July 5, 2025
Home » ନିର୍ଦ୍ଧାରିତ ସ୍ଥାନରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ହେଉ।

ନିର୍ଦ୍ଧାରିତ ସ୍ଥାନରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ହେଉ।

0
WhatsApp Image 2025-03-03 at 7.27.04 PM

କେନ୍ଦୁଝର ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ସଦର ବ୍ଲକ ଡିମ୍ୱୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁଣଝରଣ ଗ୍ରାମବାସୀମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି କି ପୂର୍ବରୁ ୨୦୧୮ ମସିହାରେ ଉକ୍ତ ଗ୍ରାମର ପ୍ଲଟ ନଂ ୨୦ ଓ ୨୩ରେ ସ୍କୁଲ ଓ ଅଙ୍ଗନବାଡି ଗୃହ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ତେବେ କିଛି ବର୍ଷ ଅତିକ୍ରାନ୍ତ କଲା ପରେ କିଛି ମୁଷ୍ଟିମେୟ ଲୋକଙ୍କ ପ୍ରରୋଚନାରେ ପୁଣି ପ୍ଲଟ ନଂ୧୯୮ ଯେଉଁଟା ଏକ ପଥର ଖଣି ଆଉ ସେଠାରେ ବିରାଟ ବିରାଟ ଗଛ ରହିଛି ସେହି ସ୍ଥାନରେ ପୁଣି ସ୍କୁଲ ଓ ଅଙ୍ଗନବାଡି ଘର କରିବାକୁ ନୂଆ ଯୋଜନା ହେଉଛି। ଏହି କଥା ଜାଣି ଗ୍ରାମବାସୀ ବିରୋଧ କରିଛନ୍ତି ସେମାନେ କିପରି ଏହି ନିଷ୍ପତ୍ତି ପରିବର୍ତ୍ତନ କରାଗଲା ବୋଲି ପ୍ରଶ୍ନ କରି ଜିଲ୍ଲାପାଳଙ୍କୁ ଲିଖିତ ଦେଇଛନ୍ତି। ତେଣୁ ପ୍ରଶାସନ ଏହା ଉପରେ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଛି। ତେଣୁ ଆଗାମୀ ଦିନରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଲାଗି ଅଯଥା ରାଜନୀତି ନକରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *