October 23, 2025
Home » ନୟାଗଡ଼ ଜିଲ୍ଲାସ୍ତରୀୟ କଳା ଉତ୍ସବ ପ୍ରତିଯୋଗିତାରେ ୧୧ଟି ବିଭାଗରେ ପ୍ରତିଯୋଗୀ ମାନେ ରାଜ୍ୟସ୍ତରକୁ ମନୋନୀତ ।

ନୟାଗଡ଼ ଜିଲ୍ଲାସ୍ତରୀୟ କଳା ଉତ୍ସବ ପ୍ରତିଯୋଗିତାରେ ୧୧ଟି ବିଭାଗରେ ପ୍ରତିଯୋଗୀ ମାନେ ରାଜ୍ୟସ୍ତରକୁ ମନୋନୀତ ।

0
WhatsApp Image 2025-10-18 at 3.49.43 PM

 

ନୟାଗଡ଼:ନୟାଗଡ଼ ଜିଲ୍ଲା ସ୍ତରୀୟ କଳା ଉତ୍ସବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୃଜନ ସଭାଗୃହରେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ, ବନଳତା ବେହେରା, ସନ୍ଧ୍ୟାରାଣୀ ରାଉତ ଯୋଗ ଦେଇଥିବାବେଳେ ,ଆଠଟି ବ୍ଲକର ବି.ଇ.ଓ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ସ୍ତରୀୟ କଳା ଉତ୍ସବରେ ୮ଟି ବ୍ଲକରୁ ଆସିଥିବା ପ୍ରତିଯୋଗୀମାନେ ୧୧ଗୋଟି ଯଥା -ଅଭିନୟ, ଚିତ୍ରକଳା, ନାଚ, ବାଦ୍ୟଯନ୍ତ୍ର ଆଦି ଏଗାରଟି ବିଭାଗରେ ଭାଗ ନେଇ ନିଜେ ନିଜର କଳା ନୈପୁଣ୍ୟତା ପ୍ରଦର୍ଶିତ କରି କୃତିତ୍ୱ ହାସଲ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ପୁରସ୍କୃତ କରିଥିଲେ । ରାଜ୍ୟ ସ୍ତରରେ ଜିଲ୍ଲାକୁ ପ୍ରତିନିଧିତ୍ଵ କରିବାକୁ ମନୋନୀତ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ନୟାଗଡ ଜିଲ୍ଲାର ଟେକ ରଖିବାପାଇଁ ଆଶୀର୍ବାଦ ପୂର୍ବକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। କାର୍ଯ୍ୟକ୍ରମକୁ ନୟାଗଡ଼ ସମଗ୍ର ଶିକ୍ଷାର ବିଭାଗର ସଂଯୋଜିକା ଶୁଭସ୍ମିତା ଦାଶ ସଂଯୋଜନା କରିଥିବା ବେଳେ ଶ୍ରାବଣୀ ମିଶ୍ର, ଗୀତା ଦାଶ, ବଳରାମ ଦାସ, ସୁଦର୍ଶନ ସାହୁ ପ୍ରମୁଖଙ୍କ ସକ୍ରିୟ ଅଂଶ ଗ୍ରହଣ କରିଥିବାବେଳେ ବିଭାଗୀୟ କର୍ମଚାରୀ ମାନଙ୍କ ସହଯୋଗରେ ଉକ୍ତ ଉତ୍ସବ ପ୍ରତିଯୋଗିତା ସଫଳ ହୋଇଥିଲା ।

ଇପିଏରୁ ଗୋକୁଳ କୁମାର ଷଡ଼ଙ୍ଗୀ, ଜିଲ୍ଲା ପ୍ରତିନିଧି, ନୟାଗଡ଼ ।

Leave a Reply

Your email address will not be published. Required fields are marked *