ପଣ୍ଡିତ ଜବାହରଲାଲ ନେହେରୁ ମହାପ୍ରୟାଣ ଦିବସ ପାଳିତ।
ପାରାଦ୍ୱୀପ- ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ମହାପ୍ରୟାଣ ଦିବସ ଅବସରରେ ପାରାଦ୍ୱୀପ ସ୍ଥିତ ଜବାହରଲାଲ ନେହେରୁ ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇ ଯାଇଛି।ମଇ ୨୭ ତାରିଖ ମଙ୍ଗଳବାର ସକାଳେ କୁମ୍ଭୀର ପାର୍କ ଠାରେ ଥିବା ପଣ୍ଡିତ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।

ଏଥି ସହିତ ପାରାଦ୍ୱୀପ ନଗର କଂଗ୍ରେସ କାର୍ଯ୍ୟାଳୟ ଆୟୋଜି ସ୍ମୃତି ସଭାରେ ପଣ୍ଡିତଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଧୂପ ଦୀପ ପ୍ରଜ୍ଜ୍ଵଳନ କରାଯାଇ ଥିଲା।
ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଶ୍ରୀ ସରୋଜ କୁମାର ପ୍ରଧାନ ଓ ନଗର କଂଗ୍ରେସ ସଭାପତି ଶ୍ରୀ କେଦାର ବିଶ୍ୱାଳ, ଜଗନ୍ନାଥ ଶତପଥୀ, ତ୍ରିନାଥ ମହାନ୍ତି, କୃପାସିନ୍ଧୁ ଦାସ, ସୁଶାନ୍ତ କୁମାର ବାରିକ, ବିଜୟ କୁମାର ସେଠୀ, ସୁନାକର ସେଠୀ ପ୍ରମୁଖ ଯୋଗ ଦେଇ ପଣ୍ଡିତ ନେହେରୁଙ୍କ ଦେଶଭକ୍ତି, ତ୍ୟାଗ ଓ ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
