February 8, 2026
Home » ପର୍ଯ୍ୟଟନସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ବନ ବିଭାଗର ପ୍ରୟାସ।

ପର୍ଯ୍ୟଟନସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ବନ ବିଭାଗର ପ୍ରୟାସ।

0
WhatsApp Image 2026-01-03 at 10.53.27 PM

କେନ୍ଦୁଝର:ଚଳିତ ବର୍ଷ କେନ୍ଦୁଝରେ ଅବସ୍ଥିତ ଥିବା ସମସ୍ତ ପର୍ଯ୍ୟଟନସ୍ଥଳି ଗୁଡିକରେ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବା ନିମନ୍ତେ କେନ୍ଦୁଝର ବନଖଣ୍ଡ ତରଫରୁ ଏକ ସୁନ୍ଦର ବାର୍ତ୍ତା ବା କାର୍ଯ୍ୟକ୍ରମ କରାଯାଉଛି। ସେହିପରି ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅଞ୍ଜର ନୟାକୋଟ ବିଟ ଅନ୍ତର୍ଗତ କାଦକଳା ଗ୍ରାମରେ ଅବସ୍ଥିତ ଥିବା ଖଣ୍ଡାଧାର ପର୍ଯ୍ୟଟନସ୍ଥଳି ଠାରେ ଭୂୟାଁ ଜୁଆଙ୍ଗ ପୀଢ ବନାଞ୍ଚଳ ଅଧିକାରୀଙ୍କ ତତ୍ତ୍ଵାବଧାନରେ ପ୍ଲାଷ୍ଟକ ମୁକ୍ତ ଅଞ୍ଚଳ କରିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ କେନ୍ଦୁଝର ବନଖଣ୍ଡ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନୟାକୋଟ ବନରକ୍ଷୀ ଶ୍ରୀ ନିଲମ ମହାନ୍ତ, ହାତୀ ସ୍କ୍ୱାର୍ଡ , ଶ୍ରୀ ଦିଲ୍ଲୀପ କୁମାର ନାଏକ,ଶ୍ରୀ ଘାସିନାଥ ମୁଣ୍ଡା,ଶ୍ରୀ ବଦ୍ରି ନାରାୟଣ ନାଏକ,ଶ୍ରୀ ସୁନୀଲ ମୁଣ୍ଡା, ପର୍ଯ୍ୟଟକସ୍ଥଳିରେ ଥିବା ସମସ୍ତ ଦୋକାନୀ ମାନଙ୍କୁ ଏବଂ ପର୍ଯ୍ୟଟକ ମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବା ଏବଂ କଞ୍ଚା ଖଲିପତ୍ର ବ୍ୟବହାର କରିବା ନିମନ୍ତେ ସଚେତନତା କରାଇ ଥିଲେ। ପ୍ଲାଷ୍ଟିକ ଜିନିଷ ଏଣେତେଣେ ନ ଫୋପାଡି ଡଷ୍ଟବିନ ବ୍ୟବହାର କରିବା ପାଇଁ ନିମନ୍ତେ ମାଇକ୍ରୋଫୋନ ମାଧ୍ୟମରେ ସଚେତନ କରାଇଥିଲେ। ଏଥିରେ ଜେଏସ୍ଡ଼ବ୍ଲୁ କମ୍ପାନୀର କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *