February 10, 2026
Home » ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

0
puri

ପୁଣି ସମୁଦ୍ର ସ୍ନାନ ସମୟରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ। କିଭଳି ଭାବରେ ଲାଇଫଗାର୍ଡ ମାନେ ଦେବଦୂତ ସାଜି ଗଭୀର ସମୁଦ୍ର ଭିତରକୁ ଲମ୍ଫ ମାରି ଜଣେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଛନ୍ତି। ପଶ୍ଚିମବଙ୍ଗର 20 ବର୍ଷୀୟ ଯୁବକ ସିଦ୍ଧାର୍ଥ ଝା ତାଙ୍କ ପରିବାର ସହ ହୋଟେଲ୍ ବଙ୍ଗଲକ୍ଷ୍ମୀ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିବା ସମୟରେ ରିପ୍ କରେଣ୍ଟ ସହ ବଡ ଲହଡି ମାଡରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ଲାଇଫଗାର୍ଡ ଗଭୀର ସମୁଦ୍ରକୁ ଯାଇ ଉକ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି | ପୁରୀ ବେଳାଭୂମିରେ ଏଭଳି ଉଚ୍ଚ ଲହଡି ମାଡ ଓ ରିପ୍ କରେଣ୍ଟ ଯୋଗୁଁ ପର୍ଯ୍ୟଟକ ମାନେ ପ୍ରତ୍ୟକଦିନ ଗଭୀର ସମୁଦ୍ର ଭିତରକୁ ଚାଲିଯାଉଥିବାରୁ ଲାଇଫଗାର୍ଡଙ୍କ କଥା ମାନି ସୁରକ୍ଷିତ ସ୍ନାନ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *