ନୟାଗଡ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ୩୭ଟି ଅଭିଯୋଗର ତ୍ୱରିତ ସମାଧାନ
।
ନୟାଗଡ : ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାର ଏପ୍ରିଲ ମାସର ପ୍ରଥମ ଅଭିଯୋଗ ଶୁଣାଣି ଶିବିର ତା ୬.୪.୨୦୨୬ ରିଖ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଓ ଆରକ୍ଷୀ ଅଧ୍ୟକ୍ଷକ ଏସ୍ ସୁଶ୍ରୀ, ମୂଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ସିଡିଏମ୍ଓ ପୁଷ୍ପା ନିଳୀମା ଲାକ୍ରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକ ଶୁଣିବା ସହ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ ।

ଆଜିର ଅଭିଯୋଗ ଶିବିରରେ ମୋଟ ୧୪୦ଟି ଅଭିଯୋଗପତ୍ର ଆସିଥିବାବେଳେ ବେଳେ ସେଥି ମଧ୍ଯରୁ ବ୍ୟକ୍ତିଗତ ଅଭିଯୋଗ ୧୧୫ଟି, ଗ୍ରାମ୍ୟ ବିବାଦ ୮ଟି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ପାଇଁ ୧୭ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସର୍ବମୋଟ ୩୭ଟି ଅଭିଯୋଗର ତ୍ୱରିତ ସମାଧାନ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟଙ୍କ ଠାରୁ ସୂଚନା ମିଳିଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
