February 16, 2026
Home » ନୟାଗଡ଼ରେ ରାଷ୍ଟ୍ରୀୟ ପେନ୍‌ସନ ଯୋଜନାର ସେବା ସପ୍ତାହ ପାଳନ । 

ନୟାଗଡ଼ରେ ରାଷ୍ଟ୍ରୀୟ ପେନ୍‌ସନ ଯୋଜନାର ସେବା ସପ୍ତାହ ପାଳନ । 

0
1000939827
ନୟାଗଡ ରାଷ୍ଟ୍ରୀୟ ପେନ୍‌ସନ ଯୋଜନାର ରାଜ୍ୟବ୍ୟାପି ତା୯.୨.୨୬ ଠାରୁ ତା ୧୩.୨ .୨୬ ରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ ଅବସରରେ ଆଜି ନୟାଗଡ଼ ଜିଲ୍ଲାରେ ଜିଲ୍ଲା କୋଷାଗାର, ନୟାଗଡ଼ଙ୍କ ତରଫରୁ ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ଦ୍ଦେଶକ,ଡି.ଟି.ଆଇ. ପ୍ରାଣବନ୍ଧୁ ବେମଳ, ଜିଲ୍ଲା କୋଷାଗାର ଅଧିକାରୀ ଲକ୍ଷ୍ମୀଧର ମୁର୍ମୁ, ଅତିରିକ୍ତ ଜିଲ୍ଲା କୋଷାଗାର ଅଧିକାରୀ ସୁଚିତ୍ କୁମାର ସାବତ୍, ଉପ-କୋଷାଗାର ଅଧିକାରୀ ରଣପୁର କ୍ଷିରୋଦିନୀ ମାଝୀ, ଉପ- କୋଷାଗାର ଅଧିକାରୀ ଦଶପଲ୍ଲା ଦେବେନ୍ଦ୍ର ଦଳାଇ, ଉପ-କୋଷାଗାର ଅଧିକାରୀ ଖଣ୍ଡପଡ଼ା ପ୍ରକାଶ କୁମାର ସେଠୀ, ଆକାଉଣ୍ଟସ ଅଫିସର ଡି.ଟି.ଆଇ. ଅଭୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ପେନସନ ଯୋଜନା ଉପରେ ବୁଝାଇଥିଲେ ଏବଂ ସଚେତନତା କରିଥିଲେ । ସହକାରୀ ନିର୍ଦ୍ଦେଶକ ଦୀର୍ଘ ସମୟ ଧରି ପାୱାର ପଏଣ୍ଟ ମାଧ୍ୟମରେ ପ୍ରାଣ ଆକାଉଣ୍ଟ ଏବଂ ୨୦୦୫ବର୍ଷରୁ ରାଜ୍ୟ ସରକାରଙ୍କ ଦ୍ଵାରା ଏନ.ପି.ଏସ. ପେନସନ ଉପରେ ଅବଗତ କରାଇଥିଲେ । ପେନ୍‌ସନ ଉପଭୋକ୍ତାମାନଙ୍କ ପାଇଁ ନୋମିନି କାହାକୁ ରଖିବେ ସେ ବିଷୟରେ ସଠିକ୍ ଭାବେ ବର୍ଣ୍ଣନା କରିଥିଲେ । ପେନ୍‌ସନ ସାରଥୀ ଏବଂ ଏନ.ପି.ଏସ. କି ପାଠଶାଲା-ୟୁଟୁବ୍ ମାଧ୍ୟମରେ ସାହାଯ୍ୟ ନେଇହେବ ବୋଲି ସୂଚନା ଦେଇଥିଲେ । ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପେନ୍‌ସନ ଯୋଜନା ସମ୍ବନ୍ଧୀୟ ଏକ ସହାୟକ ବୁକଲେଟ୍ ଏନ.ପି.ଏସ. ସେଲ , କୋଷାଗାର ନିର୍ଦ୍ଦେଶାଳୟ, ଓଡ଼ିଶା ଭୁବନେଶ୍ଵରଙ୍କ ଦ୍ଵାରା ଉପସ୍ଥିତ ଥ‌ିବା ବିଭିନ୍ନ ବିଭାଗୀୟ ଅଧ୍ବକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *