July 4, 2025
Home » ନିମାପଡ଼ା ପ୍ରେସକ୍ଲବର ନୂତନ କର୍ମକର୍ତ୍ତା ଚୟନ

ନିମାପଡ଼ା ପ୍ରେସକ୍ଲବର ନୂତନ କର୍ମକର୍ତ୍ତା ଚୟନ

0
WhatsApp Image 2025-03-02 at 10.45.24 PM

ନିମାପଡ଼ା ପ୍ରେସକ୍ଲବର ନୂତନ କର୍ମକର୍ତ୍ତା ଚୟନ ଆଜି ଅନୁଷ୍ଠିତ ହୋଇଯାଇଛି। କ୍ଲବର ୨୫ଜଣ ସଭ୍ୟଙ୍କ ମଧ୍ୟରୁ ୨୧ଜଣ ଉପସ୍ଥିତ ରହି କର୍ମକର୍ତ୍ତା ଚୟନ କରିଥିଲେ। ସର୍ବସମ୍ମତିକ୍ରମେ ସହମ୍ମତି ଭିତ୍ତିରେ ଚୟନ ପ୍ରକ୍ରିୟା କରା ଯାଇଥିଲା। ନୂତନ ସଭାପତି ଭାବେ ଅକ୍ଷୟ କୁମାର ବେହେରା,ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଂପାଦକ ରମାକାନ୍ତ ବେହେରା, ସହ- ସଂପାଦକ ଅଶୋକ କୁମାର ବେହେରା, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ବେହେରା ଏବଂ ସଂଗଠନ ସଂପାଦକ ଭାବେ ସୁଦର୍ଶନ ବେହେରା ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରେସକ୍ଲବର ଆଇନ ପରାମର୍ଶଦାତା ମହେନ୍ଦ୍ର କୁମାର ସାହୁ ନିର୍ବାଚନ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଶରତ କୁମାର ସେନାପତି ସହଯୋଗ କରିଥିଲେ। ପ୍ରେସକ୍ଲବ ସ୍ୱାର୍ଥ ସମ୍ବଳିତ ସମସ୍ତ କାର୍ଯ୍ୟକୁ ଆମେ ନିସ୍ଵାର୍ଥପର ସହ ସମ୍ପାଦନ କରିବୁ, ପ୍ରେସକ୍ଲବର ନୂତନ ଗୃହ ନିର୍ମାଣ ଖୁବଶୀଘ୍ର ଆରମ୍ଭ କରିବୁ ବୋଲି ନୂତନ ସଭାପତି ଅକ୍ଷୟ ବେହେରା ସୂଚନା ଦେଇଛନ୍ତି। ବିବାଦରୁ ଉର୍ଦ୍ଧ୍ୱରେ ରହି, ନିମାପଡ଼ାର ବିକାଶ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାପାଇଁ ଦଳ ମତ ନିର୍ବିଶେଷରେ ସମସ୍ତେ ଏକ ହୋଇ କାର୍ଯ୍ୟକରିବୁ ବୋଲି ନୂତନ ସଂପାଦକ ରମାକାନ୍ତ ବେହେରା କହିଛନ୍ତି। ପୁରାତନ ସଭାପତି ରଞ୍ଜନ କୁମାର ପଟ୍ଟନାୟକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *