July 1, 2025
Home » ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଓ ସଧବାଙ୍କ ସାବିତ୍ରୀ ବ୍ରତ ପାଳିତ

ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଓ ସଧବାଙ୍କ ସାବିତ୍ରୀ ବ୍ରତ ପାଳିତ

0
WhatsApp Image 2025-05-26 at 3.40.01 PM

ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ବିବାହିତ ହିନ୍ଦୁ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରି ଉପବାସ ପାଳନ କରଥାନ୍ତି ।
ହିନ୍ଦୁ ଶାସ୍ତ୍ରରେ ଲିଖିତ ଅନୁଯାୟୀ ପତିବ୍ରତା ସାବିତ୍ରୀଙ୍କ ସ୍ବାମୀ ସତ୍ୟବାନଙ୍କ ପ୍ରାଣବାୟୁ ଧରି ଯମ ଚାଲିଯିବା ସମୟରେ ସାବିତ୍ରୀ ମଧ୍ୟ ଯମଙ୍କୁ ଅନୁଗମନ କରି ପରିଶେଷରେ ଅଗତ୍ୟାଙ୍କ ଦ୍ଵାରା ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁଦାନ ସହ ଫେରାଇ ଆଣିବାରେ ସଫଳ ହୋଇଥିଲେ । ଏଣୁ,ଏହାର ସ୍ମୃତିରେ ହିନ୍ଦୁ ବିବାହିତା ସଧବା ମହିଳାମାନେ ତାଙ୍କ ସ୍ବାମୀଙ୍କ ମଙ୍ଗଳ ମନାସୀ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ପୂଜା ପାଳିଆସୁଛନ୍ତି। ଏହି ଅବସରରେ ଆଜି ସକାଳୁ ସକାଳୁ ରାୟଗଡରେ ଥିବା ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ନୂତନ ବସ୍ତ୍ର ପରିଧାନ କରି ସଧବା ସ୍ତ୍ରୀମାନେ ଅତି ଉତ୍ସାହର ସହକାରେ ସାବିତ୍ରୀଙ୍କ ପ୍ରତିମା ଗଢି ତାଙ୍କ ନିକଟରେ ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ କୁଙ୍କମ,ବଟ ଗଛ ମୂଳ,ନୈବେଦ୍ୟ,ଅଳତା ନେବା ସହ ଆମ୍ବ, ପଣସ, ନଡିଆ, ଫୁଟି କାକୁଡି, ତାଳ, ଖଜୁରୀ ଆଦି ବିଭିନ୍ନ ପ୍ରକାର ଦେଶୀ ଫଳ,ପୁଷ,ବସ୍ତ୍ର ସହ ଉପବାସ ରହି ସାବିତ୍ରୀ ବ୍ରତ ପୂଜା କରି ତାଙ୍କ ସ୍ବାମୀମନଙ୍କ ମଙ୍ଗଳ ମନାସୀ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି । ମୁଖ୍ୟତଃ ଉତ୍ତର ଭାରତର କେତେକ ରାଜ୍ୟ ଓଡ଼ିଶା, ବିହାର ,ଉତ୍ତରପ୍ରଦେଶ ଏବଂ ନେପାଳ ଦେଶରେ ପାଳନ କରାଯାଇଥାଏ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *