February 4, 2026
Home » ନୃତ୍ୟରେ ବିଭୁଦର୍ଶନ କରାଇଲେ”ନୃତ୍ୟଶାଳା” କଟକର ଶିଳ୍ପୀ

ନୃତ୍ୟରେ ବିଭୁଦର୍ଶନ କରାଇଲେ”ନୃତ୍ୟଶାଳା” କଟକର ଶିଳ୍ପୀ

0
WhatsApp Image 2026-02-04 at 3.10.33 PM

 

ମଞ୍ଚଥିଲା ନିଆରା, ମନ୍ଦିର ପରିବେଶ, ସାହସ୍ରାଧିକ ଦର୍ଶକ ହେଉଥିଲେ ଭାବାପ୍ଲୁତ, ହୋମଯଜ୍ଞ ସ୍ତୋତ୍ରପାଠର ଆଧ୍ୟାତ୍ମଭରା ଉତ୍ସବରେ ଓଡ଼ିଶୀ ନୃତ୍ୟରେ ଗଣେଶ ବନ୍ଦନା, ଗୀତଗୋବିନ୍ଦ, ନୀଳଶୈଳ ଓ ମୋକ୍ଷ ନୃତ୍ୟରେ ଦର୍ଶକଙ୍କ କରତାଳିରେ ପ୍ରକମ୍ପିତ ହୋଇ ଉଠୁଥିଲା ଖୋଲାମଞ୍ଚ। ପୁରାଣ ବର୍ଣିତ ପବିତ୍ର ଚିତ୍ରତ୍ପତୋଳା ନଦୀପଠା ନଈଗୁଆଁ ଗୋପୀନାଥ ପୁର ବୁଢ଼ୀ ଜାଗୁଳାଇ ପୀଠରେ ୪୨ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଂଜ୍ଞର ପୂର୍ଣ୍ଣାହୁତି ସାଇବାବାଙ୍କ ଚଭାଡି ଶୋଭାଯାତ୍ରା ଓ ଦିବାରାତ୍ର ଅଷ୍ଟମପ୍ରହରୀ ନାମ ଯଜ୍ଞ ଅବସରରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ନୃତ୍ୟଶାଳା, ସଂସ୍କୃତି କେନ୍ଦ୍ର, କଟକର ଅନ୍ତଃରାଷ୍ଟ୍ରୀୟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ସାହାଣୀଙ୍କ ସହ ଶ୍ରୀୟା ମିଶ୍ର, ଅଭିଲିପ୍ସା ସେଠି, ଆଦ୍ୟାଶା ବସନ୍ତରାୟ, ଯଶସ୍ୱିନୀ ସ୍ୱାଇଁ, ଅଦ୍ଵିତା ପଣ୍ଡା, ବୈଷ୍ଣବି ସାହୁଙ୍କ ଲଳିତ ଲାବଣ୍ୟ ନୃତ୍ୟରେ ଦର୍ଶକ ଆତ୍ମବିଭୋର ହୋଇ ଉଠିଥିଲେ, ଅନୁଷ୍ଠାନର ସମ୍ପାଦକ ସତ୍ୟଗୋପାଳ ବିଶୋଇ ଓ ବରିଷ୍ଠ ସଦସ୍ୟଗଣ ଅନନ୍ତ ମିଶ୍ର, ରଞ୍ଜନକୁମାର ମହାନ୍ତି, ସୁବାସ ସାହୁ, ମୀନକେତନ ଦାସ, ଭରତଚନ୍ଦ୍ର ସାହୁ ଓ ବିଡିଏ ସାଇ ଟ୍ରଷ୍ଟ ଅଧ୍ୟକ୍ଷ ମନ୍ମଥନାଥ ସାମନ୍ତରାୟ ଙ୍କ ଦ୍ୱାରା ନୃତ୍ୟ ଶିଳ୍ପୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଉପସ୍ଥାପକ ଟୁଲୁ ନନ୍ଦଙ୍କ ଦ୍ୱାରା ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *