July 5, 2025
Home » ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଶୋକସଭା

ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଶୋକସଭା

0
WhatsApp Image 2025-03-18 at 11.00.50 AM

କେନ୍ଦୁଝର,ତା୧୮/୩- ଗତକାଲି ସନ୍ଧ୍ୟାରେ ରମାକାନ୍ତ ରଥଙ୍କ ବିୟୋଗରେ ହାତଲେଖା ଓଡ଼ିଆ କବିତା ପରିବାର ପକ୍ଷରୁ ମୁକୁନ୍ଦେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ଏକ ନିରାଡମ୍ବର ପରିବେଶରେ ଆୟୋଜିତ ଏହି ସଭାରେ ଶିବ ପ୍ରସାଦ ରଥ, ଜୟଗୋବିନ୍ଦ ମିଶ୍ର, ସଚ୍ଚିଦାନନ୍ଦ ମାଝୀ, ଯୋଗେନ୍ଦ୍ର ଜେନା, ବାଇଧର ପଣ୍ଡା, ବିରଞ୍ଚି ନାରାୟଣ ସାମନ୍ତରାୟ, ସୁଜିତ୍ କୁମାର ମିଶ୍ର, ଭାରତୀ ବେହେରା, ରବୀନ୍ଦ୍ର ସାହୁ, ପ୍ରଭାସ ରଂଜନ ମିଶ୍ର, ଦେବ ଦର୍ଶନ ଦାଶ, ହରିହର ମହାନ୍ତ ଏବଂ ସୁଧାକର ଦାଶ ପ୍ରମୁଖ ଯୋଗଦେଇ ରମାକାନ୍ତ ରଥ ଓଡ଼ିଆ କବିତାରେ ଏକ ସ୍ବତନ୍ତ୍ର ଶୈଳୀ ପ୍ରବର୍ତ୍ତନ କରିଥିଲେ ଯାହାକି ଚିରକାଳ ପାଠକଙ୍କର ପାଇଁ ମନେ ରହିବ । ରମାକାନ୍ତିୟ ଗଦ୍ୟ ଶୈଳୀ ଓଡ଼ିଆ ସାହିତ୍ୟକୁ ଏକ ନୂଆ ଶିଖରକୁ ନେଇ ପାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । କବି ଏଜରା ପାଉଣ୍ଡ ଓ ଇଲିୟଟଙ୍କ ଦ୍ଵାରା ତାଙ୍କ କବି ସତ୍ତା ପ୍ରଭାବିତ ହୋଇଥିଲେ ହେଁ ତାଙ୍କ କବିତ୍ଵ ଥିଲା ଅସାଧାରଣ ଯାହା ଏବେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଯାଇଛି । ଏହି ଶୋକ ସଭାରେ ଯୋଗ ଦେଇଥିବା ସମସ୍ତ ସାହିତ୍ୟ ପ୍ରେମୀ ରମାକାନ୍ତଙ୍କ କାବ୍ୟ ଶୈଳୀ ଉପରେ ନିଜ ନିଜର ମନ୍ତବ୍ୟ ଉପସ୍ଥାପନା କରିଥିଲେ ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *