December 31, 2025
Home » ନୂତନ ଭାବେ ନିଯୁକ୍ତ ଅଙ୍ଗନୱାଡି ସହାୟିକାଙ୍କ ଠାରୁ ଦଶହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ଵାରା ଧରାପଡିଲେ ଦଶମନ୍ତପୁର ବ୍ଲକର ସିଡିପିଓ ଶକୁନ୍ତଳା ଦାସ

ନୂତନ ଭାବେ ନିଯୁକ୍ତ ଅଙ୍ଗନୱାଡି ସହାୟିକାଙ୍କ ଠାରୁ ଦଶହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ଵାରା ଧରାପଡିଲେ ଦଶମନ୍ତପୁର ବ୍ଲକର ସିଡିପିଓ ଶକୁନ୍ତଳା ଦାସ

0
WhatsApp Image 2025-05-04 at 11.32.33 AM (1)

ସମନ୍ୱିତ ଶିଶୁ ବିକାଶ ସେବାରେ ଶିକାର ହେଉଛନ୍ତି ନୂତନ ଭାବେ ନିଯୁକ୍ତ ଅଙ୍ଗନୱାଡି ସହାୟିକା

ନୂତନ ଭାବେ ନିଯୁକ୍ତ ଅଙ୍ଗନୱାଡି ସହାୟିକାଙ୍କ ଠାରୁ ଦଶହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ଵାରା ଧରାପଡିଲେ ଦଶମନ୍ତପୁର ବ୍ଲକର ସିଡିପିଓ ଶକୁନ୍ତଳା ଦାସ ।
ମିଳିଥିବା ସୂଚନା ମୁତାବକ ୦୨/୦୬/୨୫ ତାରିଖରେ ନୂତନ ଭାବେ ନିଯୁକ୍ତ ଅଙ୍ଗନୱାଡି ସହାୟିକାଙ୍କ ଠାରୁ ଦଶହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ଵାରା ଧରାପଡିଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ସିଡିପିଓ ଶକୁନ୍ତଳା ଦାସ । ଅଭିଯୁକ୍ତ ଶକୁନ୍ତଳା ଦାସଙ୍କୁ ଚଢ଼ାଉ ସମୟରେ ଭୁବନେଶ୍ୱରର କୈବଲ୍ୟା ନାଗର ଠାରେ ସମୁଦାୟ ୩୩୦୦ ବର୍ଗଫୁଟ ବିଶିଷ୍ଟ ଏକ ତିନି ମହଲା କୋଠା,କୋରାପୁଟର ସିମିଲିଗୁଡା ଠାରେ ସମୁଦାୟ ୨୨୦୦ ବର୍ଗଫୁଟ ବିଶିଷ୍ଟ ଏକ ଦୁଇ ମହଲା କୋଠା, ପୁରୀର ଭାରତୀପୁରରେ ୨୦୦୦ ବର୍ଗଫୁଟରୁ ଅଧିକ ପ୍ଲିନ୍ତ ଅଞ୍ଚଳରେ ନିର୍ମାଣାଧୀନ ଏକ କୋଠା,କୋରାପୁଟର ସିମିଲିଗୁଇଡା ଠାରେ ୦.୦୫ ଡିସିମିଲ କ୍ଷେତ୍ର ପରିମାପ କରୁଥିବା ଏକ ଆବାସିକ ପ୍ଲଟ୍, କୋରାପୁଟର ଦଶମନ୍ତପୁରରେ ଶ୍ରୀମତୀ ଦାସଙ୍କ ଭଡା ଘରରୁ ୪୭,୦୦୦/- ଟଙ୍କା ଉଦ୍ଧାର କରାଯାଇଥିବା ବେଳେବିଭିନ୍ନ ବ୍ୟାଙ୍କରେ ୭୮,୯୨,୬୩୧ /- ଟଙ୍କା ମୂଲ୍ୟର ଜମା,ଚାରି ଚକିଆ ଯାନ (ମହିନ୍ଦ୍ରା XUV 500) ଏବଂ ଗୋଟିଏ ଦୁଇଟି ଚକିଆ ଯାନ ଜବତ କରିଛି।
ଗତ ଶୁକ୍ରବାର ଦିନ, କୋରାପୁଟ ଜିଲ୍ଲାର ଦସମନ୍ତପୁର ବ୍ଲକର ସିଡିପିଓ ଶକୁନ୍ତଲା ଦାସ ଓ ଆଡାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ମିନତି ଖୋସଲା ମାତ୍ର ଦେଢ଼ ମାସ ପୂର୍ବରୁ ଯୋଗ ଦେଇଥିବା ଅଙ୍ଗନୱାଡି କର୍ମୀଙ୍କ ବ୍ୟକ୍ତିଗତ ଫାଇଲ ଖୋଲିବା ପାଇଁ ଦଶହଜାର ଟଙ୍କା ଲାଞ୍ଚ ମାଗି ଗ୍ରହଣ କରିବା ଅଭିଯୋଗରେ ଓଡିଶା ଭିଜିଲାନ୍ସ ଗିରଫ କରିଥିଲା। ଅଙ୍ଗନୱାଡି ସହାୟକ ମାତ୍ର ଦେଢ଼ ମାସ ପୂର୍ବରୁ ଯୋଗ ଦେଇଥିଲେ।
ଉପରୋକ୍ତ ମାମଲା ନେଇ କୋରାପୁଟ ଭିଜିଲାନ୍ସ ଅମାପ ଆୟବର୍ହିଭୂତ ସମ୍ପତି ଠୁଳ ନେଇ ପୋଲିସ ଷ୍ଟେସନ କେସ୍ ନମ୍ବର ୧୮ ତାରିଖ ୦୧/୦୫/୨୫ ୟୁ /ଏସ ୭ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ ଅନୁଯାୟୀ ଅଭିଯୁକ୍ତ ସିଡିପିଓ ଶକୁନ୍ତଳା ଦାସ ବିରୋଧରେ ପଞ୍ଜିକୃତ କରି ତାଙ୍କୁ ଓଡିଶା ଭିଜିଲାନ୍ସ ଗିରଫ କରି ଆଜି ଜୟପୁରର ମାନ୍ୟବର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଏହି ଘଟଣାର ଓଡ଼ିଶା ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।
ପ୍ରକାଶ ଥାଉକି ଯେ କିଛି ଦିନ ତଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଲାଞ୍ଚୁଆ ଅଙ୍ଗନବାଡି ସୁପରଭାଇଜର ରେଣୁକା ପଟ୍ଟନାୟକ ଜଣେ ନୂତନ ଭାବେ ନିଯୁକ୍ତ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସେହିପରି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନିଯୁକ୍ତ ଥିବା ଲାଞ୍ଚୁଆ ସିଡ଼ିପିଓ ମାନଙ୍କୁ ଭିଜିଲାନ୍ସ ଗିରଫ କରିଥିବା ନଜରକୁ ଆସିଛି। ହେଲେ ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଏପରି ବାରମ୍ବାର ଦୁର୍ନୀତିଗ୍ରସ୍ତ କୋଟିପତି ଅଙ୍ଗନୱାଡି କର୍ମୀ , ସୁପରଭାଇଯର, ସିଡ଼ିପିଓଙ୍କ ଯୋଗୁଁ ସମନ୍ୱିତ ଶିଶୁ ବିକାଶ ସଠିକ୍ ସେବା ଜଗାଇବାରେ ବ୍ୟାଘାତ ଘଟିଆସିଛି । ତଥାପି ବର୍ତ୍ତମାନ ବିଭାଗୀୟ ଲାଞ୍ଚୁଆ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଶିକାରରେ ଶିକାର ହେଉଛନ୍ତି ନୂତନ ଭାବେ ନିଯୁକ୍ତ ଅଙ୍ଗନୱାଡି ସହାୟିକା ମାନେ ।
ମୁଖ୍ୟତଃ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରକଳ୍ପ ସ୍ତରରେ ସମନ୍ୱିତ ଶିଶୁ ବିକାଶ ସେବା (ICDS) ଯୋଜନା ଅଧୀନରେ ଦିଆଯାଇଥିବା ବିଭିନ୍ନ କାର୍ଯ୍ୟକଳାପ ଏବଂ ସେବାଗୁଡିକର ତଦାରଖ କରିବା ସହ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ କଲ୍ୟାଣ ପାଇଁ କାର୍ଯ୍ୟକ୍ରମ ପରିଚାଳନା ତଥା କାର୍ଯ୍ୟାନ୍ୱୟନରେ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ପ୍ରସବ ଯତ୍ନ ଲକ୍ଷ୍ୟ ଧାର୍ଯ୍ୟ ହିତାଧିକାରୀଙ୍କୁ ଫଳପ୍ରଦ ଭାବରେ ସେବା ପ୍ରଦାନ କରିଥାନ୍ତି । ସମନ୍ୱିତ ଶିଶୁ ବିକାଶ ସେବା ହେଉଛି ଭାରତରେ ଏକ ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ଯାହାକି ୦୬ ବର୍ଷରୁ କମ୍ ପିଲା ଏବଂ ସେମାନଙ୍କ ମା’ମାନଙ୍କର ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଏବଂ ବାଲ୍ୟକାଳର ବିକାଶରେ ଧ୍ୟାନ ଦେଇଥାଏ ଯାହାକି ବିଶ୍ୱର ସର୍ବ ବୃହତ ସମ୍ପ୍ରଦାୟ ଭିତ୍ତିକ କାର୍ଯ୍ୟକ୍ରମରେ ପୁଷ୍ଟିହୀନତାର ସମାଧାନ, ସ୍ୱାସ୍ଥ୍ୟ ଏବଂ ବିକାଶମୂଳକ ସହାୟତା ପ୍ରଦାନ ଏବଂ ପିଲାମାନଙ୍କର ଭବିଷ୍ୟତର ବିକାଶ ପାଇଁ ମୂଳଦୁଆ ପକାଇବାକୁ ଲକ୍ଷ୍ୟ ।
କିନ୍ତୁ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ରାତାରାତି କରଡ଼ପତି ହେବା ସ୍ବପ୍ନ ଦେଖୁଥିବା ବେଳେ ଭାରତରେ ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଶିଶୁ ଓ ତାଙ୍କ ମା’ମାନଙ୍କର ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଏବଂ ବାଲ୍ୟକାଳର ବିକାଶରେ ଧ୍ୟାନ ଦେବା ପାଇ ଆସୁଥିବା ବିଭିନ୍ନ ଅନୁଦାନ ବା ସୁବିଧାରେ ଦୁର୍ନୀତି ହେଉଥିବା ଅଭିଯୋଗ ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *