ପଞ୍ଚାୟତରାଜ ଓ ପାନୀୟଜଳ ମନ୍ତ୍ରୀ ଙ୍କ ବୀରମହାରାଜପୁର ଗସ୍ତ, ବିକଶିତ ଗାଁ ଓ ବିକଶିତ ଓଡ଼ିଶା ର ୬୩ ପ୍ରକଳ୍ପର କଲେ ଭିତ୍ତି ପ୍ରସ୍ତର ସ୍ଥାପନ l

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ଆଜି ବିଭିନ୍ନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ଅଙ୍ଗନୱାଡ଼ି ଗୃହ ଉଦଘାଟନ କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲପାଳ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ଚମ୍ପାମାଲ ଠାରେ ନୂତନ ଅଙ୍ଗନୱାଡି ଗୃହ କୁ ଶୁଭ ଉଦଘାଟନ କରିଥିଲେ l ଏଥି ସହିତ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ରେ ଚମ୍ପାମଳ ସ୍ଥିତ ବାବା ଚଂପେଶ୍ୱର୍ ମନ୍ଦିର ଠାରେ ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ର ଉନ୍ନତି ପାଇଁ ଅର୍ଥ ର ବ୍ୟବସ୍ଥା କରାଯାଇଥିବା ଫଳକ କୁ ମାନ୍ୟବର ମନ୍ତ୍ରୀ ଉଦଘାଟନ କରିଥିଲେ l ଉକ୍ତ ବୈଠକ ରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ଜିଲ୍ଲା ବିଜେପି ସଭାପତି ବେଣୁଧର ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷାକୁମାରୀ, ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର ପ୍ରମୁଖ ଯୋଗ ଦେଇ ଥିଲେ l ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଲାଶ ଛକ ଠାରେ ମୁଖ୍ୟମନ୍ତ୍ରୀ ରାସ୍ତା ର ନିର୍ମାଣ ଓ ଉନ୍ନତି କରଣ କାର୍ଯ୍ୟ ପାଇଁ ଶୁଭାରମ୍ଭ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା,ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା, ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ, ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ଯୁବ ନେତା ଏକଲବ୍ୟ ବେହେରା, ପ୍ରଭାସ ପଣ୍ଡା, ବିପିନ ପଣ୍ଡା, ଦନାର୍ଦ୍ଧନ ପଧାନ ଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସରକାରୀ କର୍ମଚାରୀ, ଯୋଗ ଦେଇଥିଲେ l ପରେ ବୀରମହାରାଜପୁର ବିଡ଼ିଓ ରାଜୀବ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର