November 12, 2025
Home » ପରିବେଶ ଓ ସୁରକ୍ଷା ରେ ଶ୍ରେଷ୍ଠତା – କାଶିଆ ଓ ଟେନସା ମାଇନ୍ସ ପାଇଲେ ଏକାଧିକ ପୁରସ୍କାର ।

ପରିବେଶ ଓ ସୁରକ୍ଷା ରେ ଶ୍ରେଷ୍ଠତା – କାଶିଆ ଓ ଟେନସା ମାଇନ୍ସ ପାଇଲେ ଏକାଧିକ ପୁରସ୍କାର ।

0
WhatsApp Image 2025-05-31 at 8.02.19 AM

ଯୋଡ଼ା – ଭାରତୀୟ ମାଇନ୍ସ ବ୍ୟୁରୋ (ଆଇବିଏମ), ଭୁବନେଶ୍ୱର କ୍ଷେତ୍ର ନେତୃତ୍ୱରେ ଅନୁଷ୍ଠିତ ୨୬ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ସମାରୋହରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)ର କାଶିଆ ଓ ଟେନସା ମାଇନ୍ସକୁ ଏକାଧିକ ପୁରସ୍କାର ମିଳିଛି। ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ପ୍ରତି ଉଲ୍ଲେଖନୀୟ ପ୍ରତିବଦ୍ଧତା ପାଇଁ ଉଭୟ ମାଇନ୍ସକୁ ଏହି ପୁରସ୍କାର ମିଳିଛି।

“ସେଫଗାର୍ଡିଂ ଦ ଫ୍ୟୁଚର ଓ୍ୱିଥ ସଷ୍ଟେନବଲ୍ ମାଇନିଂ” ଏଥରର ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହର ପ୍ରସଂଗ ରହିଥିବା ବେଳେ ଏହା ବେଦାନ୍ତ-ଫେକର ପକ୍ଷରୁ ଆୟୋଜିତ ହୋଇଥିଲା। ୪ ମିଲିୟନ ଟନରୁ ଉର୍ଦ୍ଧ୍ୱ ଉତ୍ପାଦନ ବର୍ଗରେ କାଶିଆ ମାଇନ୍ସ ଖଣିଜ ସଂରକ୍ଷଣ ପାଇଁ ପ୍ରଥମ ସ୍ଥାନରେ ରହିଥିବା ବେଳେ, ପଦ୍ଧତିଗତ ଓ ବୈଜ୍ଞାନିକ ବିକାଶ ପାଇଁ ତୃତୀୟ ଓ ସାମଗ୍ରିକ ପ୍ରଦର୍ଶନ କ୍ଷେତ୍ରରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇଛି। ସେହିପରି ୪ ମିଲିୟନ ଟନରୁ କମ ଉତ୍ପାଦନ ବର୍ଗରେ ଟେନ୍ସା ମାଇନ୍ସକୁ ପୁନଃଗ୍ରହଣ ଓ ପୁନର୍ବାସ ପାଇଁ ପ୍ରଥମ ପୁରସ୍କାର ମିଳିଛି। ସେହିପରି ଅଣ କାର୍ଯ୍ୟ ନିର୍ବାହୀ ବର୍ଗରେ ଶ୍ରୀମତୀ ସୂରଜମଣି ଜରାଇ ପର୍ଯ୍ୟାବରଣ ବନ୍ଧୁ ପୁରସ୍କାର ପାଇଛନ୍ତି। ଜେଏସପିର ବରିଷ୍ଠ ଖଣି ଅଧିକାରୀଙ୍କ ସମେତ କାଶିଆ ୟୁନିଟ ହେଡ ଶ୍ରୀ ପ୍ରମୋଦ କୁମାର ପାତ୍ର ଓ ଟେନସା ୟୁନିଟ ହେଡ ଶ୍ରୀ ରଘୁରାଜ ରଘୁବଂଶୀ ପୁରସ୍କାର ଗ୍ରହଣ କରିଥିଲେ।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *