October 10, 2026
Home » ନୟାଗଡ଼ରେ ବିଜେପିର ବିଶାଳ ମିଶ୍ରଣ ପର୍ବ

ନୟାଗଡ଼ରେ ବିଜେପିର ବିଶାଳ ମିଶ୍ରଣ ପର୍ବ

0
1001291227
ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ।
ନୟାଗଡ଼  ( ଇପିଏ ) ନୟାଗଡ଼ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି l ବିଜେଡ଼ିର ଗଡ଼ କୁହାଯାଉଥିବା ବିରୁଡ଼ା ପଞ୍ଚାୟତରେ ଏବେ ପଦ୍ମ ଫୁଟିଛି l ନୟାଗଡ଼ ପୁରୁଣା ରାଜବାଟୀସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବରେ ବିରୁଡ଼ା ପଞ୍ଚାୟତର ୧୦୦୦ ରୁ ଊର୍ଦ୍ଧ୍ୱ ବିଜେଡ଼ି ନେତା ଓ କର୍ମୀ ବିଜେପି ରେ ଯୋଗଦାନ କରିଥିଲେ l
                  ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରର ଲୋକାଭିମୁଖୀ ଶାସନ ଓ ବିକାଶମୁଖୀ ନୀତି ପ୍ରତି ଆକୃଷ୍ଟ ହୋଇ ଓ ରାଣୀ ମାଆ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଉପରେ ଆସ୍ଥା ପ୍ରକଟ କରି ବିରୁଡ଼ା ଗ୍ରାମ ପଞ୍ଚାୟତର ବର୍ତ୍ତମାନର ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମିତି ସଭ୍ୟା ଶୁଭଲକ୍ଷ୍ମୀ ସାହୁ, ନାଏବ ସରପଞ୍ଚ ସସ୍ମିତା ବିଶ୍ୱାଳଙ୍କ ସମେତ ୧୩ ଜଣ ୱାର୍ଡ ମେମ୍ବର ଏବଂ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।         ବିଜେପିରେ ସାମିଲ ହୋଇଥିବା ୱାର୍ଡ ମେମ୍ବରମାନଙ୍କ ମଧ୍ୟରେ ୧ନଂ ୱାର୍ଡର ସଞ୍ଜୁଲତା ମହାନ୍ତି, ୨ନଂ ୱାର୍ଡର ଗୀତାଞ୍ଜଳି ନାୟକ, ୩ନଂ ୱାର୍ଡର କଳ୍ପନା ମୁଦୁଲି, ୪ନଂ ୱାର୍ଡର ସବିତା ସେଠୀ, ୫ନଂ ୱାର୍ଡର ଗୌରୀ ସାହୁ, ୬ନଂ ୱାର୍ଡର ସବିତା ଲେଙ୍କା, ୮ନଂ ୱାର୍ଡର ସରୋଜିନୀ ସାହୁ, ୯ନଂ ୱାର୍ଡର ସୁକନ୍ତି ପୃଷ୍ଟି, ୧୦ନଂ ୱାର୍ଡର ରାଧାମଣୀ ନାହାକ, ୧୩ନଂ ୱାର୍ଡର ରାମମଣୀ ସେଠୀ, ୧୪ନଂ ୱାର୍ଡର ଜୟନ୍ତୀ ପ୍ରଧାନ, ୧୫ନଂ ୱାର୍ଡର ଗୀତାଞ୍ଜଳି ମହାପାତ୍ର ଏବଂ ୧୬ନଂ ୱାର୍ଡର ରଶ୍ମିତା ଜଗତସିଂ ପ୍ରମୁଖ ଅଛନ୍ତି।

   ଏଥିସହ ନୟାଗଡ଼ରେ **ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା’) ଙ୍କ ଭୟମୁକ୍ତ, ଭ୍ରଷ୍ଟାଚାରମୁକ୍ତ ଓ ବିକାଶମୁଖୀ ନୟାଗଡ଼ ଗଠନର ସଂକଳ୍ପ ଏବଂ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକାଶ କରି ନାଟୁଗାଁ ଗ୍ରାମ ପଞ୍ଚାୟତର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଓ କାର୍ଯ୍ୟକର୍ତ୍ତା ମଧ୍ୟ ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦାନ କରିଛନ୍ତି।       ବିରୁଡ଼ା ଗ୍ରାମ ପଞ୍ଚାୟତର ସଭାପତି ଅନନ୍ତ ଚରଣ ଲେଙ୍କା, ପୂର୍ବତନ ସରପଞ୍ଚ ତଥା ପଞ୍ଚାୟତ ପ୍ରମୁଖ ଗୌରାଙ୍ଗ ଦାସ, ଯୁବ ସଂଗଠକ ମିତ୍ରବନ୍ଧୁ ପଳେଇ, ରଂଜନ ଲେଙ୍କା ଏବଂ ସର୍ବୋପରି ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା।

ଏହି ଅବସରରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା’), ଇଟାମାଟି ମଣ୍ଡଳ ସଭାପତି ବିଷ୍ଣୁପ୍ରସାଦ ସାହୁଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରତିନିଧି, ମଣ୍ଡଳ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ଉପସ୍ଥିତିରେ ନୂତନ କାର୍ଯ୍ୟକର୍ତ୍ତାମାନେ ବିଜେପିର ଦଳୀୟ ଉତ୍ତରୀୟ ପରିଧାନ କରି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ।ଉକ୍ତ ମିଶ୍ରଣ ପର୍ବକୁ ନୟାଗଡ଼ ନଗର ମଣ୍ଡଳ ପ୍ରଭାରୀ ତଥା ପୂର୍ବତନ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ନସିର ଅହମଦ (ନସ) ଏବଂ ନୟାଗଡ଼ ନଗର ମଣ୍ଡଳ ପ୍ରତିନିଧି ଶ୍ରୀ ରଂଜନ ରଶ୍ମି ଜେନା ପରିଚାଳନା କରିଥିଲେ।ଏହି ବିଶାଳ ମିଶ୍ରଣ ପର୍ବ ନୟାଗଡ଼ରେ ବିଜେପି ପ୍ରତି ଜନସାଧାରଣଙ୍କ ବଢ଼ୁଥିବା ଆସ୍ଥା ଓ ସାଂଗଠନିକ ସମ୍ପ୍ରସାରଣର ଏକ ଉଲ୍ଲେଖନୀୟ ଘଟଣା ବୋଲି ବିଜେପି ନେତୃବୃନ୍ଦ ପ୍ରକାଶ କରିଛନ୍ତି। ନୂତନ ଭାବେ ଯୋଗଦେଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଭାଗିତାରେ ଦଳର ସାଂଗଠନିକ ଭିତ୍ତି ଆହୁରି ସୁଦୃଢ଼ ହେବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି ।

 

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *