ନିଶାମୁକ୍ତ ଭାରଡ ଅଭିଯାନ

ପୁରୀ ଜିଲ୍ଳାସାମାଜିକ ଓ ସୁରକ୍ଷା କାର୍ଯ୍ୟାଳୟଙ୍କ ମିଳିତ ସହଯୋଗରେ “ ନାରୀ ମଙ୍ଗଳ ମହିଳା ସମିତି ”’ ପୁରୀ ଏନ୍.ଜି.ଓ ତରଫରୁ ନିଶାମୁକ୍ତ ଅଭିଯାନ କରାଯାଇଅଛି । ଉକ୍ତ ରାଲି ମେଡିକାଲ ଛକରୁ ବାହାରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅଭିଯାନ କରାଯାଇଥିଲା | ଉକ୍ତ ରାଲିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାସାମାଜିକ ଓ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୁଭ୍ରାଂସୁ ମହାରଣା ନୀଳ ପତାକା ହଲାଇ ଅଭିଯାନକୁ ଉଦ୍ଘାଟନ କରିଥିଲେ |ଉକ୍ତ ରାଲିରେ ଜନସଚେତନତା କରିବାପାଇଁ ପ୍ରାୟ ୧ ୦ ଠ ରୁ ଅଧିକ ମହିଳ ସମିତିର ସଭ୍ୟ ବିଭିନ୍ନ ପ୍ରକାର ଫ୍ଲlକାର୍ଡ ଧରି ଅଭିଯାନ କରିଥିଲେ । ସମାଜରେ କେମିତି ମଣିଷ ନିଶାରୁ ନିଶାମୁକ୍ତ ହୋଇପାରି ସୁସ୍ଥ ଜୀବନ ଯାପନ କରିପାରିବ ତାହା ଅଭିଯାନର ଲକ୍ଷ୍ୟ । ସମାଜରେ ଏତେ ସଂଖ୍ୟକ ନିଶା ତଥା ମଦ, ଡ୍ରଗ୍ଵ, ପାଉଡର, ଗଞ୍ଜାଇ, ଚରସ୍ ଖାଇ ମଣିଷ ନଷ୍ଟ ହୋଇ ତାର ପୂର୍ବ ପିଢ଼ି ଉପରେ ପ୍ରଭାବ ପକାଉଛି । ଏଣୁ ଆସ ଆଜି ସମସ୍ତେ ଶପଥ ନେବା ସମାଜକୁ କିପରି ନିଶାମୁକ୍ତ କରି ସୁସ୍ଥ ସମାଜ ଜୀବନ ଯାପନ ଗଢିବା ଏହାହିଁ ଆମର ଲକ୍ଷ୍ୟ । ଏହା ଜନସଚେତନତା କରାଯାଉଅଛି । ଉକ୍ତ ରାଲିରେ ଜିଲ୍ଲାସାମାଜିକ ଓ ସୁରକ୍ଷାଧକାରୀ ଶ୍ରୀଯୁକ୍ତ ଶୁଭ୍ରାଂସୁ ମହାରଣା ମୁଖ୍ୟ ଅତିଥି ଭାବରେ ଏବଂ ଉପଖଣ୍ଡ ସୂଚନା ଓ ଲୋକସର୍ମକ ଅଧୂୁକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଯୋଗଦେଇଥିଲେ । ମହିଳା ସମିତିର ସମ୍ପାଦକ ଶ୍ରୀମତି ସସ୍ମିତା ପଣ୍ଡା, ଉପଦେଷ୍ଟା ଶ୍ରୀ ପ୍ରକାଶ ରାଉତରାୟ ଓ ସମାଜବାଦୀ ଶ୍ରୀ ପ୍ରଦୀପ୍ତ ରଥ ରାଲିଜୁ ପରିଚାଳନା କରିଥିଲେ ।