ପପଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ୭୯ତମ ସ୍ବାଧିନତା ଦିବସ

ଭେଡେନ: ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପପଙ୍ଗା ଠାରେ ସ୍ଵାଧିନତା ଦିବସ ପାଳନ କରା ଯାଇଥିଲା । ଏହି ଅବସରରେ ଶ୍ରୀଯୁକ୍ତ ଉମାକାନ୍ତ ମେଣ୍ଡଳୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ ସମସ୍ତ ପରିଚାଳନା ସମିତି ତଥା ଶ୍ରୀ ଆଶିଷ କୁମାର ବେହେରା, ଡା ବିବେକାନନ୍ଦ ପଣ୍ଡା, ଶ୍ରୀ ଛାୟାକାନ୍ତ ତରିଆ ପ୍ରଭୃତି ଯୋଗ ଦେଇ ସହଯୋଗ କରିଥିଲେ । ଏଥିରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ସସ୍ମିତା ମଟାରୀ ଓ କୁନି ମହାକୁର ସଂଯୋଜନା ଓ ପରିଚାଳନା କରିଥିଲେ । ସ୍ବାଧିନତା ଦିବସ ସହିତ ଜନ୍ମାଷ୍ଟମୀ ଉତ୍ସବ ମଧ୍ୟ ଆଡମ୍ବର ସହିତ ପାଳନ କରାଯାଇଥିଲା । ଏଥିରେ ପ୍ରାୟ ୪୦୦ ଶିଶୁ ଯୋଗ ଦେଇଥିଲେ । ପରିଶେଷ ରେ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା,ସେବକ, ସେବିକା ଙ୍କ ସହଯୋଗ ରେ ସମସ୍ତ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ଯ୍ୟକ୍ରମ କୁ ଶେଷ କରାଯାଇଥିଲା ।
ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଇପିଏ ରୁ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ