ପଦ୍ମଶ୍ରି ସମ୍ମାନ ପାଇଁ ମନୋନୀତ ବାନ୍ଧଶିଳ୍ପୀ ଶରତ କୁମାର ପାତ୍ରଙ୍କୁ ସମ୍ମର୍ଦିତ କଲେ ବିଜେପି ନେତା ହରପ୍ରସାଦ ମିଶ୍ର
ଆଠଗଡ : ତିଗିରିଆ ବ୍ଲକ ଅନ୍ତର୍ଗତ ନୂଆପାଟଣା ଗ୍ରାମ ନିବାସୀ ଶରତକୁମାର ପାତ୍ର (୬୧) ବାନ୍ଧକଲା ରେ ପଦ୍ମଶ୍ରୀ ସମ୍ମାନ ପାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।ସେ ସ୍ଵର୍ଗତ ଗୋପାଳ ପାତ୍ର ଙ୍କ ପୁତ୍ର ଅଟନ୍ତି। ଗୀତଗୋବିନ୍ଦରେ ଲିଖିତ ୫୨ ମିଟର ଲମ୍ବ ପାଟ ତିଆରି କରି ଜଗନ୍ନାଥ ଙ୍କୁ ଅର୍ପଣ କରିଥିବାରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ନିଷ୍ପତ୍ତି କରିଛନ୍ତି କେନ୍ଦ୍ର ସରକାର ।ଏହାକୁ ତିଆରି କରିବା ପାଇଁ ତାଙ୍କୁ ୭ ବର୍ଷ ସମୟ ଲାଗିଥିଲା। ତାଙ୍କର ଏହି ସଫଳତା ଖବର ପ୍ରଚାରିତ ପରେ ରାଜନେତା ,ଲୋକପ୍ରତିନିଧି ମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ହରପ୍ରସାଦ ମିଶ୍ର ତାଙ୍କର ବାସଭବନରେ ପହଞ୍ଚି ପୁଷ୍ପଗୁଛ୍ଛ ଓ ଉତ୍ତରୀୟ ଦେଇ ଶ୍ରୀ ପାତ୍ରଙ୍କୁ ସମ୍ମର୍ଦିତ କରିଥିଲେ। ତାଙ୍କର ଏହି ସଫଳତା କେବଳ ଆଠଗଡ ନୁହେଁ ବରଂ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଉତ୍ସାହ ଆଣିଦେଇଛି। ନିଜର ପରିବାରର ସମସ୍ତ ସଦସ୍ୟ ଙ୍କ ସହଯୋଗରେ ଏହି ପାଟ ବୁଣିବା ସମ୍ଭବ ହୋଇଛି ବୋଲି ଶ୍ରୀଯୁକ୍ତ ପାତ୍ର ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।
