February 4, 2026
Home » ନୟାଗଡ ଜିଲ୍ଲା କିଷାନ କଂଗ୍ରେସ ଚାଷୀ ନ୍ୟାୟ ସମାବେଶରେ ଯୋଗଦେଲେ ପିସିସି ସଭାପତି ଭକ୍ତଚରଣ ଦାସ ଓ ହଜାର ହଜାର ଚାଷୀ ।

ନୟାଗଡ ଜିଲ୍ଲା କିଷାନ କଂଗ୍ରେସ ଚାଷୀ ନ୍ୟାୟ ସମାବେଶରେ ଯୋଗଦେଲେ ପିସିସି ସଭାପତି ଭକ୍ତଚରଣ ଦାସ ଓ ହଜାର ହଜାର ଚାଷୀ ।

0
1000893630
ନୟାଗଡ : ନୟାଗଡ ଜିଲ୍ଲା କିଷାନ କଂଗ୍ରେସ ସଭାପତି ବସନ୍ତ କରଙ୍କ ସଭାପତିତ୍ବରେ ଚାଷୀ ନ୍ୟାୟ ସମାବେଶ ଦୁର୍ଗା ମଣ୍ଡପ ସାମନା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ।ସମାବେଶ ସ୍ଥଳକୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ହଜାର ହଜାର କଂଗେସ କର୍ମୀମାନେ ସିନ୍ଦୂରିଆ ଠାରୁ ଶୋଭା ଯାତ୍ରାରେ, ଜିଲ୍ଲା ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ପାଛୋଟି ଆଣିଥିଲେ ।ଏହି ଶୋଭା ଯାତ୍ରାରେ ରଣପୁର ବିଧାୟକ ପ୍ରାର୍ଥୀ କଂଗେସ ନେତା ବିଭୁ ପ୍ରସାଦ ମିଶ୍ର ,ପିସିସି ସଭ୍ୟ ସହୁସେନ ଖାଁ, ଜିଲ୍ଲା ସଂଯୋଜକ ସତ୍ୟବ୍ରତ ନାୟକ,ସେବା ଦଳ ସଭ୍ୟ ମନୋଜ ସାହୁ,ୱାସିର ନୱାଜ୍,ଖଣ୍ଡପଡା ପ୍ରାର୍ଥୀ ବୈଜୟନ୍ତମାଳା ମହାନ୍ତି,ସରୋଜ ପରିଡ଼ା,ଫକିର ମଲ୍ଲ,ବିଶ୍ଵନାଥ ବରାଡ, ପ୍ରତିକ ମହାପାତ୍ର, ଶିବପ୍ରସାଦ ସାହୁ, ଯୁବ କଂଗ୍ରେସ,ଛାତ୍ର କଂଗ୍ରେସ ଓ ଚାଷୀ ମାନେ ସାମିଲ ହୋଇ ବିଜେପି ସରକାର ବିରୁଦ୍ଧରେ ଧାନର ଅଭାବି ବିକ୍ରୀ ଚଳିବ ନାହିଁ, କଟନି ଛଟନି ଚଳିବ ନାହିଁ,ଟାଟା ପାୱାର କମ୍ପାନୀ ହଟି ଯାଅ ବିଭିନ୍ନ ସ୍ଲୋଗାନରେ ନୟାଗଡ ସହରକୁ ପ୍ରକମ୍ପିତ କରି ସଭାସ୍ଥଳରେ ପହଞ୍ଚିଥିଲେ ।
 ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ପିସିସି ସଭାପତି ଶ୍ରୀ ଦାସ କଡା ଭାଷାରେ ସମାଲୋଚନା କରି କହିଥିଲେ,ବିରୋଧୀ ଦଳରେ ଥିଲାବେଳେ କହୁଥିଲ ଧାନର ଅଭାବୀ ବିକ୍ରୀ ବନ୍ଦକର, କଟନି ଛଟନି ବନ୍ଦ କର,ତୁମେ କଣ କଲ ?ଗତବର୍ଷ ମିଲର ମାନଙ୍କ ସହିତ ମଧୁଚନ୍ଦ୍ରିକାରେ ଚାଷୀ ଧାନରୁ ୧୦ କେଜିରୁ ଉର୍ଦ୍ଧ୍ବ କଟନି ଛଟନି କରି ୫୦କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରିଛ ।ବର୍ତ୍ତମାନ ବିଜେପି ସରକାର ମିଲର ମାନଙ୍କ ସହିତ ସଲାସୁତରାରେ ମଣ୍ଡି ଖୋଲୁନାହାନ୍ତି, ଯାହା ଫଳରେ ଚାଷୀ ମାନେ ଧାନକୁ ୧୬୦୦/୧୭୦୦ ଟଙ୍କାରେ ଦଲାଲଙ୍କୁ ବିକିବାକୁ ବାଧ୍ୟାହେଉଛି ।ସରକାରଙ୍କ ଘୋଷଣା ୩୧୦୦ ଟଙ୍କା କୁଆଡେ ଗଲା ? ଟାଟା ପାୱାର ଚାଷୀ ଓ ଜନସାଧାରଣଙ୍କୁ ଲୁଟିବାରେ ଚାଲିଛି, ସରକାର ତୁମେ କଣ କରୁଛ ? ଆଇନ ଶୃଙ୍ଖଳା,ବେକାରୀ ସମସ୍ୟା, ମହିଳା ନିର୍ଯାତନା, ସବୁଥିରେ ରାଜ୍ୟ ସରକାର ବିଫଳ ବୋଲି ଶାଣିତ ସମାଲୋଚନା କରି ପ୍ରଶ୍ନ କରିଥିଲେ,ମିଛ ପ୍ରତିଶ୍ରୁତି ଦେଇ ସରକାରଙ୍କୁ ଆସିଛ, ତୁମେ ଭଣ୍ଡ ସରକାର ।  ଜିଲ୍ଲା ସଭାପତି ରଣଜିତ ଦାଶ କହିଥିଲେ ଟାଟା ପାୱାର ସହିତ ସଲାସୂତରାରେ ସରକାର ଚାଷୀ ଓ ଜନସାଧାରଣଙ୍କୁ ଲୁଟିବାରେ ଚାଲିଛି ।ବାଚସ୍ପତି ସୁରମା ପାଢ଼ୀଙ୍କୁ ମନୋଜ ସାହୁ ସମାଲୋଚନା କରି କହିଥିଲେ, ବିଜେପି ଓ ବିଜେଡ଼ି ମିଳିତ ସରକାର ସମୟରେ ସମବାୟ ମନ୍ତ୍ରୀ ଥାଇ, ଶାଗ ମାଛ ଦରେରେ ଚିନି କଳ ବିକ୍ରୀକରି ନୟାଗଡ ଆଖୁ ଚାଷୀ ଓ ଚାଷକୁ ବୁଡ଼ାଇ ଦେଇଛନ୍ତି ।କଂଗ୍ରେସ ସରକାର ସମୟରେ ବଂଶୀଧର ସାହୁଙ୍କ ପ୍ରଚେଷ୍ଟାରେ, ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଚିନି କଳ ପ୍ରତିଷ୍ଠା କରିଥିଲେ ।
ରଣପୁର ବିଧାୟକ ପ୍ରାର୍ଥୀ ବିଭୁ ପ୍ରସାଦ ମିଶ୍ର ବକ୍ତବ୍ୟରେ କହିଥିଲେ କଂଗ୍ରେସହିଁ ସୁଶାସନ ଦେଇପାରିବ ।ବିଜେଡି ବିଜେପି ଓଡ଼ିଶାକୁ ସବୁ କ୍ଷେତ୍ରରେ ପଛକୁ ନେଇଯାଇଛନ୍ତି ।ତାଙ୍କ ସମୟରେହିଁ ସ୍ବାସ୍ଥ୍ୟ, ଶିକ୍ଷା, ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ଚାଷୀଙ୍କୁ ଶୋଷଣ ସୀମା ଟପି ଯାଇଛି ।ଡବଲ ଇଞ୍ଜିନ ସରକାର କଂଗ୍ରେସ କରିଯାଇଥିବା, ଶିଳ୍ପକୁ ବିକିଭାଙ୍ଗି ଖାଇବା ଓ ନାମ ପ୍ରବର୍ତ୍ତନ କରି ବାହାବାନେବା ହେଉଛି ପ୍ରଧାନ କାମ ।  ପିସିସି ସଭାପତିଙ୍କ ନୟାଗଡ ଗସ୍ତ ପାଇଁ ସହରରେ ଲାଗିଥିବା ଦଳୀୟ ପତାକାକୁ ପୌର କର୍ମଚାରୀ ହଟାଉଥିବା ପୌର ନିର୍ବାହୀ ଅଧିକାରୀଙ୍କୁ ଘେରାଉ କରି ପ୍ରଶ୍ନ ପଚାରିଥିଲେ ଓ ଧାରଣା ଦେଇଥିଲେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମୀମାନେ ।ଜିଲ୍ଲା ସଭାପତି ରଣଜିତ ଦାସ ଖବର ପାଇ ମଧ୍ୟ ଧାରଣାରେ ବସିଥିଲେ । ଖବର ପାଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଂଜନ ସାମନ୍ତ ରାୟ ଆଲୋଚନା ଓ ବୁଝାସୁଝା ପରେ, ୨୪ ଘଣ୍ଟା ପର୍ଯ୍ୟନ୍ତ ପତାକା ହଟା ଯିବ ନାହିଁ ବୋଲି, ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ପ୍ରତିଶ୍ରୁତି ଦେବାପରେ ଘେରାଉ ଓ ଧାରଣା ହଟିଥିଲା ।ନିର୍ବାହୀ ଅଧିକାରୀଙ୍କ ଏହି ଅଭାବନୀୟ ଘଟଣା ପାଇଁ ତାଙ୍କୁ ସାମାଲୋଚିତ ହେବାକୁ ପଡ଼ିଛି ।ଚାଷୀ ନ୍ୟାୟ ସମାବେଶ ପରେ ପିସିସି ସଭାପତି ଭକ୍ତ ଚରଣଦାସ ଜିଲ୍ଲା ସଭାପତି ରଣଜିତ ଦାଶ,ବିଭୁ ପ୍ରସାଦ ମିଶ୍ର,ବସନ୍ତକର,ଓ ନେତୃମଣ୍ଡଳୀ ସହିତ ଯାଇ,ଜିଲାପାଳ ମଧୁମିତା ରଥଙ୍କୁ ରାଜ୍ୟ ସରକାର ଉଦ୍ଦେଶ୍ୟରେ ଚାଷୀଙ୍କୁ ନ୍ୟାୟ ଦେବା ଓ ଟାଟା ପାୱାରର ଶୋଷଣରୁ ଚାଷୀ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ  ଦାବୀପତ୍ର ପ୍ରଦାନ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *