ପରିବାର ଭାଙ୍ଗିବାର ନୁହେଁ ଯୋଡିବାର ଅଛି ଏହି ବାର୍ତା ନେଇ ଆସୁଛି ଚଳଚ୍ଚିତ୍ର ୱାଇଫ୍

ଋଷି ଫିଲ୍ମ ପକ୍ଷରୁ ବାଙ୍ଗାଲୋର ଠାରେ କଳିଙ୍ଗ ଇଣ୍ଡିଆ ଫାଉଣ୍ଡେସନ୍ ସଂଗଠନ ପକ୍ଷରୁ ଆସନ୍ତା ୨୧,୨୨ ଓ ୨୩ ପ୍ରିମିୟର ସୋ ଚାଲିବ। ଏଥିରେ ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା ସଫଳ ଅଭିନେତ୍ରୀ ବର୍ଷା ପ୍ରିିୟଦର୍ଶିନୀ ମୁଖ୍ୟ ଭୂମିକା ତୁଲାଇଥିବାବେଳେ ବିଜୟ କାଣ୍ଡୋଇ, ରୁଷି ପଟ୍ଟନାୟକ, ଜୟଜିତ୍ ଦାଶ, କୁନୁରୁ, ପିହୁ, ବବି, ଇଜିଲାମ୍ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଛନ୍ତି।
ଏହି ଚଳଚ୍ଚିତ୍ରରେ ବେଶ୍ ସୁନ୍ଦର ତାଳଲୟ ସହ ମନଛୁଆଁ ଓ ରୋମାଂଟିକ୍ ଗୀତ ଭରି ରହିଛି। ଚରିତ୍ର ଗୁଡିକ ଦର୍ଶକ ମହଲରେ ବେଶ୍ ଆଦୃତଲାଭ କରିବ ବୋଲି ଆଶା କରାଯାଏ।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )