October 23, 2025
Home » ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଓଏଏସ୍‌ଙ୍କୁ ତାଲିମ ଦେବେ

ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଓଏଏସ୍‌ଙ୍କୁ ତାଲିମ ଦେବେ

0
WhatsApp Image 2025-10-18 at 3.50.07 PM

ନୟାଗଡ଼: ନୟାଗଡ଼ ଜିଲ୍ଲା ପରିଷଦର ସଭାପତି ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକଙ୍କୁ ନୟାଗଡ଼ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀରେ ତାଲିମ ନେଉଥିବା ପ୍ରଶିକ୍ଷାର୍ଥୀଙ୍କୁ ତାଲିମ (ପାଠ) ପଢ଼ାଇବା ପାଇଁ ନିମନ୍ତ୍ରଣ କରାଯାଇଛି ।ଶ୍ରୀ ପଟ୍ଟନାୟକଙ୍କର ପଞ୍ଚାୟତରାଜ ବିଭାଗରେ ଶିକ୍ଷା ,ଓ ଅନୁଭୂତି ଓ ଅଭିଜ୍ଞତା ଥିବାରୁ ଆସନ୍ତା ୨୨ ତାରିଖରେ ୨୦୨୨ ମସିହା ବ୍ୟାଚ୍ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ , ୨ଟି ଶ୍ରେଣୀ ପାଠ ପଢ଼ାଇବା ପାଇଁ ଏକାଡେମୀର ଡେପୁଟି ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି କରାଯାଇଛି । ଏହି ଖବର ନୟାଗଡ଼ ଜିଲ୍ଲାର ଜନସାଧାରଣ ଜାଣିବାପରେ ଶ୍ରୀପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର କର୍ମ କୁଶଳତାକୁ ପ୍ରଶଂସା କରିଛନ୍ତି ।

ଇପିଏରୁ ଗୋକୁଳ କୁମାର ଷଡ଼ଙ୍ଗୀ, ଜିଲ୍ଲା ପ୍ରତିନିଧି, ନୟାଗଡ଼ ।

Leave a Reply

Your email address will not be published. Required fields are marked *