ପଞ୍ଚାୟତ କାର୍ଯ୍ୟାଳୟ ରୁ ରନ୍ଧା ହରିଣ ମାଂସ ଜବତ ଘଟଣା

ଆଠଗଡ : ଗତ ମଙ୍ଗଳବାର ସନ୍ଧ୍ୟାରେ ଆଠଗଡ ବ୍ଲକ ଅନ୍ତର୍ଗତ ମହାକାଳବସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମଦ ଓ ଜଙ୍ଗଲ ମାଂସ ଭୋଜି ଚଲ୍ ଥିବା ଖବର ପାଇ ଆଠଗଡ ବନବିଭାଗ କୌଣସି ସୂତ୍ରରୁ ଖବରପାଇ ଚଢାଉ କରିଥିଲା।ଚଢାଉ ବେଳେ ପଞ୍ଚାୟତ ର ନାଏବ ସରପଞ୍ଚ ଅଶୋକ କୁମାର ରାଉଳ ଓ ଅନ୍ୟ ସହଯୋଗୀ ମାନେ ଖସିଯିବାକୁ ସମର୍ଥ ହୋଇଥିଲେ। ବନ କର୍ମଚାରୀମାନେ ରନ୍ଧା ମାଂସ ଜବତ କରିବା ସହ ଜଣେ ନିରୀହ ଗ୍ରାମବାସୀ ଗିରଫ କରି କୋର୍ଟ ଚାଲାଣ କରି ଚୁପ୍ ବସିଯାଇଛି। ସଂପୃକ୍ତ ନାଏବ ସରପଞ୍ଚ ଙ୍କ ସହ ଫେରାର ହୋଇଥିବା ଅନ୍ୟ ୫ ଜଣ ସହଯୋଗୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ପରିବେଶବିତ୍ ନିର୍ମଳ କୁମାର ପତ୍ରି ଓ ପରିବେଶ କର୍ମୀ ଙ୍କ ସହ ଗୁରୁବାର ଆଠ ଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଙ୍କୁ ସାକ୍ଷାତ କରି ବନ୍ୟଜନ୍ତୁ ଶିକାର ପାଇଁ ଉଦବେଗ ପ୍ରକାଶ କରିବା ସଙ୍ଗେ ତଦନ୍ତ କୁ ତ୍ୱରାନ୍ୱିତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ।ଅଭିଯୁକ୍ତ ମାନେ ଆଠଗଡ ବିଜେପି ନେତା ଅଭୟ ବାରିକ ଙ୍କ ସମର୍ଥକ ହୋଇଥିବାରୁ ବନବିଭାଗ ସେମାନଙ୍କୁ ଗିରଫ କରିବାକୁ ସାହସ କରୁନାହାନ୍ତି ବୋଲି ନିର୍ମଳ କୁମାର ଅଭିଯୋଗ କରିଛନ୍ତି।ବିଗତ ୩ ବର୍ଷ ଧରି ନାଏବ ସରପଂଚ ଶ୍ରୀ ରାଉଳ ଏହି କାର୍ଯ୍ୟାଳୟରେ ବିଭିନ୍ନ ଅପରାଧିକ କାର୍ଯ୍ୟ ଶାଗୁଆନ ଲୁଟ,ଚୋରା ଖଣିଜ ଦ୍ରବ୍ୟ କାରବାର, ବନ୍ୟ ଜନ୍ତୁ ଶିକାର ଆଦି କରିଆସୁଛନ୍ତି।ଏହି କଳା କାରନାମା କରିବା ପାଇଁ ସେ ସବୁ ସମୟରେ ଶାସକ ଦଳ ସହ ସଂପୃକ୍ତ ରହିଥାନ୍ତି।ପୂର୍ବରୁ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ନାଏବ ସରପଞ୍ଚ ହୋଇଥିଲେ କିନ୍ତୁ ସରକାର ପରିବର୍ତ୍ତନ ପରେ ନିଜ କଳା ବେପାର ର ସୁରକ୍ଷା ପାଇଁ କିଛି ମାସ ତଳେ ବିଜେପି ରେ ଯୋଗଦେଇଥିଲେ।ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ପରିବେଶ ପ୍ରେମୀ ମାନଙ୍କୁ ନେଇ ଆଠଗଡ ବନଖଣ୍ଡ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଦାବି ପତ୍ରରେ ନିର୍ମଳ କୁମାର ସୂଚନା ଦେଇଛନ୍ତି। ଏସଂପର୍କ ରେ ମଧ୍ୟ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କୁ ଜଣାଇଛନ୍ତି ବୋଲି ନିର୍ମଳ କୁମାର ସୂଚନା ଦେଇଛନ୍ତି।