ପଠାଣି ସାମନ୍ତଙ୍କ ୧୯୧ ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ ଓ ସ୍ମୃତି ଚାରଣ ।
ନୟାଗଡ ବିଶ୍ୱ ବିଦିତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସାମନ୍ତ ଚନ୍ଦ୍ର ଶେଖର ସାଂସ୍କୃତିକ ଅନୁଷ୍ଠାନ ନୟାଗଡ଼ ପକ୍ଷରୁ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପ୍ରତିଷ୍ଠିତ ପଠାଣି ସାମନ୍ତଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଥିଲା।

ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜାତା ସାହୁ ଯୋଗ ଦେଇ ସାମନ୍ତ ଚନ୍ଦ୍ର ଶେଖରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ ଓ ସ୍ମୃତି ଚାରଣ କରିଥିବାବେଳେ, ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକ, ଉପ ସଭାପତି ରଣଜିତ ଦାସ,ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟଭୁଷଣ ବିଜୟ ଚୌଧୁରୀ, ବିଶ୍ଵନାଥ ମହାପାତ୍ର, ଗୋକୁଳ କୁମାର ଷଡ଼ଙ୍ଗୀ,ବାସୁଦେବ ମହାନ୍ତି, ନିର୍ମଳ ସୁରଦେଓ, ପ୍ରତାପ ନନ୍ଦ, ଲକ୍ଷ୍ମୀଧର ସାହୁ,ଦାମୋଦର ସାହୁ,ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ଶ୍ରୀକାନ୍ତ ପଟ୍ଟନାୟକଙ୍କ ସମେତ,ବହୁ ସଂସ୍କୃତି ପ୍ରେମୀ, ଓ ବୁଦ୍ଧିଜୀବି ଉପସ୍ଥିତ ହୋଇ ପଠାଣି ସାମନ୍ତଙ୍କ ୧୯୧ ତମ ଜନ୍ମ ଜୟନ୍ତୀ ଅବସରରେ, ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ ଓ ସ୍ମୃତି ଚାରଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼
