ନୟାଗଡରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅଖିମୁଠି ଅନୁକୂଳ ଓ ସି ଏମ୍ କିଶାନର ଚତୁର୍ଥ କିସ୍ତି ପ୍ରଦାନ କଲେ ।
ନୟାଗଡ : ନୟାଗଡ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ୨୦ ତାରିଖ ଦିନ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ୨୦୨୬ କାର୍ଯକ୍ରମ ଆୟୋଜନ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ (ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା ସରକାର) ଙ୍କ ଦ୍ୱାରା ଜିଲ୍ଲା ଡାଲି ଗବେଷଣା କେନ୍ଦ୍ର, ନୟାଗଡ଼ଠାରେ ପାରମ୍ପରିକ ରୀତିନୀତିରେ ଭୂମି ପୂଜନ ଓ ଅକ୍ଷିମୁଠି ଅନୁକୂଳ ତଥା ବୀଜ ବପନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।


ଅଖି ମୁଠି ଅନୁକୂଳରେ ଜିଲ୍ଲାପାଳ ମଧୁମିତା ରଥ ମଧ୍ୟ ମନ୍ତ୍ରୀଙ୍କ ସହ ଅଖି ମୁଠି ଅନୁକୂଳ କରିଥିଲେ ।ଉକ୍ତ କାର୍ଯକ୍ରମ ପରେ ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଦୂରଭାଷି ମାଧ୍ୟମରେ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସି.ଏମ୍.କିଷାନର ଚତୁର୍ଥ ତମ କିସ୍ତି ପ୍ରଦାନର ସିଧାପ୍ରସାରଣ କରାଯାଇଥିଲ। । ଉକ୍ତ କୃଷକ ସଭାରେ ମାନ୍ୟବର ମନ୍ତ୍ରୀଙ୍କ ସହ ଦୁଷ୍ମନ୍ତ କୁମାର ସ୍ୱାଇଁ, ମାନ୍ୟବର ବିଧାୟକ ଖଣ୍ଡପଡ଼ା, ଇଂ ଦେବାଶିଷ ପଟ୍ଟନାୟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନୟାଗଡ଼, ଶ୍ରୀମତୀ ମଧୁମିତା ରଥ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ନୟାଗଡ଼,ଶ୍ରୀ କିଶୋର ଚନ୍ଦ୍ର ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନୟାଗଡ଼, ଶ୍ରୀ କର୍ଣ୍ଣଦେବ ସମାଦାର ଉପଜିଲ୍ଲାପାଳ ନୟାଗଡ଼,ଶ୍ରୀ ଅନିଲ କୁମାର ସ୍ୱାଇଁ, ପ୍ରମୁଖ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ନୟାଗଡ଼ ପ୍ରମୁଖ ଯୋଗଦାନ କରିଥିଲେ ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଶ୍ରୀ ଶିବ ନାରାୟଣ ସିଂ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ନୟାଗଡ଼ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ କୃଷକଙ୍କୁ ଅବଗତ କରାଇଥିଲେ ।କାର୍ଯକ୍ରମରେ ମାନ୍ୟବର ମନ୍ତ୍ରୀ କୃଷକମାନେ କିପରି ସମନ୍ୱିତ କୃଷିକୁ ଆପଣେଇ ନିଜ ଆୟକୁ ବହୁଗୁଣିତ କରିପାରିବେ ସେ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ। ଏହି ଅବସରରେ ରାଜ୍ୟର ୪୧,୬୮,୫୮୨ ଜଣ ଚାଷୀଙ୍କୁ ସି.ଏମ୍. କିଷାନ୍ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ସେଥିମଧ୍ୟରେ ନୟାଗଡ଼ ଜିଲ୍ଲାରେ ସମୁଦାୟ ୧,୬୧,୨୭୦ ଜଣ ଚାଷୀ ସି. ଏମ୍. କିଷାନ୍ ସହାୟତା ପାଇଛନ୍ତି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
