଦ୍ୟାଳୟ ରାଜ୍ୟରେ ଏକ ଅଗ୍ରଣୀ ବିଦ୍ୟାଳୟ ଭାବେ ପରିଚିତ ହେବା ସହ ବାର୍ଷିକ ପରୀକ୍ଷାରେ ଶତପ୍ରତିଶତ କୃତିତ୍ୱ ହାସଲ କରି ସହର ପାଇଁ ଗୌରବ ଆଣିପରିଛ, ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କର ବିଭିର୍ଣ୍ଣ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା, ବିଦ୍ୟାଳୟ ର ଅଧ୍ୟାଖ୍ୟା ଅଯନ୍ତା ବଳିୟାର ସିଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ, ବିଦ୍ୟାଳୟର କ୍ରୀଡା ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷୟତ୍ରୀ ବୃନ୍ଦ ପ୍ରତିଯୋଗିତା ପରି ଚାଳନା କରିବା ଦିଗରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *