July 5, 2025
Home » ପଞ୍ଚାୟତ ଦିବସ କୁ ବାତିଲ ଓ ବିଜୁବାବୁଙ୍କୁ ଅପମାନ ପ୍ରତିବାଦ ରେ ବିଜେଡି ପକ୍ଷରୁ ଗଣ ଧାରଣା

ପଞ୍ଚାୟତ ଦିବସ କୁ ବାତିଲ ଓ ବିଜୁବାବୁଙ୍କୁ ଅପମାନ ପ୍ରତିବାଦ ରେ ବିଜେଡି ପକ୍ଷରୁ ଗଣ ଧାରଣା

0
WhatsApp Image 2025-03-06 at 2.19.55 PM

କୁଚିଣ୍ଡା : ଓଡ଼ିଶା ର ମୋହନ ସରକାର ବିଜୁବାବୁଙ୍କ ପୁଣ୍ୟ ଜନ୍ମତିଥି ମାର୍ଚ୍ଚ ମାସ ୫ ତାରିଖ କୁ ବାତିଲ କରିବା ଓ ବିଭିନ୍ନ ସ୍ଥାନରେ ରହିଥିବା ପ୍ରବାଦ ପୁରୁଷ ସ୍ବାଧୀନତା ସଂଗ୍ରାମୀ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରୁ ମୁଣ୍ଡକୁ ଅଲଗା କରିନେବା ଘଟଣା ରେ ସମଗ୍ର ଓଡିଶା ରେ ବିଜୁ ଜନତା ଦଳ ବିଜୁ ପ୍ରେମୀ ଙ୍କ ମହଳରେ ଅସନ୍ତୋଷ ପରିପ୍ରକାଶ ହୋଇଛି।

କୁଚିଣ୍ଡା ବିଜୁ ଜନତା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରମୁଖ କର୍ମୀ ମାନଙ୍କୁ ନେଇ କୁଚିଣ୍ଡା ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ। କୁଚିଣ୍ଡା ଏନଏସି ଚେୟାରମେନ ପ୍ରଦ୍ୟୁତ କୁମାର ମହାନ୍ତି, ପୂର୍ବ ବିଧାୟକ କିଶୋର ଚନ୍ଦ୍ର ନାୟକ,ଗତ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ, ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର,ତନୟା ଧରୁଆ,କ୍ରିଷ୍ଣ ଟପ୍ପୋ, କାଉନସିଲର ନବୀନ ହୋତା,ବାମରା ପୂର୍ବ ବ୍ଲକ ଚେୟାରମେନ ପ୍ରଦୀପ ମିଶ୍ର, ମନୋରଞ୍ଜନ ଭୋଇ,ବରଦା ନନ୍ଦ ଶର୍ମା,ଗଣେଶ ରାମ ଅଗ୍ରୱାଲ,ଅଭିଲାଷ ଅଗ୍ରୱାଲ,କିଶୋର କିସାନ,ଦିଲିପ ଦେବ, ଗୋବିନ୍ଦ ସାହୁ,ଶୁଶିଲ ପଟେଲ,ଶୁଶିଲ ନାୟକ, ପ୍ରଶାନ୍ତ ସାହୁ, କାର୍ତ୍ତିକ ମିସ୍ତ୍ରୀ , ରଶ୍ମି ସାମଲ, ସଞ୍ଜୟ ବେହେରା, ମହମ୍ମଦ ମୃତୁଜା, କୀର୍ତ୍ତନ ସେନାପତି ପ୍ରମୁଖ କର୍ମୀ ମାନେ ଉପସ୍ଥିତ ରହି ମୋହନ ସରକାର ଙ୍କୁ ନିନ୍ଦା କରିବା ସହିତ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ରେ ବସିଥିଲେ। ସଭାରେ ଓଡ଼ିଶା ଅସ୍ମିତା ବିଷୟରେ କହୁଥିବା ମୋହନ ସରକାର ବିଜୁବାବୁଙ୍କୁ ଭାରତରତ୍ନ ଉପାଧି ରେ ଭୂଷଣ କରିବା ପାଇଁ ଦାବି ହୋଇଥିଲା।

କୁଚିଣ୍ଡା ଇପିଏ ରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *