February 23, 2026
Home » ନୟାଗଡ ଜିଲ୍ଲାରେ ବ୍ଲକ ସ୍ତରୀୟ ମହିଳା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ନୟାଗଡ ଜିଲ୍ଲାରେ ବ୍ଲକ ସ୍ତରୀୟ ମହିଳା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

0
1000950445

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 4602; AI_Scene: (-1, -1); aec_lux: 248.30594; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 40;

ନୟାଗଡ : ନୟାଗଡ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ମହିଳା ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମହିଳା ସଶକ୍ତିକରଣ ଓ ମହିଳାଙ୍କ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମହିଳା କମିଶନ ସଭ୍ୟା ଉର୍ମିଳା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ମଧୁମିତା ରଥ ଜିଲ୍ଲାପାଳ ( ଆଇ ଇ ଏସ ) ତଥା ଜିଲ୍ଲା ମଜିଷ୍ଟ୍ରେଟ୍, ନୟାଗଡ; ପୁଷ୍ପ ଲତା ପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ; ମାନସି ପାଢ଼ୀ, ପୂର୍ବତନ ସି ଡବ୍ଲ୍ୟୁ ସି ସଦସ୍ୟ ଓ ସମାଜସେବୀ (ରିସୋର୍ସ ପର୍ସନ); ସୋମ୍ୟ ରଞ୍ଜନ ଦାଶ, ଜିଲ୍ଲା ମହିଳା ସଶକ୍ତିକରଣ ସଂଯୋଜକ; ସୋଦାମିନି ପଣ୍ଡା, ସିଡିପିଓ, ନୟାଗଡ ବ୍ଲକ; ଏବଂ ସଞ୍ଜୁ ଲତା ପାଣିଗ୍ରାହୀ, ପ୍ରୋଗ୍ରାମ ଅଫିସର ଉପସ୍ଥିତ ଥିଲେ।ମଞ୍ଚାସିନ ଅତିଥିମାନଙ୍କ ସମ୍ମୁଖରେ ଶ୍ରୀ ସୌମ୍ୟ ରଞ୍ଜନ ଦାଶ ମଞ୍ଚ ପରିଚାଳନା କରି ମହିଳାଙ୍କ ଅଧିକାର ଓ ସଶକ୍ତିକରଣ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲାପାଳ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ ଡିଏସଡବ୍ଲ୍ୟୁଓ ମହୋଦୟା ମହିଳାଙ୍କ ସୁରକ୍ଷା, ସମାନ ଅଧିକାର ଏବଂ ସରକାରୀ ଯୋଜନା ସମ୍ପର୍କରେ ଅଲୋଚନା କରିଥିଲେ।ରିସୋର୍ସ ପର୍ସନ ଶ୍ରୀମତୀ ମାନସୀ ପାଢ଼ୀ ମହିଳାଙ୍କ ପାଇଁ ଥିବା ବିଭିନ୍ନ ଆଇନ ସମ୍ପର୍କରେ ବ୍ୟାପକ ଅବଗତ କରାଇଥିଲେ,

ଯଥା—ଗୃହ ହିଂସା ନିବାରଣ ଆଇନ, 2005ପଣ ପ୍ରଥା ନିଷେଧ ଆଇନ, 1961ବାଲ୍ୟ ବିବାହ ନିଷେଧ ଆଇନ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ ନିବାରଣ ଆଇନ ଏହି କାର୍ଯ୍ୟକ୍ରମରେ ନୟାଗଡ ବ୍ଲକର ସମସ୍ତ ଆଇସିଡିଏସ ସୂପରଭାଇଜର, ଅଙ୍ଗନବାଡ଼ି ୱାର୍କର୍ସ, ପିଆରାଇ ମେମ୍ବର, ସ୍ୱୟଂ ସହାୟିକା ସଦସ୍ୟ, ସିଆର୍ପି, ଏମବିକେ ଏବଂ ଆଶା କର୍ମୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *