February 21, 2026
Home » ପଞ୍ଚୁକ ଉପଲକ୍ଷେ ଦଶପଲ୍ଲାରୁ ପୁରୀକୁ ଚାଲିଲା ସ୍ଵତନ୍ତ୍ର ରେଳଗାଡ଼ି ।

ପଞ୍ଚୁକ ଉପଲକ୍ଷେ ଦଶପଲ୍ଲାରୁ ପୁରୀକୁ ଚାଲିଲା ସ୍ଵତନ୍ତ୍ର ରେଳଗାଡ଼ି ।

0
unnamed----3
ନୟାଗଡ଼: ନୟାଗଡ଼ ପ୍ରତିଦିନ ଦଶପଲ୍ଲାରୁ ପୁରୀକୁ ଗୋଟିଏ ରେଳଗାଡ଼ି ସକାଳୁ ଯାଇ ରାତିକୁ ଫେରୁଥିଲା ।ଦଶପଲ୍ଲାରୁ ପୁରୀ ଯାଉଥିବା ଏକ ମାତ୍ର ରେଳଗାଡ଼ିରେ କମ ବଗି ଯୋଗୁଁ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଥିଲା ।ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସରେ ଆହୁରି ଅଧିକ ଅସମ୍ଭବ ଭିଡ ପରିଲକ୍ଷିତ ହେଉଥିଲା ।ପଞ୍ଚୁକ ପାଞ୍ଚଦିନରେ ଏହି ଭିଡ଼ ଆହୁରି ଅଧିକ ବୃଦ୍ଧି ପାଇବ। ତେଣୁ ପାଞ୍ଚଦିନ ବ୍ୟାପି ପାଳନ ହେଉଥିବା ପଞ୍ଚୁକ ଯାତ୍ରା ପାଇଁ ଅଧିକ ସ୍ୱତନ୍ତ୍ର ରେଳଗାଡ଼ିର ବ୍ୟବସ୍ଥା କରିବାପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦାବି ହୋଇଥିଲା ।ମଂଚର ଦାବିକୁ ରେଳ ବିଭାଗ ବିଚାରକୁ ନେଇ ଆଜି ଠାରୁ ଅର୍ଥାତ୍ ତା ୨୬/୧୦ ରିଖ ଠାରୁ ତା ୫/୧୧/୨୦୨୫ ପର୍ଯ୍ୟନ୍ତ ଭାରତୀୟ ରେଳ ବିଭାଗ ସ୍ବତନ୍ତ୍ର ରେଳଗାଡ଼ି ଚାଲୁ କରିଛନ୍ତି ।ରେଳ ବିଭାଗର ସୂଚନା ପ୍ରକାରେ ଏହି ସ୍ୱତନ୍ତ୍ର ରେଳଗାଡ଼ି ଦଶପଲ୍ଲାରୁ ରାତ୍ରି ୩ ଘଟିକାରୁ ବାହାରି ପୁରୀରେ ପହଞ୍ଚିବ ସକାଳ ଘ୍ ୭.୧୫ ମିନିଟରେ ।ସେହିପରି ପୁରୀରୁ ରାତ୍ରି ଘ ୧୧.୦୫ ମିନିଟରୁ ବାହାରି ଦଶପଲ୍ଲାରେ ପହଞ୍ଚିବ ରାତ୍ରି ଘ ୨.୧୫ ମିନିଟରେ । ପ୍ରକାଶ ଥାଉକି ପୂର୍ବରୁ ଯାଉଥିବା ଦଶପଲ୍ଲା ପୁରୀ ରେଳଗାଡ଼ି ଯଥାରୀତି ଚାଲୁରହିବ ।ରେଳ ବିଭାଗ ସ୍ବତନ୍ତ୍ର ରେଳଗାଡ଼ିର ବ୍ୟବସ୍ଥା କରିଥିବାରୁ ନୟାଗଡ ନାଗରିକ ମଞ୍ଚର ସଭାପତି ପ୍ରମୋଦ ପଟ୍ଟନାୟକ ,ସଂପାଦକ ଲକ୍ଷ୍ମୀଧର ସାହୁ ଓ କାର୍ଯ୍ୟକାରିଣୀ ସଭ୍ୟ ଗୋକୁଳ କୁମାର ଷଡ଼ଙ୍ଗୀ,ସୁରେନ୍ଦ୍ର କୁମାର ପ୍ରଧାନ ଏବଂ ସମସ୍ତ ସଭ୍ୟ ଖୁସିବ୍ୟକ୍ତ କରିଛନ୍ତି ।ଅନ୍ୟ ଦାବି ଗୁଡ଼ିକୁ ଯଥା – ଦୈନିକ ଦଶପଲ୍ଲାରୁ ପୁରୀ ଓ ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୋକୁ କଟକ ସମ୍ପ୍ରସାରଣ ସହିତ ଅଧିକ ବଗି ସଂଯୋଗ । ଦଶପଲ୍ଲାରୁ ବାଙ୍ଗାଲୋର ଓ କଲିକତା ନୂତନ ରେଳ ଚଳାଇବାକୁ ନୟାଗଡ ନାଗରିକ ମଞ୍ଚ ଓ ଜିଲ୍ଲାର ଜନସାଧାରଣ ଚାହିଁ ବସିଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *