ପଞ୍ଚାୟତ ଅଫିସରେ ତାଲା ଲୋକେ ହନ୍ତସନ୍ତ

କେନ୍ଦୁଝର: ପାଟଣା ବ୍ଲକ ଅନ୍ତର୍ଗତ ବଡ଼ ପାଟଣା ଗ୍ରାମ ପଞ୍ଚାୟତ ଦପ୍ତର ଠିକଣା ସମୟରେ ଖୋଲୁ ନଥିବାରୁ ଜନତା ଯାଇ ହତାଶ ହୋଇ ଫେରୁଥିବା ଖବର ଆସିଛି। ଆଜି ବହୁତ ଲୋକ ଆସି ଦେଖିଲେ କି ଦିନ ୧୦ ଟା ଯାଏ ପଞ୍ଚାୟତ କାର୍ଯ୍ୟାଳୟ ଫାଟକରେ ତାଲା ପଡ଼ିଥିଲା। ପଞ୍ଚାୟତ ଅଫିସରେ ସାଧାରଣ ଲୋକଙ୍କ ଅନେକ କାମ ରହିଛି ଅନେକ ବୃଦ୍ଧ ବୃଦ୍ଧା ମଧ୍ୟ ଆସି ଫାଟକ ପାଖେ ଖରାରେ ବସି ରହିଥିଲେ। ଏହି ଘଟଣା ଲାଗି ଲୋକେ ଖୁବ୍ ବିରକ୍ତ ହୋଇଥିଲେ ଅନେକ ସମୟରେ ଏହିପରି ଦେଖିବାକୁ ମିଳୁଥିବା ବେଳେ ଖରା ଦିନ ଲାଗି ଠିକ୍ ସମୟରେ କାର୍ଯ୍ୟାଳୟ ଖୋଲିବା ସହ ପାଣି ବ୍ୟବସ୍ଥା କରିବାକୁ ଲୋକେ ଦାବି କରିଥିଲେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ