November 13, 2025
Home » ପରିତ୍ୟକ୍ତ କୂଅ ରୁ ଅକ୍ଷତ ଅବସ୍ଥାରେ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ।

ପରିତ୍ୟକ୍ତ କୂଅ ରୁ ଅକ୍ଷତ ଅବସ୍ଥାରେ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ।

0
WhatsApp Image 2025-05-21 at 4.20.49 PM

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ଗ୍ରାମ ପୁରୁଣା ଫରେଷ୍ଟ କ୍ବାଟର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ରୁ ଗତକାଲି ବିଳମ୍ବିତ ରାତିରେ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଅକ୍ଲାନ୍ତ ଉଦ୍ୟମ କରି ଗଭୀର କୂଅ ରେ ପଡିଥିବା ଜଣେ ବ୍ୟକ୍ତି ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ସୂଚନା ମତେ ଆମପାଣି ଗ୍ରାମ ର କୁନୁ ପରାଭୋଇ(୪୨) ଙ୍କ ମାନସିକ ସ୍ଥିତି ଭଲ ନଥିବା ବେଳେ ଗତକାଲି ରାତିରେ ସେ ପରିତ୍ୟକ୍ତ କୂଅ ରେ ପଡି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ କୂଅ ରେ ପଡିଥିବା ଦେଖି କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଜରୁରୀକାଳୀନ ୧୧୨ ନମ୍ବର ରେ ଯୋଗାଯୋଗ କରିବା ପରେ ବିଳମ୍ବିତ ରାତିରେ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି କୂଅ ରୁ ସୁରକ୍ଷିତ ଭାବେ ବ୍ୟକ୍ତି ଙ୍କୁ ଉଦ୍ଧାର କରି ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆହତ ବ୍ୟକ୍ତି ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ଇପିଏ ରୁ ଦିନେଶ ଅଗ୍ରୱାଲ ଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *