ନୂତନ ନିଯୁକ୍ତ ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇଙ୍କୁ କଂଗ୍ରେସ ଭବନରେ ଭବ୍ୟ ସ୍ୱାଗତ
ମୁଁ ନିଜେ ଶୃଙ୍ଖଳିତ ରହିବି, ଆଶା ଦଳୀୟ ନେତୃବୃନ୍ଦ ମଧ୍ୟ ଶୃଙ୍ଖଳିତ ରହିବେ : ଦେଶାଇ
ଭୁବନେଶ୍ୱର; ତା 1.6 ରିଖ ଲାଲଜୀ ଦେଶାଇ ଜଣେ ପ୍ରମୁଖ ଭାରତୀୟ ରାଜନେତା, ତୃଣମୂଳ ସ୍ତରର ସଂଗଠକ ଏବଂ ପରିବେଶ କର୍ମୀ ଅଟନ୍ତି। ସେ ଭାରତୀୟ ଜାତୀୟ କଂଗ୍ରେସ (INC) ର ଜଣେ ପ୍ରମୁଖ ନେତା ଭାବରେ କାର୍ଯ୍ୟ କରୁଛନ୍ତି। ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଶ୍ରୀ ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂତନ ପିସିସି (PCC) ପ୍ରଭାରୀ ଭାବରେ ସ୍ୱାଗତ କରାଯାଇଛି ।
କଂଗ୍ରେସ ଭବନଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ସମସ୍ତ ବରିଷ୍ଠ ନେତୃବୃନ୍ଦ, ମହିଳା,ଯୁବ ଓ ଛାତ୍ର ନେତୃବୃନ୍ଦଙ୍କୁ ସମ୍ବୋଧିତ କରି ନୂତନ ପ୍ରଭାରୀ ଶ୍ରୀ ଦେଶାଇ କହିଲେ, ଦଳୀୟ ନେତୃବୃନ୍ଦ ଓ କର୍ମକର୍ତ୍ତା ନିଜେ ଶୃଙ୍ଖଳିତ ରହିଲେ ଦଳ ଆପେ ଶୃଙ୍ଖଳିତ ଓ ଶକ୍ତିଶାଳୀ ହୋଇଯିବ l ଏବଂ ଶ୍ରୀ ଦେଶାଇ କହିଲେ ଯେ, ମୁଁ ନିଜେ ଶୃଙ୍ଖଳିତ ରହିବି ଏବଂ ଆଶା କରିବି ଯେ ଦଳର ବରିଷ୍ଠ ନେତୃଗଣ ମଧ୍ୟ ଶୃଙ୍ଖଳିତ ରହିବେ l
ପିସିସି ସଭାପତି ଭକ୍ତ ଚରଣ ଦାସ ଶ୍ରୀ ଦେଶାଇଙ୍କୁ ସ୍ୱାଗତ କରି କହିଲେ ଯେ, ରାଜ୍ୟରେ ଦଳ ନୂତନ ଉତ୍ସାହ ଓ ଶକ୍ତିର ସହ ଆଗକୁ ବଢୁଥିବାବେଳେ ମାନନୀୟ ରାହୁଳ ଗାନ୍ଧୀଙ୍କ ପରାମର୍ଶ କ୍ରମେ ଜଣେ ତୃଣମୂଳ ସ୍ତରରୁ ଆଗକୁ ଆସିଥିବା ଜଣେ ପରିଶ୍ରମୀ ନେତାଙ୍କୁ ଓଡିଶା ପ୍ରଭାରୀ ରୂପେ ନିଯୁକ୍ତ କରିବା ଦଳ ପାଇଁ ଅନେକ ଆଶା ଓ ବିଶ୍ୱାସ ସୃଷ୍ଟି କରିଛି l


ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ନେତୃବୃନ୍ଦଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କଂଗ୍ରେସ ଦଳ ବିଧାୟକ ନେତା ରାମଚନ୍ଦ୍ର କାଡମ, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବାଚସ୍ପତି କିଶୋର ପଟେଲ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଉପସଭାପତି ସନ୍ତୋଷ ସିଂ ସାଲୁଜା, ଡଃ ଲଲାଟେନ୍ଦୁ ମହାପାତ୍ର, ସସ୍ମିତା ବେହେରା, ବିଧାୟକ ତାରାପ୍ରସାଦ ବାହିନୀପତି, ଜାତୀୟ ମହିଳା କଂଗ୍ରେସ ସମ୍ପାଦିକା ରୀତା ପଣ୍ଡା, ପିସିସି କୋଷାଧକ୍ଷ ସିଦ୍ଧାର୍ଥ ଦାଶ, ବିଧାୟକ ମଙ୍ଗୁ ଖିଲ, ପବିତ୍ର ସାଉଁତା, ନୀଳମାଧଵ ହିକକା, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଯୁବନେତା ୟାଶୀର ନାୱାଜ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନା, କିଷାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ, ଶିବାନନ୍ଦ ରାୟ, ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି, ସହ ଅଧ୍ୟକ୍ଷ ସନ୍ତୋଷ ପ୍ରଧାନ, ସୁଦର୍ଶନ ଦାସ, ସୁଧାଂଶୁ ଦେଓ, ସୋନାଲି ସାହୁ ପ୍ରମୁଖ ଶ୍ରୀ ଦେଶାଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ l
