ପରଲୋକରେ ସର୍ବୋଦୟ କର୍ମୀ ଭଗବତୀ ମହାନ୍ତି
କେନ୍ଦୁଝର:- ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ଭକ୍ତବତ୍ସଳ ମହାନ୍ତିଙ୍କ ଧର୍ମପତ୍ନୀ ସ୍ୱର୍ଗତ ଭଗବତୀ ମହାନ୍ତିଙ୍କର କେନ୍ଦୁଝରଗଡ଼ର ସିଲୁଆଁଠାରେ ବୁଧବାର ଦିନ ଦେହାନ୍ତ ହୋଇଯାଇଛି । ତାଙ୍କ ମରଶରୀର କେନ୍ଦୁଝର ମୁନିସିପାଲିଟିର କିମିରିଡୋଲୀ ଶ୍ମଶାନଠାରେ ପଂଚଭୂତରେ ଲୀନ ହୋଇଯାଇଛି । ତାଙ୍କର ଏକମାତ୍ର ପୁତ୍ର ଭାଗୀରଥି ମହାନ୍ତି ମୁଖାଗ୍ନି ଦେଇଥିଲେ । ଶବାଧାର ନିକଟରେ ତାଙ୍କର ସ୍ୱାମୀ ଭକ୍ତବତ୍ସଳ ମହାନ୍ତି,ଭଉଣୀ ବୈଦେହୀ ପାତ୍ର,ପ୍ରିୟଜନ,ପୁତୁରା,ଝିଆରୀ, ସିଟିଜେନ ଫୋରମର ହିମାଂଶୁ ଶେଖର କୁଅଁର,ସତ୍ୟରଞ୍ଜନ ସାମଲ,ପ୍ରଫୁଲ୍ଲ ସାହୁ,ସତ୍ୟଜିତ ସାମନ୍ତରାୟ,ଭୂମିକା ଚକ୍ଷୁ ଚିକିତ୍ସାଳୟର କର୍ଣ୍ଣାଟ କିଶୋର ଜେନା,ଚନ୍ଦନ ନାୟକ,ଲାଲିମା ଜେନା,ହିମାଂଶୁ ନାୟକ,କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ଡକ୍ଟର ବିମ୍ବାଧର ବେହେରା,ଜଗଜିତା ଦାସ,ସଞ୍ଜିବ ପାଇକରାୟ,ବାର୍ ଆସୋସିଏସନ୍ ସଭାପତି ଆଲୋକ ମହାନ୍ତ,ଦୟାନିଧି ମହାନ୍ତ,କଳ୍ପନା ସାମଲ,ପ୍ରିୟବ୍ରତ ସାମଲ,ସ୍ୱସ୍ତି ଫାଉଣ୍ଡେସନ ମାନସ ରଞ୍ଜନ ପଣ୍ଡା,ଆଇଡିଏର ସେବତୀ ସିଂ,ଆର.ଭି.ଡିଓ. ର ମନୋଜ ପରିଡା ଓ ସାମାଜିକ କର୍ମୀ ପର୍ଶୁରାମ ଜେନା,ରବିନ୍ଦ୍ର ମହାରଣା,ସନ୍ତୋଷ ଦାସ,ମନୋଜ କୁମାର ମହାନ୍ତ,ଲାଇଫ ସେଭର ଗ୍ରୁପର ଯୁବ ସ୍ୱେଚ୍ଛାସେବୀ,ପ୍ରଗତୀ ଫାଉଣ୍ଡେସନର ଯୁବ ସ୍ୱେଚ୍ଛାସେବୀ,ସାମାଜିକ କର୍ମୀ ସୁଧିର ନନ୍ଦ,ଅନନ୍ୟା ଦାସ,ବିନିତା ରାମ ଉପସ୍ଥିତ ରହି ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେଇଥିଲେ । ସର୍ବୋଦୟ ପରିବାରରେ ଅପୂରଣୀୟ କ୍ଷତି ଘଟିଲା ବୋଲି ସର୍ବୋଦୟ କର୍ମୀ ବିକାଶ ଦାସ,ଆଦିତ୍ୟ ପଟ୍ଟନାୟକ,ଗୁଜୁନ ମହାନ୍ତି,ମହିର ଦାସ ମହାପାତ୍ର ଓ ଧ୍ରୁବାନନ୍ଦ ଶରଣ ପ୍ରମୁଖ ଜଣାଇଛନ୍ତି।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ)ଇଷ୍ଟର୍ନ ପ୍ରେସ
