October 4, 2026
Home » ନେହେରୁ ଓ ଇନ୍ଦିରା ଗାନ୍ଧୀ ଟ୍ରଷ୍ଟ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ନେହେରୁ ଓ ଇନ୍ଦିରା ଗାନ୍ଧୀ ଟ୍ରଷ୍ଟ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

0
WhatsApp Image 2026-10-03 at 7.11.54 PM

 

ପାରାଦ୍ୱୀପ- ପାରାଦ୍ୱୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଣ୍ଡିତ ଜବାହାରଲାଲ ନେହେରୁ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧୀ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି।ବଡପଡ଼ିଆ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଉଭୟ ବରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଧୂପ ଦୀପ ପ୍ରଦାନ କରାଯାଇ ଥିଲା।ଏହି ଉପଲକ୍ଷେ ଆୟୋଜିତ ସ୍ମୃତି ସଭାରେ ଟ୍ରଷ୍ଟ ଉପଦେଷ୍ଟା ଶ୍ରୀ ନିରଞ୍ଜନ ନାୟକ, ନଗର କଂଗ୍ରେସ ସଭାପତି ଶ୍ରୀ କେଦାର ବିଶ୍ୱାଳ, ସରୋଜ ପ୍ରଧାନ, ପଦ୍ମଶଭୁତ ମହାନ୍ତି ,କୃପାସିନ୍ଧୁ ଦାସ, , ଚନ୍ଦ୍ର ଶେଖର ମହାପାତ୍ର, ଧରିତ୍ରୀ ସାମଲ, ପ୍ରେମଲତା ବାରିକ, ସ୍ନେହ ଲତା ମହାନ୍ତି, ପୁଷ୍ପା ଦାସ ପ୍ରମୁଖ ଯୋଗ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦେଶ ପ୍ରତି ତାଙ୍କର ତ୍ୟାଗ ଓ ଅବଦାନ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ।

prasanta dash nka report

Leave a Reply

Your email address will not be published. Required fields are marked *