August 22, 2026
Home » ପର୍ଯ୍ଯଟନ ପୀଠ ରେ ୨୦୧କୁଣ୍ଡୀୟ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ପର୍ଯ୍ଯଟନ ପୀଠ ରେ ୨୦୧କୁଣ୍ଡୀୟ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ

0
WhatsApp Image 2026-01-01 at 8.04.28 PM

ଭେଡେନ :ଭେଡେନ ବ୍ଲକ୍ ଅନ୍ତର୍ଗତ ଐତିହାସିକ ପର୍ଯ୍ଯଟନ ପୀଠ ଶହୀଦ୍ ବୀର ମନୋହର ସିଂ ଙ୍କ ଗଡ ସମିପ ବାଲିଯାତ୍ରା ପଡିଆ ଗୁରୁପାଲି ,ବସେଇକେଲା ,କଟାପାଲି ଗ୍ରାମବାସୀଙ୍କ ମିଳିତ ଉଦ୍ଯମରେ ତଥା ଆଖପାଖ ଅଞ୍ଚଳର ସହଯୋଗ ରେ ଏକଦିବସୀୟ ୨୦୧ କୁଣ୍ଡୀୟ ବୈଦିକବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।।ଗୁରୁକୂଳ ହରିପୁର ର ସଂସ୍ଥାପକ ଡା-ସୁଦର୍ଶନ ଆଚାର୍ଯ୍ଯ ଙ୍କ ପ୍ରତକ୍ଷମାର୍ଗଦର୍ଶନ ତଥା ସ୍ବାମୀ ଭାଗବତା ନନ୍ଦ ସରସ୍ବତୀ ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଯାଇଛି ।।ଯଜ୍ଞ ରେ ୨୦୧ ସପତ୍ନୀକ ପରିବାର ଯଜ୍ଞ କର୍ତ୍ତା ଦାୟୀତ୍ବ ବହନ କରି ଏହି ପବିତ୍ର ଯଜ୍ଞ ଭଗବାନ ଙ୍କ କାର୍ଯ୍ଯ ରେ ମଗ୍ନଥିଲେ ।। ଯଜ୍ଞ ରେ ଉପସ୍ଥିତ ଅନ୍ଯସାଧୁସନ୍ଥ ଙ୍କ ମଧ୍ଯରେ ସାମୀ ବିସୁଧାନନ୍ଦ ସରସ୍ବତୀ ,ବାନପ୍ରସ୍ତୀ ପବିତ୍ର ଚରଣ ଦାଶ,ବ୍ରହ୍ମଚାରୀ ପ୍ରଶାନ୍ତ କୁମାର ଆର୍ଯ୍ଯ,ଆଚାର୍ଯ୍ଯ ନିର୍ମଳ ଦେବ ,ବିଶିଷ୍ଠ ସମାଜ ସେବୀ ଗୌରହରି ମିଶ୍ର,ପଣ୍ଡିତ ଭୈରବ ସାହୁ,ପଣ୍ଡିତ ଗୋପବନ୍ଧୁ ପୁରୋହିତ ,ଜୀବର୍ଦ୍ଧନ ବାରିକ ,ହରିଶଙ୍କର ବେହେରା ପ୍ରମୁଖ ଯୋଗଦାନ କରି ଯଜ୍ଞକାର୍ଯ୍ଯକ୍ରମକୁ ଆଗେଇ ନେଇଥିଲେ ।।

ଆଜିଭଳି ଇଂଗ୍ରାଜୀ ନବବର୍ଷ ଦିନ ବିଭିନ୍ନ ଯାଗାରେ ଲୋକମାନେ ମଦ ମାଂସ ରେ ବୁଡିରହୁଥିବା ବେଳେ ଏହି ପବିତ୍ର ସ୍ଥାନ ରେ ହଜାର ହଜାର ସଂଖ୍ଯାରେ ଶ୍ରଦ୍ଦାଳୁ ଭକ୍ତ ମାନେ ଆଧ୍ଯାତ୍ମିକ ମାର୍ଗରେ ରହି ବୈଦିକ ବିଶ୍ବଶାନ୍ତି ମହାଯଜ୍ଞ ରେ ପ୍ରତିବର୍ଷ ମନଦେବା ନିଶ୍ଚିତ ଭାବରେ ଏକ ଉତ୍ତମ ପରିକଳ୍ପନା ।।ଯଜ୍ଞ ଦ୍ବାରା ଆମ ପର୍ଯାବରଣ ସୁଦ୍ଧହେବା ସହ ଶାନ୍ତିସ୍ଥାପନା ହୋଇଥାଏ ବୋଲିଡା ,ସୁଦର୍ଶନ ଆଚାର୍ଯ୍ଯ ପ୍ରକାଶ କରିଥିଲେ ।।ପୀଠ ର ଉନ୍ନତି ପାଇଁ ଜିଲ୍ଲାପରିଷଦ ସଭ୍ଯା ଶ୍ରୀମତୀ ପଦ୍ମିନୀ ଗଡତିଆ ଅନୁଦାନ ଯୋଗାଇ ଦେଇଥିବାରୁ ତାଙ୍କୁ ମଞ୍ଚରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।


।ଚଳିତବର୍ଷ ଅନ୍ନପ୍ରସାଦ ଯୋଗାଇ ଦେଇଥିବା ସୁରେଶ ରାଓ,ବାଳଭୋଗ ପ୍ରଦାନ କରିଥିବା ସୁକଦେବ ପଧାନ ,ଚା ର ବ୍ଯବସ୍ଥା କରିଥିବା ସୁପ୍ରଭା ପଧାନ ତଥା ପ୍ରତ୍ଯେକ ପୂର୍ଣମୀ ରେ ହେଉଥିବା ସତ୍ ସଙ୍ଗ ପାଇଁ ଏକ ମାଇକସେଟ ଦାନଦେଇଥିବା ଶେଖର ରାଓ ଙ୍କୁ ଧନ୍ଯବାଦ ସହ ସମ୍ମାନୀତ କରାଯାଇଥିଲା ।।ବୀର ସୁରେନ୍ଦ୍ର ସାଏ ପ୍ରବଚନ କମିଟୀ ର ପ୍ରତକ୍ଷ ସହଯୋଗରେ ଅନୁଷ୍ଠିତ ବିଶ୍ବଶାନ୍ତି ଯଜ୍ଞ କୁ ବସୁଦେବ ପଟେଲ ,କିଶୋର ରାଏ,ଭଗବାନ ସେଟ,ବିରେନ୍ ଭୋଇ ,ସିଦ୍ଧେଶ୍ବର ପାଣିଗ୍ରାହୀ ,ଆନନ୍ଦ କରନ ,ସୁବଳ ପଧାନ ,ପାଣ୍ଡବ କର୍ଣ,ସାହେବ ପଧାନ,ମକୁନ୍ଦ ପଧାନ ପ୍ରମୁଖ ସହଯୋଗ କରିଥିଲେ ।।ପରିଶେଷ ରେ ସୁଚାରୁ ଯଜ୍ଞ ସମାପନ ପାଇଁବଳରାମ ଛନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ ।।

ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରୁ ହରି ଶଙ୍କର ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।